ଘୋଡାହାଡ ଜଳଭଣ୍ଡାରରେ ଖରିଫ ପାଇଁ ୨୪ ରେ ଛଡାଯିବ ପାଣି

ଦିଗପହଣ୍ଡି(ଅଳକ ନାଥ ମିଶ୍ର)ଦିଗପହଣ୍ଡି ବ୍ଳକ ଖମାରୀ ଗାଁ ନିକଟରେ ଥିବା ଘୋଡାହାଡ ଜଳଭଣ୍ଡାରରେ ଶୁକ୍ରବାର  ଘୋଡାହାଡ ପାଣି ପଞ୍ଚାୟତ ଶୀର୍ଷ କମିଟି ଓ ଜଳସେଚନ ବିଭାଗ ପକ୍ଷରୁ ଜଳଭଣ୍ଡାର ପାର୍ଶ୍ଵରେ ଥିବା ଶ୍ରୀ ହନୁମାନ ମନ୍ଦିରରେ ବୃଷ୍ଟିଯଜ୍ଞ କରାଯାଇଥିଲା।ପରେ ଜଳଭଣ୍ଡାରର ମୂଖ୍ୟ ଫାଟକକୁ ପୂଜାର୍ଚ୍ଚନା ମଧ୍ୟ କରାଯାଇଥିଲା। ଘୋଡାହାଡ ଜଳସେଚନ କାର୍ଯ୍ୟାଳୟ ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ. ଗଙ୍ଗାଧର ଦାସଙ୍କ ଉପସ୍ଥିତି ରେ  ପୁରୋହିତ ରଞ୍ଜନ ତ୍ରୀପାଠୀଙ୍କ ମନ୍ତ୍ରପାଠରେ ଶ୍ରୀ ହନୁମାନ ମନ୍ଦିର ପରିସରରେ ହୋମ ପୂଜାର୍ଚ୍ଚନା  ଅନୁଷ୍ଠିତ ହୋଇଥିଲା ।  ହୋମ ଯଜ୍ଞ ରେ ଗୋଲଣ୍ଡା ଗ୍ରାମ ୨ ନମ୍ବର ପାଣି ପଞ୍ଚାୟତ ସମ୍ପାଦକ ନିରଞ୍ଜନ ପାଣିଗ୍ରାହୀ କର୍ତ୍ତା ରୂପେ ଆସନ ଅଳଙ୍କୃତ କରିଥିଲେ । ଆସନ୍ତା ୨୪ ତାରିଖରେ ଘୋଡାହାଡ ଜଳଭଣ୍ଡାରରୁ ଖରିଫ୍ ଧାନ ଚାଷ ପାଇଁ ପାଣି ଛାଡ଼ିବାକୁ ଶୀର୍ଷ କମିଟି ପକ୍ଷରୁ ନିଷ୍ପତ୍ତି ହୋଇଥିବା ବେଳେ ବର୍ତ୍ତମାନ ଘୋଡାହାଡ ଜଳଭଣ୍ଡାରରେ ୯୧ ପ୍ରତିଶତ (୧୧୬.୯୧ ମିଟର) ପାଣି ଗଚ୍ଛିତ ରହିଛି। ଏହି ପରିପ୍ରେକ୍ଷୀରେ ଆଜି ପୂଜାର୍ଚ୍ଚନା କରାଯାଇ ମୂଖ୍ୟ ଫାଟକ ଉଠାଇ ଅଳ୍ପ ପାଣି ମୁଖ୍ୟ କେନାଲକୁ ଛଡା‌ ଯାଇଥିଲା । ଏହି ସମୟରେ ସହକାରୀ ଯନ୍ତ୍ରୀ ଇଂ . କ୍ଷୀରୋଦ ବେହେରା , ଇଂ. ଦେବରାଜ ଗୌଡ଼, ଅନୁଜ ଯନ୍ତ୍ରୀ ଇଂ . ରାଜକୁମାର ପ୍ରଧାନ , ପାଣି‌ ପଞ୍ଚାୟତ ଶୀର୍ଷ କମିଟି ସଭାପତି ରମେଶ ଚନ୍ଦ୍ର ପାତ୍ର , କୋଷାଧ୍ୟକ୍ଷ ରାମନାଥ ବିଷୋୟୀ , ସ୍ଥାନୀୟ ସରପଞ୍ଚ ପ୍ରତିନିଧି ଚିତ୍ରସେନ ଗୈାଡ , ଶୀର୍ଷ କମିଟି କାର୍ଯ୍ୟକାରୀ କମିଟି ସଦସ୍ୟ ସୁବାଷ ପ୍ରଧାନ , ମୁରଲୀ ପାତ୍ର ସମେତ ୨୧ ଟି ପାଣି ପଞ୍ଚାୟତର କର୍ମକର୍ତ୍ତା ବୃନ୍ଦ  ଉପସ୍ଥିତ ଥିବା ବେଳେ ଘୋଡାହାଡ ଜଳସେଚନ ବିଭାଗ କର୍ମଚାରୀ ପ୍ରଦୀପ ଚନ୍ଦ୍ର ମହାନ୍ତି,ବିନୋଦ ଗୌଡ଼,ଅଭିମନ୍ୟୁ ଗୌଡ଼,ଭକ୍ତ ଦଳେଇ, ଅଭି ଗୌଡ଼ ଏବଂ ଅନ୍ୟାନ୍ୟ କର୍ମଚାରୀ ବୃନ୍ଦ ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ  କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ