ଦେବଦୀପ ଫାଉଣ୍ଡେସନର ବନ୍ୟାପ୍ରବଣ ଅଞ୍ଚଳ ଗସ୍ତ

ବାଲେଶ୍ୱର (ସରୋଜ ପଣ୍ଡା):  ‘ଦେବଦୀପ ଫାଉଣ୍ଡେସନ’ ତରଫରୁ ବାଲେଶ୍ୱର ସଦର ନିର୍ବାଚନ ମଣ୍ଡଳୀର ବନ୍ୟାପ୍ରବଣ ଘେରରେ ଥିବା ବିଭିନ୍ନ ପଞ୍ଚାୟତ ଗସ୍ତ କରାଯାଇ ବାସ୍ତବ ସ୍ଥିତି ଅନୁଧ୍ୟାନ କରାଯାଇଛି। ବନ୍ୟା ପରିସ୍ଥିତି ଏତେ ଗମ୍ଭୀର ଥିଲା ଯେ, ସମସ୍ତ ବାଧାବିଘ୍ନକୁ ଏଡ଼ାଇ ଫାଉଣ୍ଡେସନର ଟିମ୍ ଗଭୀର ଅନ୍ଧାର ରାତିରେ ମଧ୍ୟ ନୌକାରେ ପାଣି ଅତିକ୍ରମ କରି ସିଧାସଳଖ ଦୁର୍ଗମ ଏବଂ ଅତି କ୍ଷତିଗ୍ରସ୍ତ ଅଞ୍ଚଳରେ ପହଞ୍ଚିଥିଲେ। ​ଏହି ଅବସରରେ ଟିମ୍ ପକ୍ଷରୁ ଗ୍ରାମବାସୀଙ୍କୁ ଭେଟି ସେମାନଙ୍କର ବିଭିନ୍ନ ଦୁଃଖସୁଖ ଓ ସମସ୍ୟା ସମ୍ପର୍କରେ ଆଲୋଚନା କରାଯାଇଥିଲା। ଲଗାଣ ବର୍ଷା ଓ ବନ୍ୟା ଯୋଗୁଁ ପ୍ରଭାବିତ ହୋଇ ବାସହୀନ ତଥା ଅସହାୟ ହୋଇପଡ଼ିଥିବା ପରିବାରଗୁଡ଼ିକୁ ମୁଣ୍ଡ ଗୁଞ୍ଜିବା ଏବଂ ସୁରକ୍ଷା ଯୋଗାଇଦେବା ପାଇଁ ଫାଉଣ୍ଡେସନ ପକ୍ଷରୁ ତୁରନ୍ତ ପଲିଥିନ ବଣ୍ଟନ କରାଯାଇଛି। ​ସୂଚନାଯୋଗ୍ୟ ଯେ, ସଦର ବ୍ଲକର ବଇଁଚା, ସିନ୍ଧିଆ, ଗୋପିନାଥପୁର, ପରିଖି, ଓଲୋନ୍ଦା, ସାରଗାଁ, ରାଇସୁଆଁ, ହଳଦୀପଦା, ଶ୍ରୀରାମପୁର, ରସଲପୁର, କୁରାଢିଆ, ଛାନୁଆ, ବାହାବଳପୁର ଏବଂ ଦୁବୁଲାଗଡ଼ି ପ୍ରଭୃତି ପଞ୍ଚାୟତର ବନ୍ୟା ପ୍ରପୀଡ଼ିତ ଲୋକଙ୍କୁ ଏହି ସହାୟତା ପ୍ରଦାନ କରାଯାଇ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଥିଲା। ଦେବଦୀପ ଫାଉଣ୍ଡେସନର ସଭାପତି ଧିରେନ ନାୟକଙ୍କ ନେତୃତ୍ୱରେ ପରିଚାଳିତ ଏହି ରିଲିଫ ଅଭିଯାନରେ ବିଭୁଦତ୍ତ ପରିଡ଼ା, ସୌଭାଗ୍ୟ ଖୁଣ୍ଟିଆ, ତପନ କୁମାର ଦାସ, ବିକାଶ ବେହେରା, ସଂଜୀବ ହାଇତ, ମଳୟ ରଂଜନ ବିଶ୍ବାଳ ଓ ପ୍ରଶାନ୍ତ ଘୋଷ ପ୍ରମୁଖ ସାମିଲ ରହି ସହଯୋଗ କରିଥିଲେ। ​ଜନସାଧାରଣଙ୍କ ଏହି ଦୁର୍ଦ୍ଦିନରେ ଆମେ ସର୍ବଦା ଲୋକଙ୍କ ସାଥୀରେ ଅଛୁ ଏବଂ ଆଗାମୀ ଦିନରେ ମଧ୍ୟ ଏପରି ମାନବିକ ସେବା ଜାରି ରହିବ ବୋଲି ସଂଗଠନର ସଭାପତି ଶ୍ରୀ ଧିରେନ ନାୟକ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ