କାର ଉପରେ ପଡିଲା ଗଛ, ଅଳ୍ପକେ ବର୍ତ୍ତିଲେ 7 ଜଣ ଯାତ୍ରୀ

ପାରଳାଖେମୁଣ୍ଡି (ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲାର ଆର. ଉଦୟଗିରି ଠାରୁ ରାୟଗଡ ଜିଲ୍ଲାକୁ ଏକ କାର ଯୋଗେ 7 ଜଣ ଯାତ୍ରୀ ଯାଉଥିବା ବେଳେ 326 ନଂ ରାଜ୍ୟ ରାଜପଥ ଟିକାମାଳ ଗ୍ରାମ ନିକଟରେ ଦୁର୍ଗମ ଜଙ୍ଗଲ ଘାଟି ରାସ୍ତାରେ ହଠାତ ଏକ ବିରାଟ ଗଛ ଚଳନ୍ତା କାର ଉପରେ ପଡି ଯାଇଥିଲା. ଏହି ଘଟଣାଟି ଆଜି ଘଟିଛି। ଏହି କାରରେ 7 ଜଣ ଯାତ୍ରୀ ରହିଥିଲେ. ବିରାଟ ଗଛଟି ଚଳନ୍ତା କାରର ସମ୍ମୁଖ ଭାଗରେ ପଡିବା ଯୋଗୁଁ ସୌଭାଗ୍ୟବସତଃ କାରରେ ଯାଉଥିବା 7 ଜଣ ଅଳ୍ପକେ ବର୍ତ୍ତି ଯାଇଥିଲେ. ଏହି 7 ଜଣଙ୍କ ମଧ୍ୟରୁ 2 ଜଣ ଯାତ୍ରୀ ସାମାନ୍ୟ ଆହତ ହୋଇଥିଲେ। ସେମାନଙ୍କୁ ଆର. ଉଦୟଗିରି ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ଦିଆଯିବା ପରେ ସମସ୍ତ ଯାତ୍ରୀ କାର ସହ ଫେରି ଯାଇଥିଲେ। ଦମକଳବାହିନୀ ଘଟଣା ସ୍ଥଳରେ ପହଞ୍ଚି ପଡ଼ିଥିବା ବିରାଟ ଗଛକୁ ସଫା କରିବା ପରେ କିଛି ସମୟ ଧରି ବନ୍ଦ ରହିଥିବା ଯାନବାହାନ ଚଳାଚଳ ପୁଣି ସ୍ୱାଭାବିକ ହୋଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ