ସନ୍ତୋଷ କୁମାର ମହାରଣା ରାଜ୍ୟସ୍ତରରେ ଶ୍ରେଷ୍ଠ ଭିନ୍ନକ୍ଷମ ସ୍ୱେଚ୍ଛାସେବୀ ଭାବେ ସମ୍ମାନିତ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲା ସାମର୍ଥ୍ଯ ଭିନ୍ନକ୍ଷମ ଅନୁଷ୍ଠାନର ସମ୍ପାଦକ ସନ୍ତୋଷ କୁମାର ମହାରଣା ରାଜ୍ଯସ୍ତରରେ ସମ୍ମାନିତ ହୋଇଛନ୍ତି।ଭୁବନେଶ୍ୱରରେ ଓ୍ୱିଫର୍ ୟୁ ଦ୍ୱାରା ଆୟୋଜିତ ଏବଂ ଦକ୍ଷିଣ ଓଡିଶା ଭିନ୍ନକ୍ଷମ ସାମ୍ମୁଖ୍ୟ ସହଯୋଗରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ରାଜ୍ଯ ଭିନ୍ନକ୍ଷମ ଆୟୁକ୍ତ ବ୍ରତଟି ହରିଚନ୍ଦନ ଏବଂ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସହକାରୀ ସଚିବ ସନୟା କୁମାର ବେହେରା ଅତିଥି ରୂପେ ଯୋଗଦାନ କରି ତାଂକୁ ସମ୍ୱର୍ଦ୍ଧିତ କରିଥିଲେ।ସନ୍ତୋଷ ମହାରଣାଙ୍କ ଅନୁରୋଧ କ୍ରମେ ସାମର୍ଥ୍ଯର ଅଧ୍ୟକ୍ଷ ନିରଂଜନ ବେହେରା ଏବଂ ଦକ୍ଷିଣ ଓଡିଶା ସାମ୍ମୁଖ୍ୟର ଅଧ୍ଯକ୍ଷ ଶିଶିର ରାଉଳଂକୁ ମଧ୍ୟ ସମ୍ମାନିତ କରାଯାଇଥିଲା।ଏହାକୁ ଆଦିତ୍ୟ ବିରଲା,ଜେକେ ପେପର ମିଲ୍, ଟିପିଏସଓଡିଏଲ୍, ଉତ୍କଳ ଆଲୁମିନା ସହଯୋଗ କରିଥିଲେ।


