ମା ରତ୍ନମାଳୀ ହାଇସ୍କୁଲରେ ଅଭିଭାବକ-ଶିକ୍ଷକ ସମ୍ମିଳନୀ
ଆସିକା (ୱାଇଏନ୍ଏସ୍): ଓଡିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ କର୍ତ୍ତୃପକ୍ଷ (ଓସେପା)ର ନିର୍ଦ୍ଦେଶ ଏବଂ ଆସିକା ଶିକ୍ଷା ବିଭାଗର ପରାମର୍ଶକ୍ରମେ ସମସ୍ତ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ୂବିଦ୍ୟାଳୟ ଗୁଡିକରେ ନୂତନ ପରିଚାଳନା କମିଟି ଗଠନ ପ୍ରକ୍ରିୟା ଜାରି ରହିଛି । ଏହି ପରିପ୍ରେକ୍ଷୀରେ ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଅଧିନସ୍ଥ ହରିଡାପଦର କ୍ଳଷ୍ଟରର ମଣ୍ଟାପଡା ଗ୍ରାମରେ ଥିବା ମା ରତ୍ନମାଳୀ ହାଇସ୍କୁଲର ନୂତନ ପରିଚାଳନା କମିଟି ଗଠନ ସକାଶେ ସୋମବାର ଅପରାହ୍ନରେ ଅଭିଭାବକ-ଶିକ୍ଷକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀରେ ମା ରତ୍ନମାଳୀ ହାଇସ୍କୁଲର ପ୍ରଧାନଶିକ୍ଷକ ତାରା ପ୍ରସାଦ ମିଶ୍ର ଏବଂ ସରକାରୀ ଟେକନିକାଲ୍ ହାଇସ୍କୁଲର ପ୍ରଧାନଶିକ୍ଷକ ପରମାନନ୍ଦ ଜାନି ଯୋଗଦେଇ ଅଭିଭାବକ-ଶିକ୍ଷକ ସଂଘ, ବିଦ୍ୟାଳୟ ପରିଚାଳନା କମିଟି ଗଠନର ଲକ୍ଷ୍ୟ, ଆଭିମୁଖ୍ୟ, ଆବଶ୍ୟକତା, କାର୍ଯ୍ୟକାଳ, ଦାୟିତ୍ୱ ଓ କର୍ତ୍ତବ୍ୟ, ବିଦ୍ୟାଳୟର ଭିତ୍ତିଭୂମୀର ବିକାଶ, ବିଦ୍ୟାଳୟର ରକ୍ଷଣାବେକ୍ଷଣ, ଶିକ୍ଷାର ମାନ ବୃଦ୍ଧି, ଶିକ୍ଷାର ଗୁଣବତ୍ତା ଅଭିବୃଦ୍ଧି, ଛାତ୍ରଛାତ୍ରୀଙ୍କ ନିୟମିତ ଉପସ୍ଥାନ, ପରିମଳ ବ୍ୟବସ୍ଥା, ମଧ୍ୟାହ୍ନ ଭୋଜନ ସୁପରିଚାଳନା, ମୌଳିକ ଭିତ୍ତିଭୂମୀର ବିକାଶ, ବିଦ୍ୟାଳୟର ସୁରକ୍ଷା, ଆର୍ଥିକ ପରିଚାଳନା, ସାମାଜିକ ଅଡିଟ୍, ଶିକ୍ଷା କଲ୍ୟାଣକାରୀ ଯୋଜନାର ସଫଳ ରୂପାୟନ ଉପରେ ଆଲୋକପାତ କରିଥିଲେ । ମା ରତ୍ନମାଳୀ ହାଇସ୍କୁଲର ନୂତନ ପରିଚାଳନା ପାଇଁ ଏକ କମିଟି ଗଠନ କରାଯାଇଥିଲା ବେଳେ ଶିକ୍ଷାବିଭାଗର ନିର୍ଦ୍ଦେଶାବଳୀ ଓ ମାର୍ଗଦର୍ଶିକାକୁ ଆଧାର କରି ପ୍ରସ୍ତାବକ ଓ ସମର୍ଥକଙ୍କ ସମର୍ଥନକ୍ରମେ ଏହି କମିଟିର ପ୍ରଧାନଶିକ୍ଷକ ତାରା ପ୍ରସାଦ ମିଶ୍ର, ସହକାରୀ ଶିକ୍ଷକ ପାଣ୍ଡବ ଗୌଡ, ନନ୍ଦିନୀ ନାହାକ, ସୁମିତ୍ରା ନାହାକ, ସ୍ୱପ୍ନା ଜେନା, ଗୀତାଞ୍ଜଳୀ ପ୍ରଧାନ, କବିତା ପାଣିଗ୍ରାହୀ, ବିନୁ ନାହାକ, ସୁବାସିନୀ ସେଠୀ, ଅଶୋକ ନାହାକ, ବିଜ୍ଞାନୀ ବିଶ୍ୱାଳ, ରଂଜିତ୍ କୁମାର ବିଶ୍ୱାଳ, ଲିଙ୍ଗରାଜ ବିଶ୍ୱାଳ, ସନ୍ତୋଷ ମୁନି, କେଦାର ନାହାକ, କିଶୋର ନାହାକ, ସଂଜୟ ପଣ୍ଡା, ବୁଲୁ ଖଟେଇ, ସୁଜାତା ବରାଡ, ନମିତା ସାହୁଙ୍କୁ ଚୟନ କରାଯାଇଥିବା ଜଣାପଡିଛି । ଆସନ୍ତା ୧୭ ତାରିଖରେ ମା ରତ୍ନମାଳୀ ହାଇସ୍କୁଲର ନୂତନ ପରିଚାଳନା କମିଟିର ସଭାପତି ଓ ଉପସଭାପତି ପଦବୀ ପୂରଣ ପରେ ଗୃହନିର୍ମାଣ କମିଟି ଓ ଶୈକ୍ଷିକ କମିଟି ଗଠନ ହେବ ବୋଲି ଜଣାପଡିଛି । ଶିକ୍ଷାବିଭାଗର ନିର୍ଦ୍ଦେଶକ୍ରମେ ମା ରତ୍ନମାଳୀ ହାଇସ୍କୁଲର ନୂତନ ପରିଚାଳନା କମିଟି ଗଠନ ସକାଶେ ଅନୁଷ୍ଠିତ ଅଭିଭାବକ-ଶିକ୍ଷକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷାନୁଷ୍ଠାନର ସହକାରୀ ଶିକ୍ଷକ ବି.ଚନ୍ଦ୍ରଶେଖର ରେଡି, ଗୋବିନ୍ଦ ପରିଡା, ରଶ୍ମିତା ମହାପାତ୍ର, ପାଣ୍ଡବେଶ୍ୱର ଜେନା, ଶଶୀଭୂଷଣ ସାହୁ, ପାଣ୍ଡବ ଗୌଡ, ଅବସରପ୍ରାପ୍ତ ଶିକ୍ଷକ ଅଶୋକ କୁମାର ପଟ୍ଟନାୟକ, ବିଦ୍ୟାଳୟର ପ୍ରାକ୍ତନ ଛାତ୍ର ରୋହିତ ଖଟେଇଙ୍କ ସମେତ ବହୁ ଅଭିଭାବକ ଉପସ୍ଥିତ ଥିବା ଲକ୍ଷ୍ୟ କରାଯାଇଥିଲା ।


