ପୁଅର ପତ୍ତା ମିଳୁନି, ଥାନାରେ ଦ୍ୱାରସ୍ଥ ହେଲେ ବାପା
ହାଟଡିହି (ଓ୍ବାଇଏନଏସ): କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନା ଡ଼ଅଁର ଗ୍ରାମର ଜଣେ ବ୍ୟକ୍ତିଙ୍କ ପତ୍ତା ମିଳୁନି l ଏ ନେଇ ଅଭିଯୋଗ ହେବା ପରେ ପୋଲିସ ଏମଏମ(ମ୍ୟାନ ମିସିଂ) ମାମଲା ନଂ ୫୪/୨୦୨୬ ପଞ୍ଜିକରଣ କରି ତଦନ୍ତ ଆରମ୍ଭ କରିଛି l ଅଭିଯୋଗ ଅନୁସାରେ ଗ୍ରାମର ରମେଶ ରାଉତଙ୍କ ପୁଅ ପ୍ରଭୁ କଲ୍ୟାଣ(୪୧ ବର୍ଷ) ଗତ ଶୁକ୍ରବାର ସକାଳ ପ୍ରାୟ ୯ଟା ସମୟରେ ଘରୁ ନିଜ ସ୍କୁଟିରେ କୌଣସି କାର୍ଯ୍ୟ ରେ ବାହାରକୁ ଯାଇଥିଲେ l କିନ୍ତୁ ଘରକୁ ଆଉ ଫେରିନଥିଲେ l ପରିବାର ଲୋକ ଫୋନ କରିଥିଲେ ମଧ୍ୟ ପ୍ରଭୁ କଲ୍ୟାଣଙ୍କ ମୋବାଇଲ ସୁଇଚ ବନ୍ଦ ଥିଲା l ଫଳରେ ତାଙ୍କ ବାପା ରମେଶ ଥାନାରେ ଦ୍ୱାରସ୍ଥ ହୋଇ ପୁଅକୁ ଉଦ୍ଧାର ନିମନ୍ତେ ଲିଖିତ ଅଭିଯୋଗ କରିଛନ୍ତିl


