ନିଟ୍ ପରୀକ୍ଷାରେ ସଫଳତା ପାଇଲେ ଅଭିଜିତ

ହାଟଡିହି (ଓ୍ବାଇଏନଏସ): ହାଟଡିହି ବ୍ଲକର  ବାଙ୍ଗୋର ପଞ୍ଚାୟତ ବାଙ୍ଗୋର ଗ୍ରାମର ନିରଞ୍ଜନ ପୃଷ୍ଟିଙ୍କ ପୁଅ ଅଭିଜିତ ପୃଷ୍ଟି ୬୩୯ମାର୍କ ରଖ୍ ନିଟ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି। ସେ ସର୍ବ ଭାରତୀୟ ସ୍ତରରେ  ୨୩୫୬ରେଙ୍କ୍ ରେ ରହି ଗ୍ରାମ ପାଇଁ ଗୌରବ ଆଣିଛନ୍ତି ।  ସେ ଡାକ୍ତର ହୋଇ ଲୋକଙ୍କର ସେବା କରିବେ ବୋଲି କହିଛନ୍ତି । ସେ ଓଡିଶା ଆଦର୍ଶ ବିଦ୍ୟାଳୟ ଶାଳପଡାରେ ଯୁକ୍ତ ୨ ଶେଷ ପରେ ଯାଜପୁର ର ଏକ ଘରୋଇ ଶିକ୍ଷାନୁଷ୍ଠାନରେ ନିଟ ପାଇଁ ପ୍ରଶିକ୍ଷଣ ନେଇଥିଲେ। ସେ ଜଣେ ମେଧାବୀ ଛାତ୍ର ଭାବେ ପ୍ରଥମରୁ ଜଣା ପଡ଼ୁଥିଲେ।  ସେ ଜଣେ ଭଲ ଡାକ୍ତର ହୋଇ ଲୋକଙ୍କ ସେବା କରିବେ ବୋଲି କହିଛନ୍ତି। ଏହି ସଫଳତାର ଶ୍ରେୟ ସେ ତାଙ୍କର ପିତା, ମାତା, ଓ ଶିକ୍ଷକ ଶିକ୍ଷୟତ୍ରୀ ଙ୍କୁ ଦେଇଛନ୍ତି। ସେ ବାଙ୍ଗୋର ପଞ୍ଚାୟତର ପ୍ରଥମ ଛାତ୍ର ଭାବେ ନିଟରେ ସଫଳତା ହାସଲ କରିଥିବାରୁ ସମଗ୍ର ପଞ୍ଚାୟତରେ ଖୁସିର ଲହରୀ ଖେଳି ଯାଇଛି। ପୂର୍ବତନ ବ୍ଲକ ଅଧ୍ୟକ୍ଷ ପର୍ଶୁରାମ ପେଡା, ପୂର୍ବତନ ସରପଞ୍ଚ ବସନ୍ତ ପଢ଼ିଆରୀ, ଗ୍ରାମର ବରିଷ୍ଠ ନାଗରିକ ରଘୁନାଥ ପରିଡା, ପବିତ୍ର ମୋହନ ପେଡା ପ୍ରମୁଖ ତାଙ୍କ ବାସଭବନରେ ପହଞ୍ଚି ପଞ୍ଚାୟତବାସୀଙ୍କ ପକ୍ଷରୁ ତାଙ୍କୁ ଉତ୍ତରୀୟ ଓ ପୁଷ୍ପ ଗୁଚ୍ଛଦେଇ ସମ୍ବର୍ଦ୍ଧିତ କରିଛନ୍ତି। ଏଥିରେ ତାଙ୍କ ପରିବାର ଲୋକେ ବହୁତ ଖୁସି ଅନୁଭବ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ