ରାସ୍ତା କଡ଼ରୁ ଶିଶୁ ପୁତ୍ର ଉଦ୍ଧାର

ଭଞ୍ଜନଗର,(ସନ୍ତୋଷ କୁମାର ଜେନା ): ଭଞ୍ଜନଗର ଫୁଲବାଣୀ ରାସ୍ତା ମୁଜାଗଡ ଗାଁ ନିକଟ ଜାତୀୟ ରାଜପଥ କଡରୁ ଏକ ନବଜାତକ ଶିଶୁ ପୁତ୍ର ଉଦ୍ଧାର କରାଯାଇଛି | ପ୍ରଥମେ ଗ୍ରାମ ବାସୀ ଙ୍କ ଦ୍ଵାରା ଉଦ୍ଧାର ହୋଇ ଥିଲା ଓ ପରେ ଶିଶୁ ପୁତ୍ରର ସ୍ବାସ୍ଥ୍ୟବସ୍ଥା ଯାଞ୍ଚ ପାଇଁ ମୁଜାଗଡ ମେଡିକାଲ ରେ ଭର୍ତ୍ତି କରାଯାଇଥିଲା।ନବଜାତକ ଶିଶୁ ପୁତ୍ରକୁ କିଏ ଓ କେଉଁ ଉଦ୍ଦେଶ୍ୟରେ ଏଠାରେ ପକାଇଲେ ତାହା ଜଣା ପଡିନାହିଁ। ଅବାଞ୍ଚିତ ମାତୃତ୍ଵ ରୁ କୌଣସି ମହିଳା ଶିଶୁ ପୁତ୍ରକୁ ଜନ୍ମ ଦେଇ ରାସ୍ତା କଡରେ ଫୋପାଡ଼ି ଦେଇଥିବା ଅନୁମାନ କରାଯାଉଛି।ମିଳିଥିବା ସୂଚନା ଅନୁସାରେ ଶିଶୁ ପୁତ୍ରର ସ୍ଵାସ୍ଥ୍ୟବସ୍ଥା ଭଲ ଥିବା ଜଣାପଡିଛି ଏବଂ ଭଞ୍ଜନଗର ପୋଲିସ ଘଟଣା ସ୍ଥଳରେ ପହଁଚି ତଦନ୍ତ ଜାରି ରଖିଥିଲେ।ବର୍ତ୍ତମାନ ପାରିପାର୍ଶ୍ବିକ ଅବସ୍ଥା ରୁ ଜଣା ପଡୁଛି ଯେ ମୁଜାଗଡ଼ ମୂଖ୍ୟ ରାସ୍ତାରେ ଥିବା ଡାକ୍ତର ଖାନାରେ କେହି ମହିଳା ପ୍ରସବ ପରେ ଲୋକ ଲଜ୍ୟା ଭୟରେ ରାସ୍ତା କଡରେ ଛାଡି ଦେଇ ଥାଇ ପାରନ୍ତି। କଥାରେ ଅଛି ମନୁଷ୍ୟ ଜନ୍ମ ହେଉଛି ପୃଥିବୀର ଶେଷ୍ଠ ଜନ୍ମ ଓ ଶିଶୁ ମଧ୍ୟରେ ଭଗବାନ ଙ୍କ ଅବସ୍ଥାନ ରହିଥାଏ ଏବଂ ବର୍ତ୍ତମାନ ସମୟରେ କେତେଯେ ଦମ୍ପତ୍ତି ଅଛନ୍ତି ଯେଉଁମାନେ ସନ୍ତାନ ପ୍ରାପ୍ତି ପାଇଁ କେତେ ଚିକିତ୍ସା କେତେ ପୂଜା ବିଦ୍ଧି କରୁଛନ୍ତି କିନ୍ତୁ ସନ୍ତାନ ରୁ ବଂଚିତ ହେଉଛନ୍ତି।ଏହି ପରି ସ୍ଥଳେ କିଏ ସେ ନିର୍ଦୟ ମା ଯିଏ କି ମା ର ମମତା କୁ ପାଦ ତଳେ ଦଳି ଦେଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ