ଖୁଚୁରା ବଜାରରେ ପିଆଜର ଦରଛୁଇଁଲାଣି କିଲୋପ୍ରତି ୪୦ ଟଙ୍କା
ଆସିକା (ୱାଇଏନ୍ଏସ୍) ଗତ ଦୁଇ ଦିନ ତଳେ ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳରେ ପିଆଜ କିଲୋ ୨୦ଟଙ୍କା ରୁ ୩୦ଟଙ୍କାରେ ମିଳୁଥିଲା ତେବେ ବର୍ତ୍ତମାନ ପିଆଜ ଦର ଦିନକୁ ଦିନ ବଢି ବଢି ଚାଲିଛି। ବର୍ଷ ତମାମ ମହାରଷ୍ଟ୍ରର ନାସିକ୍ ସମେତ ବିଭିନ୍ନ ଅଞ୍ଚଳରୁ ଆସିକାକୁ ପିଆଜ ଆମଦାନୀ ହୋଇ ଆସୁଛି। ସେଠାରେ ପିଆଜ ଦର କମ୍, ବୃଦ୍ଧିର ପ୍ରଭାବ ଆସିକା ବଜାର ଉପରେ ସିଧାସଳଖ ପଡୁଛି। ଅତ୍ୟାବଶ୍ୟକ ସାମଗ୍ରୀ ପିଆଜ ଦର ବୃଦ୍ଧି ଗରିବ, ନିମ୍ନ ମଧ୍ୟବିତ୍ତ ପରିବାର ମୁଣ୍ଡରେ ଚଡକ ପକାଇଛି। ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳରେ ପିଆଜ ଦର ଦିନକୁ ଦିନ ବଢି ବଢି ଚାଲିଛି। ଖୁଚୁରା ବଜାରରେ ପିଆଜ ଦର କିଲୋ ପ୍ରତି ୪୦ ଟଙ୍କାକୁ ଛୁଇଁ ଲାଣି। ଘର ଖର୍ଚ୍ଚ ପାଇଁ କିଲୋ ଜାଗାରେ ଅଢେଇଶହ କିମ୍ବା ଅଧକେଜିରେ କାମ ଚଳାଇବାକୁ ପଡୁଛି। ଆସନ୍ତା କିଛି ଦିନ ପର୍ଯ୍ୟନ୍ତ ପିଆଜ ଦର କମିବା ଆଶାକ୍ଷୀଣ ବୋଲି ପିଆଜ ଆମଦାନୀ କରୁଥିବା କେତେକ ବ୍ୟବସାୟୀ ପ୍ରକାଶ କରିଛନ୍ତି। ପିଆଜ ଦର ବୃଦ୍ଧିକୁ ନେଇ ସାଧାରଣ ଖାଉଟି ହନ୍ତସନ୍ତ ହେଉଥିବା ବେଳେ ପ୍ରଶାସନର ନୀରବତାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଛି। ଆସିକା ସହର ତଥା ଏହାର ଆଖପାଖ କେତେକ ଅଞ୍ଚଳରେ ପିଆଜ ଦର ଦିନକୁ ଦିନ ହୁ ହୁ ହୋଇ ବଢିବାରେ ଲାଗିଛି। ପିଆଜ ଦର ବୃଦ୍ଧିକୁ ନେଇ ଖାଉଟିଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି। ପିଆଜ ଦରକୁ ନିୟନ୍ତ୍ରଣ କରିବା ଦିଗରେ ପ୍ରଶାସନ ପକ୍ଷରୁ ସେଭଳି କୌଣସି ପଦକ୍ଷେପ ନିଆଯାଉନଥିବା ଅଭିଯୋଗ ହେଉଛି। ପିଆଜ ଦର ଆକାଶଛୁଆଁ ଭାବେ ବଢି ଚାଲିଥିବା ବେଳେ ଆଗକୁ ଆହୁରି ବଢିବାର ସମ୍ଭାବନା ରହିଛି। ଓଡିଶାରେ ପ୍ରାୟ ଆବଶ୍ୟକ ପରିମାଣର ପିଆଜ ଅମଳ ହେଉ ନଥିବାରୁ ପିଆଜ ପାଇଁ ମହାରାଷ୍ଟ୍ର ସମେତ ଅନ୍ୟ ରାଜ୍ୟ ଉପରେ ନିର୍ଭର କରିବାକୁ ପଡିଥାଏ। ପିଆଜ କାଟିଲେ ନୁହେଁ ଏବେ କିଣିଲେ ଆଖିରୁ ଲୁହ ଝରୁଛି। ଗତ କିଛି ଦିନ ମଧ୍ୟରେ ପିଆଜର ଖୁଚୁରା ଦର କିଲୋପ୍ରତି ୪୦ଟଙ୍କା ଛୁଇଁଛି। ପରିସ୍ଥିତି ଆୟତ୍ତ ନହେଲେ ଏବେକାର ପିଆଜ ଦର ପୁଣି ଆହୁରି ବୃଦ୍ଧି ପାଇବ ବୋଲି ଆଶଙ୍କା ପ୍ରକାଶ ପାଉଛି। ତେଣୁ ପିଆଜ ଦର ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି। ଖୁଚୁରା ବଜାର ଭଳି ସହରର ହୋଲ୍ସେଲ୍ ବଜାରରେ ମଧ୍ୟ ପିଆଜ ଦର ଦିନକୁ ଦିନ ବଢିବାରେ ଲାଗିଛି । ଗତ କିଛି ଦିନ ତଳେ ପିଆଜର ଖୁଚୁରା ଦର ୨୨ ଟଙ୍କା ଥିବା ବେଳେ ବର୍ତ୍ତମାନ ତାହା ୪୦ ଟଙ୍କାରେ ପହଞ୍ଚିଛି । ବଜାରରେ ପିଆଜ ଦର ବୃଦ୍ଧି ପାଇଚାଲିଥିବା ଯୋଗୁଁ ହାଣ୍ଡିଶାଳରୁ ପିଆଜ ଉଭାନ ହେବାରେ ଲାଗିଛି । ଯେଉଁଠି ଘରକୁ କିଲୋ ହିସାବରେ ପିଆଜ ଆସୁଥିଲା ବର୍ତ୍ତମାନ ଦର ଶୁଣି ଲୋକେ ଅଧକିଲୋ କିମ୍ବା ଅଢେଇଶହ ଗ୍ରାମ ଆଣିବାକୁ ବାଧ୍ୟ ହେଉଛନ୍ତି । ଏବେ ଲୋକଙ୍କୁ ପିଆଜ କନ୍ଦାଇବା ଆରମ୍ଭ କରିଛି । ଗତ କିଛି ଦିନ ମଧ୍ୟରେ ପିଆଜ କିଲୋ ଆସିକାରେ ପ୍ରାୟ ଦୁଇ ଗୁଣା ବଢିଲାଣି । ଫଳରେ ଗୃହିଣୀଙ୍କୁ ପିଆଜ ଚିନ୍ତା ଘାରିଥିଲା ବେଳେ ରୋଷେଇ ଘରେ ପିଆଜ ଚଡକ ପଡିଲାଣି । ପିଆଜ ଦର ହଠାତ୍ ବୃଦ୍ଧି ପାଇଥିବାରୁ ରୋଷେଇ ଘରୁ ପିଆଜ ଉଭାନ୍ ହେବାରେ ଲାଗିଛି । ପିଆଜର ଦର ଦିନକୁ ଦିନ ଉପରମୁହାଁ ହେବାରେ ଲାଗିଛି । ପରିବା ବଜାରରେ ଆଳୁ କଷ୍ଟ ଯାଇନି ଏବେ ପିଆଜ ଦର କନ୍ଦାଇଲାଣି । ଯାହାକୁ ନେଇ ସାଧାରଣ ଖାଉଟି ଚିନ୍ତାରେ ପଡିଛନ୍ତି । ବର୍ଦ୍ଧିତ ଦରଦାମକୁ ନେଇ ଅତିଷ୍ଟ ଖାଉଟିଙ୍କ ପାଇଁ ଏହା ବୋଝ ଉପରେ ନଳିତା ବିଡା ସଦୃଶ ହୋଇଛି । ପିଆଜ ଦର ହୁହୁ ହୋଇ ବଢୁଥିବାରୁ ଏହାର ସିଧାସଳଖ ପ୍ରଭାବ ଏବେ ହାଣ୍ଡିଶାଳ ସମେତ ରାସ୍ତା ପାଶ୍ୱର୍ ଖାଦ୍ୟ ପସରା ଉପରେ ପଡିଛି । ଗୋଦାମ ଠାରୁ ଆରମ୍ଭ କରି ଖୁଚୁରା ଦୋକାନ ପର୍ଯ୍ୟନ୍ତ ସବୁଠି ପିଆଜ ଦର ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ହୋଲ୍ସେଲ୍ ଗୋଦାମରେ ବଡ ପିଆଜ ଦର କୁଇଣ୍ଟାଲ ପିଚ୍ଛା ୩ ହଜାର ଟଙ୍କାର ବିକ୍ରୀ ହେଉଥିଲା ବେଳେ ଖୁଚୁରା ବଜାରରେ କିଲୋ ପ୍ରତି ୪୦ ଟଙ୍କାରେ ବିକ୍ରୀ ହେଉଥିବା ଜଣାପଡିଛି । ଜିଲ୍ଲା ପ୍ରଶାସନ ତଥା ବିଭାଗୀୟ ଉଚ୍ଚକତ୍ତୃପକ୍ଷ ତୁରନ୍ତ ଧ୍ୟାନଦେଇ ପିଆଜ ଦରକୁ ନିୟନ୍ତ୍ରଣ କରିବା ଦିଗରେ ପଦକ୍ଷେପ ନେବାକୁ ବିଭିନ୍ନ ମହଲରେ ଦୃଢ ଦାବୀ ହେଉଛି।


