ବକେୟା ବିଦ୍ୟୁତ ବିଲ ଯୋଗୁଁ ୫ଦିନ ହେଲା ଅନ୍ଧାରରେ ବିଇଓ କାର୍ଯ୍ୟାଳୟ

ହାଟଡିହି (ଓ୍ବାଇଏନଏସ): ବକେୟା ବିଦ୍ୟୁତ ବିଲ ପୈଠ କରି ନଥିବା ଯୋଗୁଁ ହାଟଡିହି ବିଇଓଙ୍କ କାର୍ଯ୍ୟାଳୟକୁ ବିଦ୍ୟୁତ ସଂଯୋଗ ବିଛିନ୍ନ କରା ଯାଇଛି। ଫଳରେ  ୫ଦିନ ହେଲା ବିଇଓ କାର୍ଯ୍ୟାଳୟ ଅନ୍ଧାରରେ ରହିଛି। ସୂଚନା ଅନୁଯାଇ ଗତ ମାସ ସୁଦ୍ଧା ବିଇଓଙ୍କ କାର୍ଯ୍ୟାଳୟର ବିଦ୍ୟୁତ ବିଲ ୧୭ହଜାର ଟଙ୍କା ଆସିଥିଲା। ମାତ୍ର ବିଇଓ ଙ୍କ କାର୍ଯ୍ୟାଳୟ ପକ୍ଷରୁ ବିଦ୍ୟୁତ ବିଲ ପୈଠ କରାଯାଇ ନଥିଲା। ବିଦ୍ୟୁତ ବିଲ ପୈଠ ପାଇଁ ବିଇଓଙ୍କ ଅଫିସରେ ଆବଶ୍ୟକ ଅନୁଦାନ ନଥିବାରୁ ବିଲ ପୈଠ ହୋଇ ପାରି ନଥିଲା। ଏଠାରେ ସ୍ମାର୍ଟ ମିଟର ଲାଗିଥିବା ଯୋଗୁଁ ଗତ ବୁଧବାର ଠାରୁ ଏଠାକୁ ସ୍ୱତପ୍ରବୃତ ଭାବେ ବିଦ୍ୟୁତ ସଂଯୋଗ ବିଛିନ୍ନ ହୋଇ ଯାଇଥିଲା। ଫଳରେ ଅଫିସ କାମ ସମ୍ପୂର୍ଣ୍ଣ ଠପ ହୋଇଯାଇଥିଲା। ତେଣୁ ବିଇଓଙ୍କ କାର୍ଯ୍ୟାଳୟ ପକ୍ଷରୁ ବିଭାଗୀୟ ଅଧିକାରୀ ଓ  ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଚିଠି କରି ଅବଗତ କରାଯାଇ ଥିଲେ ବି ବିଦ୍ୟୁତ ସଂଯୋଗ ପ୍ରତି କେହି ଗୁରୁତ୍ୱ ଦେଉ ନାହାନ୍ତି। ଯାହାଦ୍ୱାରା ଗତ ଗୁରୁବାର ଠାରୁ ଅଫିସରେ କିଛି କାର୍ଯ୍ୟ ହୋଇ ପାରୁନି। ଆଜିବି କର୍ମଚାରୀମାନେ ବାଧ୍ୟ ହୋଇ ଅଫିସ ବାହାରେ ବୁଲୁଥିବା ଦେଖିବାକୁ ମିଳିଥିଲା। ଭିତରେ ଅନ୍ଧାର, କମ୍ପ୍ୟୁଟର ଖୋଲୁନି କଣ କରିବୁ ବୋଲି କର୍ମଚାରୀ ମାନେ କହିଛନ୍ତି। ଶିକ୍ଷା ବିଭାଗ ଭଳି ଏକ ସରକାରୀ କାର୍ଯ୍ୟାଳୟକୁ ଏତେଦିନ ପର୍ଯ୍ୟନ୍ତ ବିଦ୍ୟୁତ ସଂଯୋଗ ହେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି। ଏ ସମ୍ପର୍କରେ ଟାଟା ପାୱାରର କନିଷ୍ଠ ଯନ୍ତ୍ରୀଙ୍କୁ ପଚାରିବାରେ ସେ କହିଛନ୍ତି ଯେ ସ୍ମାର୍ଟ ମିଟର ଲାଗିଛି, ଡିଫଲଡ଼ର ହେଲେ ଆପେ ଆପେ ବିଦ୍ୟୁତ ସଂଯୋଗ ବିଛିନ୍ନ ହୋଇଯିବ। ଆମେ କଣ କରିପାରିବୁ ବୋଲି କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ