ଲୋକାର୍ପିତ ହେଲା ପ୍ରଧାନମନ୍ତ୍ରୀ ଆଦ୍ୟାଶା କେନ୍ଦ୍ର
ବାଲେଶ୍ବର(ସରୋଜ ପଣ୍ଡା): ଆଜି ବହୁ ଅପେକ୍ଷାର ଅନ୍ତ ଘଟାଇ ବାଲେଶ୍ୱର ଫକୀମୋହନ ମେଡିକାଲ୍ କଲେଜ ପରିସରରେ ଭାରତ ସରକାରଙ୍କ ସାମଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରଣାଳୟ ଦ୍ୱାରା ପ୍ରଧାନମନ୍ତ୍ରୀ ଆଦ୍ୟାଶା କେନ୍ଦ୍ର ଲୋକାର୍ପିତ ହୋଇଛି, ଦୀର୍ଘ ଦିନଧରି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଙ୍କ ଯେଉଁ ପ୍ରଚେଷ୍ଟା ଚଳାଇ ଥିଲେ ତାହା ଆଜି ସଫଳ ହୋଇଛି, ବାଲେଶ୍ୱର ଫକୀମୋହନ ମେଡିକାଲ୍ କଲେଜ ପରିସରରେ ଅନୁଷ୍ଠିତ ଲୋକାର୍ପଣ ଉତ୍ସବରେ ସାଂସଦ ଶ୍ରୀଯୁକ୍ତ ଷଡଙ୍ଗୀ ଙ୍କ ସମେତ ସରକାରୀ ଦଳର ଉପ ମୁଖ୍ୟ ସଚେତକ ତଥା ରେମୁଣା ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ, ସଦର ବିଧାୟକ ମାନସ ଦତ୍ତ, ନୀଳଗିରି ବିଧାୟକ ସନ୍ତୋଷ ଖଟୁଆ, ବସ୍ତା ବିଧାୟିକା ସୁବାସିନୀ ଜେନା, ସୋର ବିଧାୟକ ମାଧବ ଧଡା, ଜଳେଶ୍ୱର ବିଧାୟକ ଅଶ୍ୱିନୀ ପାତ୍ର ଜିଲ୍ଲା ପରିଷଦ ଅଧ୍ୟକ୍ଷ ନାରାୟଣ ପ୍ରଧାନଙ୍କ ସମେତ ବାଲେଶ୍ୱର ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ, ଉପ ଜିଲ୍ଲାପାଳ ଶିବ ମାଲବିୟ, ମେଡିକାଲ୍ କଲେଜ୍ ଡିନ୍ ଜ୍ଞାନେନ୍ଦ୍ର ବେହେରା, ସିଭିଲ ସୋସାଇଟୀ ସଦଶ୍ୟ ଈଶ୍ୱର ଚନ୍ଦ୍ର ବେହେରା ଙ୍କ ଉପସ୍ଥିିତିରେ ରେ ଫିତା କାଟି ସାଂସଦ ଷଡଙ୍ଗୀ ଉଦ୍ ଘାଟନ କରିଥିଲେ।, ଓ ପରେ ମେଡିକାଲ୍ କଲେଜ ଅଡିଟୋରିଅମ ହଲ୍ ରେ ଆୟୋଜିତ ବିଶାଳ ସଭାରେ ସାଂସଦ ଶ୍ରୀଯୁକ୍ତ ଷଡଙ୍ଗୀ ତାଙ୍କ ବକ୍ତବ୍ୟ ରେ କହିଥିଲେ ଯେ ଏ କେନ୍ଦ୍ର କେବଳ ବାଲେଶ୍ୱର ନୁହେଁ ବରଂ ପଡ଼ୋଶୀ ଜିଲ୍ଲା ଭଦ୍ରକ, ମୟୂରଭଞ୍ଜ ତଥା ପାର୍ଶ୍ୱବର୍ତ୍ତୀ ଜିଲ୍ଲାର ହଜାର ହଜାର ଦିବ୍ୟାଙ୍ଗ ଜନଙ୍କ ପାଇଁ ବହୁତ୍ ସହାୟକ ହେବ, ଏହି କେନ୍ଦ୍ର ରେ ଦିବ୍ୟାଙ୍ଗ ଜନଙ୍କୁ ଡାକ୍ତର ଙ୍କ ପରାମର୍ଶ କ୍ରମେ ସମ୍ପୂର୍ଣ୍ଣ ନିଶୁଲ୍କରେ ହୁଇଲ ଚେୟାର, ଟ୍ରାଇ ସାଇକେଲ, ଆଶାବାଡ଼ି,୮୦%ରୁ ଅଧିକ ଦିବ୍ୟାଙ୍ଗତା ଥିବା ବ୍ୟକ୍ତିଙ୍କ ପାଇଁ ମୋଟର ଚାଳିତ ଟ୍ରାଇ ସାଇକେଲ, ସ୍ମାର୍ଟ କେନ୍, ସ୍ମାର୍ଟ ଫୋନ୍, ବେଲ୍ ସ୍ଲେଟ, ବେଲ୍ କିଟ୍, ଡିଜିଟାଲ ଶ୍ରବଣ ଯନ୍ତ୍ର, କମୋଡ ଚେୟାର ଇତ୍ୟାଦି ମିଳି ପାରିବ ଓ ହାତ କିମ୍ବା ଗୋଡ କଟି ଯାଇଥିବା ଦିବ୍ୟାଙ୍ଗ ଜନଙ୍କୁ ମାପ ନେଇ ଉନ୍ନତ ମାନର କୃତ୍ରିମ ଅଙ୍ଗ ପ୍ରସ୍ତୁତ କରି ସମ୍ପୂର୍ଣ୍ଣ ନିଶୁଳ୍କ ରେ ପ୍ରଦାନ ମଧ୍ୟ କରାଯିବ , ମଞ୍ଚାସିନ ସମସ୍ତ ଅତିଥି ମାନେ ସାଂସଦ ଙ୍କ ପ୍ରଚେଷ୍ଟା କୁ ଭୁୟସୀ ପ୍ରଶଂସା କରିଥିଲେ,କର୍ଯ୍ୟକ୍ରମ ଶେଷ ରେ ୨୫୦ ରୁ ଉର୍ଦ୍ଧ୍ୱ ଦିବ୍ୟାଙ୍ଗ ଜନଙ୍କୁ ନିଃଶୁଳ୍କ ଆବଶ୍ୟକୀୟ ଉପ କରଣ ବଣ୍ଟନ କରାଯାଇଥିଲା, ଶେଷ ରେ ମେଡିକାଲ୍ କଲେଜ ଏଡମିନିଷ୍ଟେଟର ମନୋରମା ଭୂୟାଁ ଧନ୍ୟବାଦ୍ ଦେଇଥିଲେ


