ବଣିକ ସଂଘ ପକ୍ଷରୁ ବୃକ୍ଷ ଚାରା ରୋପଣ

ଦିଗପହଣ୍ଡି,(ଅଳକ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ସିଦ୍ଧେଶ୍ୱର ଗଣିଆନାଳ ଛକ ମା’ ପିତାମ୍ୱରୀ ବଣିକ ସଂଘ ପକ୍ଷରୁ ଶନିବାର ବୃକ୍ଷ ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ମା ‘ ପିତାମ୍ୱରି ମନ୍ଦିର ପ୍ରାଙ୍ଗଣରେ ଆୟୋଜିତ ସଭାରେ ସଂଘ ସଭାପତି ଟୁକୁନା ପ୍ରଧାନ ଅଧ୍ୟକ୍ଷତା କରିଥିଲେ। ମୁଖ୍ୟଅତିଥି ଭାବେ ଦିଗପହଣ୍ଡି ରେଞ୍ଜର ଦିବ୍ୟ ରଞ୍ଜନ ସାହୁ  ଯୋଗ ଦେଇ ଜଳବାୟୁର ପରିବର୍ତ୍ତନ ରୋକିବା ଏବଂ ପରିବେଶର ସୁରକ୍ଷା ପାଇଁ ବୃକ୍ଷରୋପଣର ଆବଶ୍ୟକତା ଜରୁରୀ ଅଟେ । ତେଣୁ ସମସ୍ତେ ମିଳିତ ଭାବେ ଚାରା ରୋପଣ କରିବା ଏବଂ ତାହାର ସୁରକ୍ଷା କରିବା ପାଇଁଁ ଉପସ୍ଥିତ ବ୍ୟବସାୟୀ ଓ ଗ୍ରାମବାସୀ ମାନଙ୍କୁ ଆହ୍ବାନ ଦେଇଥିଲେ। ବର୍ତ୍ତମାନ ଜଳବାୟୁ ର ବ୍ୟାପକ ପରିବର୍ତ୍ତନ ସହିତ ଦିନକୁ ଦିନ ବର୍ଷାର ଅଭାବ ଦେଖା ଦେଲାଣି। ଏହାର କାରଣ କ୍ରମାଗତ ବୃକ୍ଷ  ସଂଖ୍ୟା ହ୍ରାସ ପାଇବା। ତେଣୁ ସମସ୍ତେ କିଭଳି ବୃକ୍ଷ ରୋପଣ କରିବା ପରିବେଶ ର ସୁରକ୍ଷା କରିବା ସେ ସମ୍ପର୍କ ରେ ସମସ୍ତଙ୍କୁ ସଚେତନ କରିଥିଲେ। ସରକାର ଙ୍କ ପକ୍ଷରୁ ବନ ବିଭାଗ ଦ୍ବାରା ପ୍ରଚୁର ପରିମାଣର ଚାରା ଯୋଗାଇ ଦିଆଯାଉଛି। ତେଣୁ ସମସ୍ତେ ନିଜ ନିଜ ଜମି,ଘର ବାରି,ଖୋଲା ପଡିଆ ଅଞ୍ଚଳରେ ଚାରା ରୋପଣ କରିବା କୁ ସେ ନିବେଦନ କରିଥିଲେ। ବ୍ୟବସାୟୀ  ସଂଘର ମୁଖ୍ୟ ଉପଦେଷ୍ଟା ଦିଗାମ୍ବର ମହାରଣା ସଭାରେ ଉଦବୋଧନ ଦେଇ  ବର୍ତ୍ତମାନ ସରକାର ଗୋଟିଏ ନାରା ଦେଇଛନ୍ତି ‘ଏକ ପେଡ୍ ମା କେ ନାମ୍’ ତେଣୁ ସମସ୍ତେ ଗୋଟିଏ ଗୋଟିଏ ଗଛ ଲଗାଇବା ଆମ ଆଗାମୀ ପିଢ଼ି ପାଇଁ ଏହାର ଆବଶ୍ୟକତା ଅଛି ବୋଲି କହିଥିଲେ।  ସଂଘ ପକ୍ଷରୁ ଏହା ପ୍ରଥମ ଥର ଆୟୋଜନ କରାଯାଇଛି। ଆସନ୍ତା ବର୍ଷ ୧ ହଜାର ଚାରା ରୋପଣ କରାଯିବ ବୋଲି ସଂଘର ସଭାପତି ସଭାରେ ସୂଚନା ଦେଇଥିଲେ। କାର୍ଯ୍ୟକ୍ରମରେ ଫରେଷ୍ଟର ସନ୍ତୋଷ ବିଷୋୟୀରତ୍ନ ଓ ଅନ୍ୟ ବନ କର୍ମଚାରୀ ବୃନ୍ଦ ମଞ୍ଚାସିନ ଥିଲେ।ପରେ ସଂଘର ଉପସଭାପତି ଅରବିନ୍ଦ ବିଷୋୟୀ ସମ୍ପାଦକ ହରିବନ୍ଧୁ ବାଡତ୍ୟା, କୋଷାଧ୍ୟକ୍ଷ କେ. ତ୍ରିପତି ଦୋରା,ଭାସ୍କର ସ୍ୱାଇଁ ,ଅଜିତ୍ ବାଡତ୍ୟା, ଅଳୟ ଭୂୟାଁ, ଜୟ ସାହୁ, ରବୀନ୍ଦ୍ର ବିଷୋୟୀ, ସୁଶାନ୍ତ ରାଉତ,ବାଦଲ ପଣ୍ଡା, ନରସିଂହ ଦୋରା,ମୁରଲୀ ପ୍ରଧାନ, ଉପେନ୍ଦ୍ର ଜେନା ଙ୍କ ସମେତ ସଂଘର ସମସ୍ତ ସଦସ୍ୟ ଉପସ୍ଥିତ ରହି ମନ୍ଦିର ପରିସରରେ ବିଭିନ୍ନ କିସମର ଚାରା ରୋପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ