ନିଟରେ ରାମଦୂତଙ୍କ ସଫଳତା

କାକଟପୁର /ଅସ୍ତରଙ୍ଗ,(ଶୁଭାଶିଷ ଖଣ୍ଡୁଆଳ): ଅସ୍ତରଙ୍ଗ ବ୍ଲକ ଅଧୀନ ସରିପୁର ପଞ୍ଚାୟତ କଣ୍ଟାବାଉଁଶ ଗ୍ରାମର ରାମଦୂତ ସୂଯ୍ୟଶିଷ ପ୍ରଧାନ ଚଳିତ ନିଟ ୨୦୨୬ ପରୀକ୍ଷାରେ ସର୍ବଭାରତୀୟ ସ୍ତରରେ୫୧୦୭ ତମ ରାଙ୍କ ହାସଲ କରିଛନ୍ତି। ସେ ୫୯୬ ମାର୍କରଖିଛନ୍ତି। ରାମଦୂତଙ୍କ ପିତା ପୁଷ୍ପକ ପ୍ରଧାନ ଜଣେ ଚାଷୀ ହୋଇଥିବାବେଳେ ଆର୍ଥିକ ଅଭାବ ସତ୍ତ୍ୱେ ବାପା ପୁଅର ପଢା ପାଇଁ ସବୁ ପ୍ରକାର ସହଯୋଗ କରିଥିଲେ। ସେ ଦଶମ କୋଣାର୍କ ନବୋଦୟ ବିଦ୍ୟାଳୟ ଏବଂ ଯୁକ୍ତ ୨କୋଣାର୍କ ଭଗବତୀ ବିଦ୍ୟାପୀଠରୁ ପାସ୍ କରିଥିଲେ। ପ୍ରଥମ ଥରରେ ସଫଳ ହୋଇନଥିଲେ ମଧ୍ୟ ଦ୍ୱିତୀୟ ଥର ପ୍ରୟାସରେ ସେ ସଫଳତା ପାଇଛନ୍ତି। ଏଥିପାଇଁ ସେ ଦୈନିକ ୧୮ ଘଣ୍ଟା ପରିଶ୍ରମ କରୁଥିଲେ। ବିଭିନ୍ନ ମହଲରୁ ତାଙ୍କୁ ଅଭିନନ୍ଦନ ଜଣାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ