ଯଶୋଦା ଫାଉଣ୍ଡେସନ୍ ପକ୍ଷରୁ ବୃକ୍ଷରୋପଣ ଓ ଚାରା ବଣ୍ଟନ
ଛତ୍ରପୁର, (ଓ୍ବାଇଏନଏସ): ଛତ୍ରପୁର ବ୍ଲକ୍ ବଡ଼ମାଧପୁର ଗ୍ରାମପଞ୍ଚାୟତରେ ଯଶୋଦା ଫାଉଣ୍ଡେସନ୍ ପକ୍ଷରୁ ବୃକ୍ଷରୋପଣ ଓ ଚାରା ବଣ୍ଟନ କାର୍ଯ୍ୟକ୍ରମ ଟ୍ରଷ୍ଟି ସାଗରୀକା ପଣ୍ଡାଙ୍କ ପ୍ରତ୍ୟକ୍ଷ ପରିଚାଳନାରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଯୁବ ନେତା ଶିବ ଶଙ୍କର ସେଠୀ, ପ୍ରାକ୍ତନ ବିଧାୟକ ଅଶୋକ କୁମାର ଚୌଧୁରୀ, ରାଧେଶ୍ୟାମ ଫାଉଣ୍ଡେସନ୍ ସଭାପତି ଦେବାଶିଷ ମିଶ୍ର ଓ ଆଇନଜୀବୀ ଡଃ ପ୍ରଶାନ୍ତ କୁମାର ଶତପଥୀ ଯୋଗଦେଇଥିଲେ। ଶତାଧିକ ମହିଳାଙ୍କୁ ନଡ଼ିଆ, ଅଁଳା, ସଜନା, ପଣସ, କାଜୁ, ଅର୍ଜୁନ, ରକ୍ତଚନ୍ଦନ ଓ କଦମ୍ବ ଆଦି ୫୦୦ରୁ ଊର୍ଦ୍ଧ୍ୱ ଚାରା ବଣ୍ଟନ କରାଯାଇଥିଲା। ‘ମା’ ପାଇଁ ଗଛଟିଏ’ ବାର୍ତ୍ତା ଦେଇ ଚାରାଗୁଡ଼ିକର ଯତ୍ନ ନେବାକୁ ଅତିଥିମାନେ ଆହ୍ୱାନ ଦେଇଥିଲେ। ଏହି ପଦକ୍ଷେପକୁ ଗ୍ରାମବାସୀ ପ୍ରଶଂସା କରିଥିଲେ। କାର୍ଯ୍ୟକ୍ରମରେ ସନ୍ତୋଷ ଶତପଥୀ ଓ ପୁଷ୍ପା ସାହୁ ସହଯୋଗ କରିଥିଲେ।


