ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ
ଛତ୍ରପୁର (ଓ୍ବାଇଏନଏସ): ଛତ୍ରପୁର ପ୍ରତିଭା ଆବାସିକ କଲେଜ ରେ ସୋମବାର ‘ନିଶାମୁକ୍ତ ଓଡ଼ିଶା ଅଭିଯାନ’ ସହ ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ହୋଇଛି। ଏଥିରେ ଗଞ୍ଜାମ ପୋଲିସ ଜିଲ୍ଲାର ଅତିରିକ୍ତ ଏସ୍ପି ଚିନ୍ମୟ ନାୟକ, ଛତ୍ରପୁର ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ ଓ ସାଇବର ଥାନା ଆଇଆଇସି ଜ୍ୟୋତିରଞ୍ଜନ ବେହେରା ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ନିଶାର କୁପ୍ରଭାବ ଓ ସାଇବର ଠକେଇରୁ ସୁରକ୍ଷା ନେଇ ସଚେତନ କରିଥିଲେ। ଅନଲାଇନ୍ ଠକେଇ, ‘ଡିଜିଟାଲ ଆରେଷ୍ଟ, ଅଜଣା ଲିଙ୍କ୍ରେ କ୍ଲିକ୍ ନକରିବା ଓ ଓଟିପି ସେୟାର ନକରିବା ନେଇ ମଧ୍ୟ ସତର୍କ କରାଯାଇଥିଲା। କଲେଜ ର ଅଧ୍ୟକ୍ଷ ଚିନ୍ମୟ ଦାଶ ଓ ଆଇନଜୀବୀ ଡ଼ଃ ପ୍ରଶାନ୍ତ କୁମାର ଶତପଥି ଉପସ୍ଥିତ ଥିଲେ।


