ଡ଼ଃ ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ୧୨୫ ତମ ଜନ୍ମବାର୍ଷିକୀ

ବାଲେଶ୍ବର(ସରୋଜ ପଣ୍ଡା): ବାଲେଶ୍ୱର ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ସ୍ଥାନିୟ ସିଦ୍ଧି କଲ୍ୟାଣ ମଣ୍ଡପରେ ଡଃ ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ୧୨୫ତମ ଜନ୍ମ ବାର୍ଷିକୀ ଅବସରରେ ବିଶାଳ ଯୁବ-ଛାତ୍ର ସମାବେଶ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା ସଭାପତି ନାରାୟଣ ମହନ୍ତ ସଭାପତିତ୍ଵ କରିଥିଲେ, ଜିଲ୍ଲା ବିଜେପି ସଭାପତି ଈଶ୍ୱର ଚନ୍ଦ୍ର ବେହେରା ମୁଖ୍ୟବକ୍ତା ଏବଂ ପୁର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ମୂଖ୍ୟ ଅତିଥିଭାବେ ଯୋଗ ଦେଇ ଆଜିର ସମାଜରେ କିପରି ଛାତ୍ର ଓ ଯୁବକ ମାନେ ଡଃ ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ତାଙ୍କ ପରି ନିଷ୍ଠାପର ହୋଇ ଦେଶମାତୃକା ପ୍ରତି ଭଲପାଇବା ସହ ଦେଶ ସେବାରେ ନିଜକୁ କିପରି ନିୟୋଜିତ କରିହେବ ସେ ବିଷୟରେ ଆଲୋକପାତ୍ କରିଥଲେ। ଅନ୍ଯ ବକ୍ତା ମାନଙ୍କ ମଧ୍ୟରେ ପୂର୍ବତନ ମନ୍ତ୍ରୀ ସିମୁଳିଆ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ପଦ୍ମଲୋଚନ ପଣ୍ଡା, ନୀଳଗିରି ବିଧାୟକ ସନ୍ତୋଷ ଖଟୁଆ, ସଦର ବିଧାୟକ ମାନସ ଦତ୍ତ, ରାଜ୍ୟ ଯୁବ ମୋର୍ଚ୍ଚା ସାଧାରଣ ସମ୍ପାଦକ ମାନସ କୁମାର ସାହୁ, ରାଜ୍ୟ ସମ୍ପାଦକ ଶଶିକାନ୍ତ ମିଶ୍ର, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଦେବାଶିଷ ଆଚାର୍ଯ୍ଯ,ଜିଲ୍ଲା ସାଧାରଣ ସମ୍ପାଦକ ଲକ୍ଷ୍ମୀକାନ୍ତ ମହାଳିକ ଓ ସୁମିତ୍ ପ୍ରଧାନ ଡ଼ଃ ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ରାଜନୈତିକ ଜୀବନୀ ବିଷୟରେ କହିଥିଲେ। ଯୁବମୋର୍ଚ୍ଚା ଜିଲ୍ଲା ଉପ ସଭାପତି ଅଙ୍କିତା ପଣ୍ଡା ମଞ୍ଚ ପରିଚାଳନା କରିଥିଲେ,ଶେଷରେ ଜିଲ୍ଲା ଯୁବ ମୋର୍ଚ୍ଚା ସମ୍ପାଦକ ହରିଚନ୍ଦନ ଦାସ ଧନ୍ୟବାଦ୍ ଅର୍ପଣ କରିଥିଲେ, କର୍ଯ୍ୟକ୍ରମ ପ୍ରାରମ୍ଭ ରେ ରାଷ୍ଟ୍ରିୟ ବନ୍ଦନା ଓ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିଲା ଓ ଶେଷ ରେ ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା, ଜିଲ୍ଲା ର ସମସ୍ତ ଅଞ୍ଚଳରୁ ୧୫୦୦ ରୁ ଉର୍ଦ୍ଧ୍ବ  କଲେଜଛାତ୍ର ଛାତ୍ରୀ, ଯୁବ ବର୍ଗ ଓ ମହିଳା ଯୋଗ ଦେଇଥିଲେ, ଅନ୍ଯ ମାନଙ୍କ ମଧ୍ୟରେ, ରାଜେଶ୍ ରଣା, ଗୋପୀ ବଲ୍ଲଭ ରାଉତ୍, ରାହୁଲ ଦାସ, ଉମେଶ ଦାସ, ଅମର ନାୟକ, ଏନ୍ ଦିବ୍ୟଜ୍ୟୋତି ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ