ଓଡିଶା ରାଜ୍ୟ ଏଡିଇଓ ଆସୋସିଏସନର କାର୍ଯ୍ୟକାରିଣୀ ବୈଠକ
ବରୀ,(ଚୈତନ୍ୟ ଜେନା) : ଓଡିଶା ରାଜ୍ୟ ଏଡିଇଓ ଆସୋସିଏସନର କାର୍ଯ୍ୟକାରିଣୀ ବୈଠକ ଭୁବନେଶ୍ୱର ସ୍ଥିତ ପୁଷ୍ପକ ହୋଟେଲ ପରିସରରେ ଶନିବାର ଦିନ ଅନୁଷ୍ଠିତ ହୋଇ ଯାଇଛି l ଏହି ବୈଠକରେ ରାଜ୍ୟ ସଂଘ ସଭାପତି ପ୍ରଭାତ କୁମାର ତିୱାରୀ ସଭାପତିତ୍ୱ କରିଥିଲେ l ବୈଠକରେ ରାଜ୍ୟର ୨୮ ଗୋଟି ଜିଲ୍ଲାର ସଭାପତି ଓ ସମ୍ପାଦକମାନେ ଉପସ୍ଥିତି ରହି ବିଭିନ୍ନ ସାଙ୍ଗଠନିକ ସମସ୍ୟା ଓ ଆଗାମୀ ଭବିଷ୍ୟତ କାର୍ଯ୍ୟପନ୍ଥା ସମ୍ପର୍କରେ ଆଲୋଚନା କରିଥିଲେ l ରାଜ୍ୟରେ କାର୍ଯ୍ୟରତ ଏଡିଓମାନଙ୍କ ଗ୍ରେଡ଼ ପେ ବୃଦ୍ଧି, ଲେବଲ ପରିବର୍ତ୍ତନ, ନିଜ ବ୍ଲକରେ କାର୍ଯ୍ୟ କରିବା ପାଇଁ ଥିବା ପ୍ରତିବନ୍ଧକ ହଟାଇବା ପାଇଁ ରାଜ୍ୟ ସରକାରଙ୍କ ସହିତ ଆଲୋଚନା କରି ତୁରନ୍ତ ପୂରଣ ଦିଗରେ ପଦକ୍ଷେପ ନେବାକୁ ରାଜ୍ୟ ସଭାପତି ଶ୍ରୀ ତିୱାରୀଙ୍କ ଉପରେ ପୂର୍ଣ୍ଣ ଦାୟିତ୍ୱ ପ୍ରଦାନ କରାଯାଇଥିଲା l ପୁରୀ ଓ ଖୋର୍ଦ୍ଧା ଜିଲ୍ଲାର ସାଙ୍ଗଠନିକ ସମସ୍ୟାର ସମାଧାନ ନିମନ୍ତେ ଏକ କମିଟି ଗଠନ କରାଯିବା ସହ ଗୋଟିଏ ମାସ ମଧ୍ୟରେ ସମାଧାନ ପାଇଁ ଦାୟିତ୍ୱ ଦିଆଯାଇଥିଲା l ଏହି ବୈଠକରେ ରାଜ୍ୟ କାର୍ଯ୍ୟକାରୀ ସଭାପତି ଡ଼କ୍ଟର ଅଜୟ କୁମାର ଜେନା, ସାଧାରଣ ସମ୍ପାଦକ ସଂଗ୍ରାମ ସିଂ, କୋଷାଧକ୍ଷ ଦେବାଶିଷ ରାଉତ, ରାଜ୍ୟ ସଂଯୋଜକ ଗାୟତ୍ରୀ ପଣ୍ଡା, ଉପସଭାପତି ସୁରେଶ ପାଣିଗ୍ରାହୀ,ଜ୍ୟୋତି ରଞ୍ଜନ ପତି, ରଜନୀ ପଟ୍ଟନାୟକ, ସଂଗଠନ ସମ୍ପାଦକ ମଳୟ କୁମାର ସାହୁ, ସହ ସମ୍ପାଦକ ସୁଶୀଲ କୁମାର ପାଣିଗ୍ରାହୀଙ୍କ ସମେତ କିଶୋର ଗୌଡ଼, ମନୋଜ ପାଢ଼ୀ, ଜିତେନ୍ଦ୍ର ପୃଷ୍ଟି, ଶ୍ରୀକାନ୍ତ ହୋତା, ସନ୍ତୋଷ ଭାରତୀ, ବିଭୁତି ଭୂଷଣ ମିଶ୍ର, ଅମିତ ରଣା, ବିଭୁଦତ୍ତ ପୁରୋହିତ, କିଶୋର ଦଳେଇ, ପୂର୍ଣ୍ଣ ଚନ୍ଦ୍ର ମହାନ୍ତି, ବ୍ରଜ ଗୋପାଳ ମିଶ୍ର, ହେମନ୍ତ ଶତପଥି, ରାଜେଶ ବେହେରା, ନବକିଶୋର ପ୍ରଧାନ, ପ୍ରଦ୍ୟୁମ୍ନ ସାହୁ, ରାଧାଶ୍ୟାମ ସାହୁ, ପାରେଶ୍ୱର ରାୟ, ନେପାଳ କ୍ରୀଷ୍ଣ ବର୍ଦ୍ଧନ, ପରମେଶ୍ୱର ବିଶ୍ୱାଳ, ପିତାମ୍ବର ପୃଷେଠ, ଶିବରାମ ପଣ୍ଡା, ତୋଫାନ ମୁଦୁଲି, ପ୍ରଭାତ ସା, ପି. ଗିରିବାବୁ, ଅଜିତ ପୁହାଣ, ଉମେଶ ଦାସ, ରୁଦ୍ର ପ୍ରସାଦ ନାୟକ, ସତ୍ୟପ୍ରିୟ ବେହେରା, ବିକାଶ ବଲ୍ଲଭ ରାଉତ, ସହଦେଵ ବେହେରା ପ୍ରମୁଖ ବହୁ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି ନିଜର ମତ ଉପସ୍ଥାପନ କରିଥିଲେ l ଶେଷରେ ଅନ୍ୟତମ କାର୍ଯ୍ୟକାରୀ ସଭାପତି ବାବାଜୀ ଚରଣ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ l


