ବ୍ରାହ୍ମଣ ମହାସଭା ପକ୍ଷରୁ ବନମହୋତ୍ସବ
କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ) : କେନ୍ଦ୍ରାପଡା ବ୍ରାହ୍ମଣ ମହାସଭା ପକ୍ଷରୁ ସଂଘର ପୈାରାଞ୍ଚଳ ସଭାପତି ପଣ୍ଡିତ ମାଧବଚନ୍ଦ୍ର ପତିଙ୍କ ତତ୍ୱାବଧାନରେ ଗୋପ ନିକଟସ୍ଥ ରେଲୱେ ଷ୍ଟେସନ ନିକଟରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ସମ୍ପାଦକ ପଣ୍ଡିତ ହରେକୃଷ୍ଣ ପତି, ସଂଗଠନ ସମ୍ପାଦକ ପଣ୍ଡିତ ତପନ ଦାଶ, ଯୁଗ୍ମ ସମ୍ପାଦକ ଲକ୍ଷ୍ମୀକାନ୍ତ ଦାଶ, ମିଡିଆ ସମ୍ପାଦକ ନୃସିଂହ ଚରଣ ତ୍ରିପାଠୀ, ପଣ୍ଡିତ କ୍ଷୀରୋଦ କୁମାର ପଣ୍ଡା, ପଣ୍ଡିତ ହରିହର ତ୍ରିପାଠୀ, ସଂଯୋଜକ ଦୀପକ କୁମାର ପାଢୀ, ରବିନାରାୟଣ ଶତପଥି, ଦେବେନ୍ଦ୍ର ପ୍ରସାଦ ସାମନ୍ତରାୟ ପ୍ରମୁଖ ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ପରିବେଶର ସୁରକ୍ଷା ନିମନ୍ତେ ସାନମଙ୍ଗଳା ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ଏକ ଜନସଚେତନତା କାର୍ଯ୍ୟକ୍ରମରେ ଜିଲ୍ଲା ସମ୍ପାଦକ ପଣ୍ଡିତ ହରେକୃଷ୍ଣ ପତି ଜଳବାୟୁ ପରିବର୍ତନକୁ ରୋକିବା ନିମନ୍ତେ ବୃକ୍ଷରୋପଣ ନିହାତି ଆବଶ୍ୟକ ବୋଲି ମନ୍ତବ୍ୟ ଦେବା ସହିତ ପରିବେଶ ପ୍ରଦୂଷଣରୁ ମାନବ ସମାଜକୁ ରକ୍ଷା କରିବା ଏବଂ ପୃଥିବୀ ପୃଷ୍ଠରେ ଜୀବଜଗତ ବଞ୍ଚି ରହିବାକୁ ହେଲେ ବୃକ୍ଷରୋପଣର ଆବଶ୍ୟକତା ରହିଛି ବୋଲି ମତବ୍ୟକ୍ତ କରିଥିଲେ। ଆଗାମୀ ସେପ୍ଟେମ୍ବର ମାସରେ ତାଳମଞ୍ଜି ରୋପଣ କରିବାକୁ ନିଷ୍ପତି ଗ୍ରହଣ କରାଯାଇଛି। ପଣ୍ଡିତ ଶିବୁ ପତି ଧନ୍ୟବାଦ ଅର୍ପଣ କରିଥିଲେ।


