ଗଜପତି : ବାଇକ ଦୁର୍ଘଟଣା ଜଣେ ମୃତ, ଦୁଇ ଗୁରୁତର

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲାରେ ଦୁଇ ବାଇକ୍ ମୁହାଁମୁହିଁ ଧକ୍କାରେ ଜଣଙ୍କ ମୃତ୍ୟୁ ଘଟିଥ‌ିବା ବେଳେ ଦୁଇ ଜଣ ଗୁରୁତର ହୋଇଛନ୍ତି I ଗଜପତି ଜିଲ୍ଲା ମୋହନା ଥାନା ୩୨୬ ଜାତୀୟ ରାଜପଥ ହିକିରିକୁପା ଗ୍ରାମ ନିକଟରେ ଘଟିଛି ଏହି ମର୍ମନ୍ତୁଦ ଦୁର୍ଘଟଣା I ମୃତ ଜଣଙ୍କ ହେଲେ, ମୋହନା ଥାନା ବନ୍ଧାଗୁଡ଼ା ଗ୍ରାମର ବିଭୂତି ନାୟକ ଓ ଗୁରୁତର ଦୁହେଁ ହେଲେ ଲୁଡୁରୁ ଗ୍ରାମର ବୁଲୁ ମଲ୍ଲିକ ଓ ସାଗର ମଲ୍ଲିକ I ସୂଚନା ପ୍ରକାରେ ଗୁରୁତର ଦୁହେଁ ବାଇକ୍ ଯୋଗେ ଲୁଡୁରୁ ଠାରୁ ମୋହନା ଅଭିମୁଖେ ଯାଉଥିବା ବେଳେ ମୃତ ଜଣକ ବନ୍ଧାଗୁଡାରୁ ମୋହନା ଯାଉଥ‌ିବା ବେଳେ ଦୁଇ ବାଇକ୍ ସହ ମୁହାଁମୁହିଁ ଧକ୍କା ହୋଇଥୁଲା I ଯାହା ଫଳରେ ଦୁଇ ବାଇକରେ ଥ‌ିବା ଯୁବକ ଛିଟିକି ହୋଈପଡ଼ିଥିଲେ । ସ୍ଥାନୀୟ ଲୋକେ ଗୁରୁତର ମାନଙ୍କୁ ଉଦ୍ଧାର କରି ମୋହନା ମେଡ଼ିକାଲରେ ଭର୍ତି କରିଥ‌ିଲେ. ଚିକିତ୍ସା ବେଳେ ଡାକ୍ତର ଜଣଙ୍କୁ ମୃତ ଘୋଷଣା କରିଛନ୍ତି. ଅନ୍ୟ ଦୁଇ ଜଣଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ଥିବାରୁ ଅଧୂକ ଚିକିତ୍ସା ପାଇଁ ଡାକ୍ତର ସେମାନଙ୍କୁ ବ୍ରହ୍ମପୁର ଏମକେସିଜିକୁ ସ୍ଥାନାନୁର କରିଛନ୍ତି । ମୋହନା ପୋଲିସ ପହଞ୍ଚି ଘଟଣାରେ ଅନୁଧ୍ୟାନ କରୁଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ