ରାୟଗଡ଼ା ଜିଲ୍ଲା ଅନ୍ତର୍ଗତ ଗୁଡାରୀ ଗ୍ରାମକୁ ପ୍ରଶାସନ ଅବହେଳା
ରାୟଗଡ଼ା, ( ଯୋଗେଶ୍ୱର ଦାସ ): ଲଗାଣ ବର୍ଷାରେ ରାୟଗଡ଼ା ଜିଲ୍ଲା ଅନ୍ତର୍ଗତ ଗୁଡାରି ସହରର ପ୍ରବେଶ ପଥ ମୁଖ୍ୟ ରାସ୍ତାରେ ବର୍ଷା ଜଳ ଜମି ପୋଖରୀ ସୃଷ୍ଟି ହୋଇଛି। ଏହି ରାସ୍ତାରେ ପ୍ରତିଦିନ ଶହ ଶହ ଗାଡି ମୋଟର ଯାତାୟତ ହୋଇଥାଏ। ଏହାଛଡ଼ା ଆମ୍ବୁଲାନ୍ସ ଯାତାୟାତ କରିଥାଏ ଏବଂ ସରକାରୀ ଗାଡି ମଧ୍ୟ ଯାତାୟତ କରିଥାଏ। ରାସ୍ତାର ମରାମତି ଓ ଉନ୍ନତି କରଣ ନିମନ୍ତେ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନ ନେବା ସାଧାରଣରେ ଆଶ୍ଚର୍ଯ୍ୟ କରିଛି। ସରକାରଙ୍କ ଆର ଡି ବିଭାଗ ଅଧୀନରେ ଏହି ରାସ୍ତା ଥିବାରୁ ସ୍ଥାନୀୟ ଏନ ଏ ସି କତୃପକ୍ଷ କୌଣସି ପଦକ୍ଷେପ ନେବା ପାଇଁ ଇଚ୍ଛା ପ୍ରକାଶ କରୁନାହାନ୍ତି। ଏ ନେଇ ଏନ ଏ ସି କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରସନ୍ନ କୁମାର ପାଢ଼ୀ କହିଛନ୍ତି ରାସ୍ତା ର ମରାମତି ଓ ଉନ୍ନତି କରଣ ନିମନ୍ତେ ପ୍ରଶାସନକୁ ଆବଶ୍ୟକ ପାଣ୍ଠି ପାଇଁ ଫାଇଲ ପଠାହୋଇଛି। ଅନୁଦାନ ଆସିଲା ପରେ ଏହି ରାସ୍ତା ର ମରାମତି କରାଯିବ। ଦୀର୍ଘ ବର୍ଷ ଧରି ସହରର ମୁଖ୍ୟ ରାସ୍ତା ପ୍ରାୟ ୧ କିଲୋମିଟର ଦୂର ବିଶିଷ୍ଟ ରାସ୍ତା ର ଅବସ୍ଥା ଆଖିରେ ନ ଦେଖିଲେ ବିଶ୍ୱାସ କରିହେବ ନାହିଁ। ଏହି ରାସ୍ତାର ବିଭିନ୍ନ ସ୍ଥାନରେ ବଡ଼ ବଡ଼ ଗର୍ତ୍ତ ଓ କାଦୁଅରେ ଭର୍ତ୍ତି ହୋଇଥିବାରୁ ପ୍ରତିଦିନ ଦୁର୍ଘଟଣା ଘଟୁଥିବା ବେଳେ ପ୍ରଶାସନର ଦୃଷ୍ଟି ପଡୁନଥିବା ଅଞ୍ଚଳ ପାଇଁ ଅଭିଶାପ ପାଲଟିଛି। ଏହି ରାସ୍ତା ଦେଇ ଜିଲ୍ଲାପାଳ, ଉପଜିଲ୍ଲାପାଳଙ୍କ ବହୁ ଉଚ୍ଚ ପଦସ୍ଥ ଅଧିକାରୀ ଯିବା ଆସିବା କରିଥାନ୍ତି। ରାସ୍ତାର ମରାମତି କରିବା ପାଇଁ ସ୍ଥାନୀୟ “ୟୁଥ ଫର ଚେଞ୍ଜ” ଯୁବଗୋଷ୍ଠୀ ପକ୍ଷରୁ ଜିଲ୍ଲାପାଳ ଓ ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ଦାବୀପତ୍ର ପ୍ରଦାନ କରିଛନ୍ତି। ତୁରନ୍ତ ପ୍ରଶାସନ ଦୃଷ୍ଟି ଦେଇ ସମାଧାନ ନ କରନ୍ତି ତାହାହେଲେ ଆସନ୍ତା ଦିନରେ ଆନ୍ଦୋଳନକୁ ଓହ୍ଲାଇବା ପାଇଁ ସାଧାରଣରେ ଆଲୋଚନା ହେଉଛି।


