ଆଜିଠୁୁ ଆରମ୍ଭ ହେବ ଶ୍ରାବଣ ମାସ : ଆସିକାରେ ଜମିଲା ଆମିଷ ବେପାର

ଆସିକା  (ୱାଇଏନ୍‍ଏସ୍‍) : ଗୁରବାର ଠାରୁ ଆରମ୍ଭ ହେବ ଭଗବାନ ଶିବ ଏବଂ ମାତା ପାର୍ବତୀଙ୍କୁ ପ୍ରସନ୍ନ କରିବାର ମାସ ଶ୍ରାବଣ। ଏହି ମାସରେ ଅଧିକାଂଶ ଆଧ୍ୟାତ୍ମିକ ପ୍ରେମୀ ହିନ୍ଦୁଧର୍ମାବଲମ୍ବୀଙ୍କ ଠାରୁ ଆରମ୍ଭ କରି ମାନସିକଧାରୀ ବୋଲ୍‍ବମ୍‍ ଭକ୍ତମାନେ ଅମିଷ ବର୍ଜନ କରିଥାନ୍ତି। ଶ୍ରାବଣ ମାସରେ ଶ୍ରଦ୍ଧାଳୁ ଭକ୍ତଙ୍କ ଠାରୁ ଆରମ୍ଭ କରି ମାନସିକଧାରୀ ବୋଲ୍‍ବମ୍‍ ଭକ୍ତମାନେ ଆମିଷ ଭକ୍ଷଣ ପରିତ୍ୟାଗ କରି ବିନା ପିଆଜ ରସୁଣରେ ପ୍ରସ୍ତୁତ ସାତ୍ତ୍ୱିକ ଭୋଜନ କରିଥାନ୍ତି । ଏହି ଶ୍ରାବଣ ମାସରେ ମହାପ୍ରଭୂ ଶିବ-ଶଙ୍କରଙ୍କୁ ଜଳଲାଗି ବା ଜଳାଭିଷେକ କଲେ ସକଳ ବାଧାବିଘ୍ନ ଦୂର ହେବା ସହ ମନସ୍କାମନା ପୂରଣ ହୋଇଥାଏ ବୋଲି ବିଶ୍ୱାସ ରହିଛି । ଆସନ୍ତାକାଲି ଅର୍ଥାତ୍‍ ଗୁରବାର ଠାରୁ ଆରମ୍ଭ ହେବ ପବିତ୍ର ଶ୍ରାବଣ ମାସ । ସମଗ୍ର ମାସଟି ସାତ୍ତ୍ୱିକ ଖାଦ୍ୟରେ ସନ୍ତୁଷ୍ଟ ହେବାକୁ ପଡିବ । ଶ୍ରାବଣ ମାସ ଆରମ୍ଭ ପୂର୍ବରୁ ଆଜି ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳ ମାଛ, ମାଂସ ଓ ଚିକେନ୍ ଦୋକାନ ଗୁଡିକରେ ଗ୍ରାହକଙ୍କ ପ୍ରବଳ ଭିଡ ପରିଲକ୍ଷିତ ହୋଇଥିଲା ବେଳେ ପ୍ରାୟ ୫ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ଆମିଷ ବେପାର ହୋଇଥିବା ଆଲୋଚିତ ହେଉଛି । ଆସନ୍ତାକାଲି ଶ୍ରାବଣ ମାସ ଆସିବା ପୂର୍ବରୁ ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳରେ ଆଜି ବିଭିନ୍ନ ଆମିଷ ବ୍ୟବସାୟ ପ୍ରତିଷ୍ଟାନ ଗୁଡିକରେ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ବେପାର ଜୋର ଧରିଥିବା ଦେଖିବାକୁ ମିଳିଥିଲା। ଆସିକା ସହରର ବାଣିବିହାର, ହାଟପଦା, ପାକଲାପଲ୍ଲୀ ଛକ, ବିଜୁପଟ୍ଟନାୟକ ଛକ ତଥା ଏହାର ଆଖପାଖ ଅଞ୍ଚଳର ଆମିଷ ବଜାରରେ ଗ୍ରହକଙ୍କ ପ୍ରବଳ ଭିଡ ଜମିିଥିଲା । ଆସନ୍ତାକାଲି ଅଥତ୍ତ୍‍ ଗୁରବାର ଠାରୁ ଆରମ୍ଭ ହେବ ଶ୍ରାବଣ ମାସ । ହିନ୍ଦୁ ଧର୍ମାବଲମ୍ବୀଙ୍କ ଘରେ ଏହି ମାସଟିରେ ପ୍ରାୟତଃ ପଶିବନି ଆମିଷ । ଆଜି ଥିଲା ଶ୍ରାବଣ ମାସ ଆରମ୍ଭ ପୂର୍ବରୁ ଶେଷ ଆମିଷ ପାଳି । ସେଥିଲାଗି ଅଧିକାଂଶ ବ୍ୟକ୍ତିଙ୍କ ଘରେ ଘରେ ମାଛ, ମାଂସ, ମଟନ, ଚିକେନ୍‍, କଙ୍କଡା, ଚିଙ୍ଗୁଡି ସମେତ ବିଭିନ୍ନ ପ୍ରକାରର ସୁସ୍ୱାଦୁ ଆମିଷ ଖାଦ୍ୟ ରୋଷେଇ ହୋଇଥିବା ଜଣାପଡିଛି । ଲୋକଙ୍କ ଚାହିଦାକୁ ଦେଖି ଆସିକା ସହର ତଥା ଏହାର ଆଖପାଖ ଆମିଷ ମାର୍କେଟ ମଧ୍ୟ ବୁଧବାର ସରଗରମ ହୋଇଥିଲା । ମଟନ୍‍ ଦର ସାମାନ୍ୟ ଅଧିକ ଥିଲେ ବି ଲୋକେ କିଣିବାକୁ ବିଶେଷ ଆଗ୍ରହ ପ୍ରକାଶ କରିଥିଲେ । ଆସନ୍ତାକାଲି ଅର୍ଥାତ୍‍ ଗୁରବାର ଠାରୁ ଆରମ୍ଭ ହେବ ଶ୍ରାବଣ ମାସ । ଏହି ମାସରେ ହିନ୍ଦୁ ସଂପ୍ରଦାୟର ପ୍ରାୟତଃ ଅଧିକାଂଶ ଲୋକେ ଆମିଷ ଭକ୍ଷଣ କରନ୍ତି ନାହିଁ । ମାନସିକଧାରୀ ଶ୍ରଦ୍ଧାଳୁ ମହିଳାମାନେ ମାସକ ଯାକ ସାତ୍ତିକ ଆହର ଖାଇ ଦେବାଧିଦେବ ମହାଦେବଙ୍କୁ ନିଷ୍ଠାର ସହ ପୂଜାର୍ଚ୍ଚନା କରିଥାନ୍ତି । ଏହି ଶ୍ରାବଣ ମାସରେ ଦେବାଧିଦେବ ମହାଦେବଙ୍କୁ ପୂଜାର୍ଚ୍ଚନା ଓ ଜଳଲାଗି କଲେ ବହୁ ପୂଣ୍ୟ ମିଳିଥାଏ ବୋଲି ବିଶ୍ୱାସ ରହିଛି । ତେଣୁ ଶ୍ରାବଣ ମାସ ଏକ ମହାଦେବ ଶିବଙ୍କ ପ୍ରିୟ ମାସ ହୋଇଥିବାରୁ ଅନେକ ଆମିଷ ଭକ୍ଷଣ କରିବାକୁ ଇଛା ପ୍ରକାଶ କରିନଥାନ୍ତି । ଏହି ଶ୍ରାବଣ ମାସ ଆରମ୍ଭର ଅବ୍ୟବହିତ ପୂର୍ବରୁ ପ୍ରାୟତଃ ଅଧିକାଂଶ ବ୍ୟକ୍ତି ଆମିଷ ଖାଇଥାନ୍ତି । ଆଉ ଶ୍ରାବଣ ମାସ ଯାକ ଆମିଷ ଖାଇନଥାନ୍ତି । ଆସିକାରେ ମାଂସ ଠାରୁ ଆରମ୍ଭ କରି ଚିକେନ୍‍, ମଟନ୍‍, ମାଛ ଦୋକାନ ଗୁଡିକରେ ବୁଧବାର ଦିନତମାମ ଭିଡ ଲାଗି ରହିଥିଲା । ଆମିଷ ଖାଇବା ବ୍ୟକ୍ତିମାନେ ଅତି ଆନନ୍ଦ ସହକାରେ ଆମିଷ ବ୍ୟବସାୟୀଙ୍କ ଠାରୁ ଆମିଷ କିଣୁଥିବାର ଦେଖିବାକୁ ମିଳୁଥିଲା । ଶ୍ରାବଣ ମାସ ଆରମ୍ଭ ପୂର୍ବରୁ ବୁଧବାର ଆମିଷ ଖାଇବା ପାଇଁ ଉଭୟ ସକାଳ ଏବଂ ସନ୍ଧ୍ୟାରେ ଆମିଷ ବଜାର ଆସିକା ଅଂଚଳରେ ସରଗରମ ଥିଲା ବେଳେ ଆମିଷ ଦର ସାମାନ୍ୟ ବୃଦ୍ଧି ହୋଇଥିଲେ ହେଁ ବହୁ ଗ୍ରାହକଙ୍କ ଉପରେ ତାହାର କୌଣସି ପ୍ରଭାବ ପଡିନଥିବା ଦେଖିବାକୁ ମିଳିଥିଲା । ସାଧାରଣତଃ ଶ୍ରାବଣ ମାସରେ ମାନସିରଧାରୀ ବୋଲ୍‍ବମ୍‍ ଭକ୍ତଙ୍କ ଠାରୁ ଆରମ୍ଭ କରି ଆଧ୍ୟାତ୍ମିକପ୍ରେମୀ ଭକ୍ତମାନେ ଆମିଷ ଭକ୍ଷଣ ପରିତ୍ୟାଗ କରି ପନିପରିବା ଉପରେ ଅଧିକ ନିର୍ଭର କରୁଥିବା ଯୋଗୁଁ ପନିପରିବା ଦର ଏବେଠୁ ବୃଦ୍ଧି ପାଇବାରେ ଲାଗିଥିବା ସଚେତନ ନାଗରିକ ମହଲରେ ଚର୍ଚ୍ଚା ହେଉଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ