ସ୍ୱପ୍ନେଶ୍ୱର ମହାଦେବ ମନ୍ଦିର ଭିତରେ ଚାରି ଫୁଟ ବର୍ଷା ପାଣି

କଟକ, (ଓ୍ବାଇଏନଏସ): ମନ୍ଦିର ଭିତରେ ଚାରିଫୁଟର ବର୍ଷା ଜଳ । ପାଣିରେ ବୁଡି ପୂଜା ପାଉଛନ୍ତି ସ୍ବପ୍ନେଶ୍ବର ମହାଦେବ । କଟକ ଜିଲ୍ଲା ଆଠଗଡ଼ ବ୍ଲକ ତଳଗଡ଼ ଗ୍ରାମରେ ଥିବା ଆରାଧ୍ୟ ଦେବତା ପ୍ରଭୁ ସ୍ୱପ୍ନେଶ୍ୱର ମହାଦେବଙ୍କ ମନ୍ଦିରରେ ବର୍ଷା ଜଳ ପ୍ରବେଶ କରିଛି । ମନ୍ଦିର ଭିତରେ ପ୍ରାୟ ଚାରି ଫୁଟ ଉଚ୍ଚର ପାଣି ଜମି ରହିଥିବା ବେଳେ ପାଣି ଭିତରେ ହିଁ ଚାଲିଛି ପୂଜାର୍ଚ୍ଚନା । ପୁରୁଣା କଟକ-ସମ୍ବଲପୁର ରାସ୍ତାର ଚମ୍ପାପୁର ନିକଟରେ ଦୀର୍ଘଦିନ ଧରି ପୋଲ ନିର୍ମାଣ କାମ ଚାଲିଥିବାରୁ କଣ୍ଟିଆ ନାଳର ପାଣି ଠିକ୍ ଭାବେ ନିଷ୍କାସନ ହୋଇପାରୁନାହିଁ । ଫଳରେ ବର୍ଷା ଜଳ ମନ୍ଦିର ଭିତରକୁ ପ୍ରବେଶ କରିଛି ।ଆଜି ସୋମବାର ହୋଇଥିବାରୁ ଶିବଭକ୍ତମାନଙ୍କ ଭିଡ଼ ଦେଖିବାକୁ ମିଳିଛି । ପାଣି ଭିତରେ ପଶି ଭକ୍ତମାନେ ବାବା ସ୍ୱପ୍ନେଶ୍ୱରଙ୍କ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରୁଛନ୍ତି । ପ୍ରତିବର୍ଷ ବର୍ଷା ଋତୁରେ ଏଭଳି ସମସ୍ୟା ଦେଖାଦେଉଥିବାରୁ ଏହାର ସ୍ଥାୟୀ ସମାଧାନ କରିବା ପାଇଁ ସ୍ଥାନୀୟ ଲୋକ ଓ ଭକ୍ତମାନେ ପ୍ରଶାସନ ନିକଟରେ ଦାବି କରିଛନ୍ତି ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ