ଭୂମିହୀନକୁ ଜମିପଟ୍ଟା ପ୍ରଦାନ ଦାବିରେ ତହସିଲ କାର୍ଯ୍ୟାଳୟ ଘେରାଉ

ନାଉଗାଁ (ଓ୍ବାଇଏନଏସ):ଜଗତସିଂହପୁର ଜିଲ୍ଲା ନାଉଗାଁ ତହସିଲ ଅଧିନରେ ଦୀର୍ଘ ଦିନ ହେବ ବସବାସ କରୁଥିବା ଭୁମିହୀନମାନଙ୍କୁ ଜମିପଟ୍ଟା ପ୍ରଦାନରେ କାର୍ଯ୍ୟାଳୟ ପକ୍ଷରୁ ବିଳମ୍ବ କରାଯାଉଛି। ଜମି ପଟ୍ଟା ପ୍ରଦାନ ପାଇଁ ଭୂମି ହୀନମାନେ ବାରମ୍ବାର କାର୍ଯ୍ୟାଳୟକୁ ଅସାୁଥିଲେ ମଧ୍ୟ ତାଙ୍କୁ ପଟ୍ଟା ମିଳୁ ନାହିଁ। ଯାହାଫଳରେ ସୋମବାର ଭୂମିହୀନ ସ୍ୱାର୍ଥ ସୁରକ୍ଷା ସଂଗ୍ରାମ କମିଟି ଜଗତସିଂହପୁର ଜିଲ୍ଲା ସଭାପତି ସୁବାସ ସ୍ୱାଇଁଙ୍କ ନେତୃତ୍ୱରେ ସୋମବାର ଭୂମିହୀନମାନେ ଜମି ପଟ୍ଟା ଦାବିରେ କାର୍ଯ୍ୟାଳୟକୁ ଘେରାଉ କରିଥିଲେ। ତହସିଲଦାର ଅକ୍ଷୟ କୁମାର ବଡୁ ଆନ୍ଦୋଳନକାରୀଙ୍କ ନିକଟରେ ପହଂଚି ଦାବିପତ୍ର ଗ୍ରହଣ କରିବା ସହିତ ବିଭିନ୍ନ ଅଂଚଳର ରାଜସ୍ୱ ନିରୀକ୍ଷକମାନେ ଦେଇଥିବା ରିପୋର୍ଟକୁ ପୁନଃ ବିଚାର କରାଯାଇ ଯଥାଶୀଘ୍ର ଜମି ପଟ୍ଟା ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ପ୍ରତିଶ୍ରୁତି ପାଇବା ପରେ ଆନ୍ଦାଳନକାରୀମାନେ ଆନ୍ଦୋଳନରୁ ଓହରିଥିଲେ। ଏହି କାର୍ଯ୍ୟକ୍ରମରେ ଜନସ୍ୱାର୍ଥ କମି ପକ୍ଷରୁ ବଂଶୀଧର ବେହେରା,ଅଲ ଇଣ୍ଡିଆ କିଷାନ କ୍ଷେତ ମଜଦୁର ସଙ୍ଗଠନର ବସନ୍ତ ମଲିକ, ମହେଶ୍ୱର ଦାସ, କବିର ବିଶ୍ୱାଳ,ନୃସିଂହ ଚରଣ କାଣ୍ଡି,ଛବିନ୍ଦ୍ର ଭୋଇ, ଛବି ଦାସ,କଲ୍ୟାଣୀ ଭୋଇ ,ଶଙ୍କର ମଲିକ ଆଦି ଆନ୍ଦୋଳନରେ ଯୋଗ ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ