କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ କର୍ମଚାରୀଙ୍କୁ ସମ୍ବର୍ଦ୍ଧନା
କୋଦଳା : ଗଞ୍ଜାମ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୋଦଳା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ କାୟାକଳ୍ପ ତରଫରୁ ୨୦୧୮-୧୯ ବର୍ଷ ପାଇଁ ସମ୍ମାନ ଜନକ ପୁରସ୍କାର ପ୍ରଦାନ କରା ଯାଇଥିଲା। ଜିଲ୍ଲାର ପ୍ରତ୍ୟେକ ମେଡିକାଲ ମଧ୍ୟରୁ କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କର୍ମଚାରୀଙ୍କୁ ଦାୟିତ୍ୱବାନ ଭାବେ ପ୍ରଥମ ପୁରସ୍କୃତ କରାଯାଇଛି l ଏହି ପୁରସ୍କାରକୁ ମେଡିକାଲରା ସମସ୍ତ କର୍ମଚାରୀଙ୍କ ଗହଣରେ ଖୁସିର ବାତାବରଣ ଦେଖାଦେଇଛି l ଏବଂ ଏହି ସଫଳତା ପଛରେ ଡାକ୍ତରଖାନାର ସମସ୍ତ କର୍ମଚାରୀଙ୍କ ଅବଦାନ ଉଲ୍ଲେଖନୀୟ ବୋଲି ଡ଼ ଚିନ୍ମୟ ମିଶ୍ର ଏବଂ ଡ଼ ଅଜିତ କୁମାର ଶୀଶା ଆଲୋକପାତ କରିଥିଲେ। ଏହି ଅବସରରେ ସମସ୍ତ କର୍ମଚାରୀଙ୍କୁ ଡାକ୍ତରଖାନା ତରଫରୁ ସମ୍ବର୍ଦ୍ଧିତ କରା ଯାଇଥିଲା। ଆଗାମୀ ସମୟରେ କାୟା କଳ୍ପ କ।ର୍ଯ୍ୟକ୍ରମକୁ ସଫଳତାର ସହ ଆଗେଇ ନେଵାକୁ ସମସ୍ତ କର୍ମଚାରୀ ସଂକଳ୍ପବଦ୍ଧ ବୋଲି ମତ ପ୍ରକାଶ କରିଥିଲେ। ଉକ୍ତ କ।ର୍ଯ୍ୟକ୍ରମକୁ ଡାକ୍ତରଖାନାର ମୁଖ୍ୟ ପରିଚାଳକ ଶ୍ରୀ ଗଣେଶ ନାୟକ ପରିଚାଳନା କରିଥିଲେ ଏବଂ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ ।


