ନଶା ମୁକ୍ତ ଓଡିଶା ଅଭିଯାନ କାର୍ଯ୍ୟକ୍ରମ
ବନ୍ତ, (ଚାନ୍ଦିନୀ ମହାନ୍ତି ) : ଆଜି ବନ୍ତ ଥାନା ପରିସରରେ ‘ନଶା ମୁକ୍ତ ଓଡିଶା ଅଭିଯାନ ‘କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଯୁବ ପିଢ଼ିଙ୍କୁ ନିଶା ସେବନରୁ ଦୂରେଇ ରଖିବା ଏବଂ ଏକ ସୁସ୍ଥ ଓ ନିଶା ମୁକ୍ତ ସମାଜ ଗଠନ କରିବା ଏହା ହେଉଛି ଭାରତ ସରକାରଙ୍କ ଏକ ପ୍ରମୁଖ କାର୍ଯ୍ୟକ୍ରମ l ବନ୍ତ ଥାନାଧିକାରୀ ସୁପ୍ରକାଶ ମହାନ୍ତିଙ୍କ ତତ୍ତାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ଟିଲୋ ସରପଞ୍ଚ ସଂଗ୍ରାମ କେଶରୀ ଜେନା, ବସନ୍ତିଆ ସରପଞ୍ଚ ଅଶୋକ ସାହୁ, ପଧାନପଡ଼ା ସରପଞ୍ଚ ଗଜେନ୍ଦ୍ର ସେଠୀ, ସେଣ୍ଢତିରା ସରପଞ୍ଚ ପ୍ରଶାନ୍ତ ଦାସ, ବନ୍ତ ସମିତି ସଭ୍ୟ ପରମେଶ୍ୱର ବାରିକ, ସମାଜସେବୀ ଗୋପବନ୍ଧୁ ସେଠୀ, ନିରଞ୍ଜନ ମଲ୍ଲିକ, ସୁଧୀର ନାୟକ, ହରିହର ରାଉତ, ଅଜୟ ନାୟକ, ସନ୍ୟାସୀ ରାଉତ, ଧନେଶ୍ୱର ଜେନା ପ୍ରମୁଖ ଯୋଗ ଦେଇଥିଲେ l ଏହି ଅବସରରେ ରାଜ୍ୟ ସ୍ତରୀୟ କାର୍ଯ୍ୟକ୍ରମକୁ ଭିଡିଓ କନଫେରେନସିଂ ଜରିଆରେ ପ୍ରଦର୍ଶିତ କରାଯାଇଥିଲା l ଏଥିସହ ନିଶା ମୁକ୍ତ ସମାଜ ଗଠନ ପାଇଁ ଶପଥ ପାଠ କରାଯିବା ସହ ସଚେତନ କରାଯାଇଥିଲା l କାର୍ଯ୍ୟକ୍ରମ ପରିଚାଳନାରେ ଥାନାର ସମସ୍ତ କର୍ମଚାରୀ ମାନେ ସହଯୋଗ କରିଥିଲେ l


