ବିକାଶର ଧାରା,ଓଡିଶା ସାରା କାର୍ଯ୍ୟକ୍ରମ

ନାଉଗାଁ ,  (ପ୍ରଦୋଷ ମହାନ୍ତି):ରାଜ୍ୟ ସରକାରଙ୍କ ୨ବର୍ଷ ପୂର୍ତି ଉପଲକ୍ଷେ ବିକାଶ ଧାରା, ଓଡିଶା ସାରା କାର୍ଯ୍ୟକ୍ରମ ନାଉଗାଁହାଟ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ବ୍ଲକସ୍ତରୀୟ ସ୍ବାବଲମ୍ବୀ ଯୁବା– ସମୃଦ୍ଧ ଓଡିଶା ସମାବେଶ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି । ଓଡିଶା ସରକାରଙ୍କ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ଓ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ମିଳିତ ଆନୁକୂଲ୍ୟରେ ଓଡିଶା ସାରା ବିକାଶ ଧାରା କାର୍ଯ୍ୟକ୍ରମରେ ସ୍ବାବଲମ୍ବୀ ଯୁବା,ସମୃଦ୍ଧ ଓଡିଶା ସମାବେଶ ଅନୁଷ୍ଠିତ ହୋଇଥିଲା । ବିଡିଓ ନିରଞ୍ଜନ ପରିଡାଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ତୃଷ୍ଣା ଲେଙ୍କା, ଗୋଷ୍ଠୀ ପ୍ରାଣୀ ଚିକିତ୍ସାଧିକାରୀ ଡକ୍ଟର ନିରୋଦ କୁମାର ସାହୁ, ବ୍ଲକ କୃଷି ଅଧିକାରିଣୀ ଯୁଗସ୍ମିତା ପାତ୍ର, ସିଡିପିଓ ସ୍ବପ୍ନା ମହାପାତ୍ର, ଓଏସଏମଇର ସଭାପତି ଭଗବାନ ସ୍ବାଇଁ, ଡିଆଇସିର ସାଧାରଣ ପରିଚାଳକ ମନୋରଂଜନ ବିଶୋଇ, ଜିଲା ସ୍କିଲ ଡେଭଲପମେଂଟର କାର୍ଯ୍ୟ ନିର୍ବାହୀ ଅଧିକାରୀ ଅଜିତ ଉତ୍ତରାୟ ପ୍ରମୁଖ ଯୋଗ ଦେଇ ଯୁବକମାନେ ସ୍ବାବଲମ୍ବୀ ହୋଇ ପାରିଲେ ରାଜ୍ୟ ତଥା ଦେଶ ସ୍ବାବଲମ୍ବୀ ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ । ରାଜ୍ୟ ସରକାରଙ୍କ ଦ୍ୱାରା ଯୁବ ପିଢୀଙ୍କ ପାଇଁ କରାଯାଇଥିବା ବିଭିନ୍ନ ଦକ୍ଷତା ବିଷୟରେ ବିଶଦ ଭାବେ ଆଲୋକପାତ କରିଥିଲେ ।ଶେଷରେ ଅତିଥିମାନଙ୍କ ଦ୍ୱାରା ୧୫ଜଣ ଅଙ୍ଗନଓ୍ୱାର୍ଡ କର୍ମୀଙ୍କୁ ୧୫ଟି ମୋବାଇଲ ଫୋନ, ମଧୁବାବୁ ପେନସନ ଯୋଜନାରେ ୧୧ଜଣଙ୍କୁ ବିଧବା ଭତା, ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନାରେ ୧୪ଜଣଙ୍କୁ କାର୍ଡ, ଅନ୍ତ୍ୟୋଦୟ ଆବାସ ଯୋଜନାରେ ୮ଜଣଙ୍କୁ କାଯ୍ୟାଦେଶ ପ୍ରଦାନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ସୁକାନ୍ତ କୁମାର ଲେଙ୍କା ମଂଚ ପରିଚାଳନା କରିଥିବା ବେଳେ ଏବିଡିଓ ଦିନେଶ ରାୟ, ଜନ ମଙ୍ଗଳ ସଂପ୍ରସାରଣ ଅଧିକାରୀ ସୌରଜିତ ମହାପାତ୍ର କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଏହି ଶିବିରରେ ବିଭିନ୍ନ ବିଭାଗର ପଦାଧିକାରୀ, ଅଙ୍ଗନଓ୍ୱାର୍ଡ କର୍ମୀ, ସ୍ୱୟଂ ସହାୟୀକା ଦଳର ସଦସ୍ୟା ଆଦି ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ