ନିଖୋଜ ବୃଦ୍ଧଙ୍କ ମୃତଦେହ ଉଦ୍ଧାର

ଦିଗପହଣ୍ଡି,(ଅଳକ ନାଥ ମିଶ୍ର)  ସାନଖେମୁଣ୍ଡି ବ୍ଳକ ଏସ.ଗୋପାଳପୁର ଗ୍ରାମର ଭାସ୍କର ବରାଡ଼(୮୨) ଶନିବାର ସନ୍ଧ୍ୟାରୁ ନିଖୋଜ ଥିଲେ।ପରିବାର ଲୋକେ ବହୁ ଖୋଜାଖୋଜି ପରେ ମଧ୍ୟ ତାଙ୍କ ସନ୍ଧାନ ମିଳିନଥିଲା। ତାଙ୍କ ମୃତଦେହ ଗାଁ ଶ୍ମଶାନ ନିକଟ ପୋଖରୀ ରୁ ଉଦ୍ଧାର କରାଯାଇଥିଲା।ଏନେଇ ପାଟପୁର ଥାନା ରେ ଏତଲା ହେବାପରେ ଆଇଆଇସି ଦୀପ୍ତି ରଞ୍ଜନ ବେହେରା ଅପମୃତ୍ୟୁ ମାମଲା ନଂ.୧୩/୨୬ ଅନୁଯାୟୀ ମକଦ୍ଦମା ରୁଜୁ କରିଥିଲେ। ଥାନା ଏଏସଆଇ ସୋଲେମାନ ଭୁଁୟା ମୃତଦେହ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ଼ ଡାକ୍ତରଖାନା କୁ ପଠାଇଥିଲେ। ସେଠାରେ ବ୍ୟବଚ୍ଛେଦ କରାଯିବା ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯାଇଥିଲା। ମଧ୍ୟାହ୍ନରେ ଶୋକାକୁଳ ପରିବେଶ ମଧ୍ୟରେ ଗାଁ ଶ୍ମଶାନରେ ତାଙ୍କ ଶେଷକୃତ୍ୟ କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ