ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମରେ ଓରାଳିରେ ବାହୁଡାଯାତ୍ରା

ହାଟଡିହି (ଓ୍ବାଇଏନଏସ): କେନ୍ଦୁଝର ଜିଲ୍ଲା ହାଟଡ଼ିହି ବ୍ଲକର ଐତିହ ସମ୍ପନ୍ନ ଗ୍ରାମ ଓରାଳି ଠାରେ ଚଳିତ ବର୍ଷ ୫୨ ତମ ବାହୁଡା ଯାତ୍ରା ପ୍ରତିକୂଳ ପାଣିପାଗ ସତ୍ତ୍ୱେ ଧୁମଧାମରେ ଅନୁଷ୍ଠିତ ହୋଇଛି। ଭଜନ କୀର୍ତ୍ତନ, ନାମ ସଙ୍କୀର୍ତ୍ତନ ଓ ଓଡ଼ିଶୀ ନୃତ୍ୟରେ ଭକ୍ତମାନେ ବିଭୋର ହୋଇଥିଲେ। ଦିନ ତିନିଟା ବେଳେ ପ୍ରଭୁ ବଳଭଦ୍ର, ଦେବୀ ଶୁଭଦ୍ରା ଓ ପରେ ପ୍ରଭୁ ଜଗନ୍ନାଥଙ୍କୁ ପହଣ୍ଡି ବିଜେ କରାଇ ରଥାରୁଢ କରିବା ପରେ ରଥ ଟଣା କାର୍ଯ୍ୟ ଆରମ୍ଭ ହୋଇଥିଲା।  ରଥାରୂଢ ଚତୁର୍ଦ୍ଧା ମୂର୍ତ୍ତିଙ୍କ ଚତୁପାର୍ଶ୍ୱରେ ଠାକୁର ସେବକ ନୃସିଂହନାଥ ସିଂହ ଛେରାପହଁରା କରିଥିଲେ। ପଣ୍ଡିତ ମାନଙ୍କ ଦ୍ୱାରା ନୀତିକାନ୍ତି ସମ୍ପାଦନ କରିଥିବାବେଳେ ରଥଯାତ୍ରା କମିଟିର ସମସ୍ତ କର୍ମକର୍ତ୍ତାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ରଥଟଣା ଆରମ୍ଭ ହୋଇଥିଲା । ରଥଟଣାର ପ୍ରଥମାର୍ଦ୍ଧରେ ମହିଳାମାନେ ରଥ ଟାଣିଥିବାବେଳେ ଦ୍ଵିତିୟାର୍ଦ୍ଧରେ ମିଳିମିଶି ଶ୍ରଦ୍ଧାଳୁ ମାନେ ରଥ ଟାଣିଥିଲେ । ହଜାର ହଜାର ଶ୍ରଦ୍ଧାଳୁ ଏଠାରେ ଗୁଣ୍ଡିଚା ମନ୍ଦିରରେ ଠାକୁରଙ୍କୁ ଭୋଗଲାଗି କରିଥିଲେ । ଶ୍ରଦ୍ଧାଳୁ ମାନଙ୍କୁ ଅନ୍ନ ପ୍ରସାଦ ବଣ୍ଟନ କରାଯାଇଥିଲା। ନନ୍ଦିପଦା ପୁଲିସ ପକ୍ଷରୁ ଏଠାରେ ଶାନ୍ତି ଶୃଙ୍ଖଳା ରକ୍ଷା କରାଯାଇଥିଲା । ବାହୁଡା଼ ଯାତ୍ରା ପାଇଁ ଗ୍ରାମଟି ଉତ୍ସବ ମୁଖରିତ ହୋଇ ଉଠିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ