ଆନନ୍ଦପୁର ଗ୍ରାମ୍ୟ ଉନ୍ନୟନ ବିଭାଗ : କୋଟି କୋଟି ଟଙ୍କାର ସରକାରୀ ଅନୁଦାନରେ ଘୋଟଲା
ହାଟଡିହି (ଓ୍ବାଇଏନଏସ): କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଗ୍ରାମ୍ୟ ଉନ୍ନୟନ ବିଭାଗରେ କୋଟି କୋଟି ଟଙ୍କାର ସରକାରୀ ଅନୁଦାନ ଘୋଟଲା ହୋଇଥିବା ନେଇ ଚର୍ଚ୍ଚା ଜୋର ଧରିଛି l ଏହି ଘୋଟାଲାରେ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀଙ୍କ ଭୂମିକା ସନ୍ଦେହ ଘେରକୁ ଆସିଛି l ଅଭିଯୋଗ ଅନୁସାରେ ବିନା ଟେଣ୍ଡରରେ ପ୍ରିୟା ପ୍ରୀତି ତୋଷଣ କରାଯାଇ କୋଟି କୋଟି ଟଙ୍କା ହେରଫେର କରାଯାଇଛି l ଖୋଦ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଏବଂ ଅନ୍ୟ ଯନ୍ତ୍ରୀ ମାନେ ଏଥିରେ ସମ୍ପୃକ୍ତ ଅଛନ୍ତି l କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଗତ ୧୮ ଜୁନ ୨୦୨୫ ରେ ଏଠାରେ ଦାୟିତ୍ୱ ଗ୍ରହଣ କରିଥିଲେ l ତାଙ୍କ ଚାକିରୀ କାର୍ଯ୍ୟକାଳ ୩୦ ଜୁନ ୨୦୨୬ ରେ ଶେଷ ହେଲା l ତାଙ୍କ କାର୍ଯ୍ୟକାଳ ସମୟରେ ଅନେକ ପ୍ରକଳ୍ପ କାର୍ଯ୍ୟର ମିଥ୍ୟା ବିଲ କରାଯିବା ସହ ଅନେକ ପ୍ରକଳ୍ପର କମ କାର୍ଯ୍ୟ କରାଯାଇ ଅତ୍ୟଧିକ ବିଲ ଉଠାଣ ହୋଇଛି l ନିକଟ ଅତୀତରେ ବିଭିନ୍ନ ପ୍ରକଳ୍ପ ବାବଦରେ ପ୍ରାୟ ୫ ଲକ୍ଷ ଟଙ୍କାରୁ କମ ପରିମାଣ ଆସିଥିଲା l ଚାକିରୀର ଶେଷ ସମୟରେ ସେ ସବୁ ପ୍ରକଳ୍ପ କାର୍ଯ୍ୟଗୁଡିକୁ ମନଇଚ୍ଛା ଯାହାକୁ ପାରି ତାହାକୁ ଦେଇ ଅଘୋଷିତ ଭାବେ ପ୍ରତି ପ୍ରକଳ୍ପ ପିଛା ୧ ଲକ୍ଷ ଟଙ୍କା ଉପୁରି ହାତଗୁଞ୍ଜା ନେଇଛନ୍ତି l ପ୍ରାୟ ୩୫ଟି ପ୍ରକଳ୍ପର କାର୍ଯ୍ୟ ଇଚ୍ଛା ଅନୁସାରେ ବାଣ୍ଟିଛନ୍ତି l ଏଥିରେ ବଞ୍ଚୋ, ଜଳକଳଙ୍ଗ ଏବଂ ଜରିପାଳର ତିନି ଜଣ ବ୍ୟକ୍ତି ସମ୍ପୃକ୍ତ ଅଛନ୍ତି l ଜଣେ ଜଣେ ବ୍ୟକ୍ତିଙ୍କ ନାମରେ ଏକାଧିକ କାମ ଦିଆଯାଇ ହେରଫେର କରାଯାଇଥିବା ଚର୍ଚ୍ଚା ହେଉଛି। ଏଥିସହ କାର୍ଯ୍ୟାଳୟର ଅନ୍ୟାନ୍ୟ ପାଣ୍ଠିରୁ ମଧ୍ୟ ଅନୁଦାନକୁ ଚଞ୍ଚକତା କରି ହେରଫେର କରାଯାଇଛି l ଚାକିରୀ ସରିବା ସମୟରେ ଏପରି ଅନିୟମିତତା ସରକାରଙ୍କ ସ୍ୱଚ୍ଛତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି l ଏପରିକି ଅଧିକାରୀ ଜଣକ ଆନନ୍ଦପୁରରେ ଅଫିସରେ କାର୍ଯ୍ୟ ନକରି ଭଦ୍ରକ ରେ ଏକ ଭଡାଘରେ ଅଫିସ କାର୍ଯ୍ୟ କରୁଛନ୍ତି l ତେଣୁ ସମ୍ପୃକ୍ତ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀଙ୍କ ଚାକିରୀ କାର୍ଯ୍ୟକାଳ ସମୟରେ ପ୍ରାପ୍ତ ଖର୍ଚ୍ଚ ହୋଇଥିବା ସରକାରୀ ଅନୁଦାନ ଉପଯୁକ୍ତ ତଦନ୍ତ ଏବଂ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି l ଏ ସମ୍ପର୍କରେ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ତୁଷାରକାନ୍ତି ବେହେରା କହିଛନ୍ତି ଯେ ଏପରି ଅଭିଯୋଗର କୌଣସି ସତ୍ୟତା ନାହିଁ ବୋଲି କହିଛନ୍ତି।


