ପୂର୍ବତନ ସମିତି ସଭ୍ୟଙ୍କ ପରଲୋକ

ବନ୍ତ, (ଚାନ୍ଦିନୀ ମହାନ୍ତି) : ଭଦ୍ରକ ଜିଲା ବନ୍ତ ଗ୍ରାମ ତଥା ବନ୍ତ ଗ୍ରାମ ପଞ୍ଚାୟତର ପୂର୍ବତନ ସମିତି ସଭ୍ୟ ବନମାଳୀ ସେଠୀ(୭୬)ଙ୍କର ଶନିବାର ରାତି ୪ଟା ୨୦ ମି. ରେ ପରଲୋକ ଘଟିଛି l ଗତ ୧୫ ଦିନ ତଳେ ସେ ଅସୁସ୍ଥ ହୋଇ କଟକ ବଡ଼ ଡାକ୍ତରଖାନାରୁ ଚିକିତ୍ସିତ ହୋଇ ଘରକୁ ଫେରିଥିଲେ l ମାତ୍ର ଶନିବାର ସେ ହଠାତ ପୁଣି ଅସୁସ୍ଥ ହୋଇ ପଡିବାରୁ ତାଙ୍କୁ କଟକ ବଡ ଡାକ୍ତରଖାନା ନିଆଯାଇଥିଲା l ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଛି l ରବିବାର ତାଙ୍କ ମର ଶରୀରକୁ ପୁରୀ ସ୍ୱର୍ଗଦ୍ୱାର ନିଆଯାଇ ଅନ୍ତିମ ସତ୍କାର କରାଯାଇଥିଲା l ପୁଅ ମନୋଜ ମୁଖାଗ୍ନି ଦେଇଥିଲେ l ଅନ୍ତିମ ସତ୍କାର ବେଳେ ଝିଅ ରୀନାରାଣୀ ସେଠୀ, ରଶ୍ମିତା ସେଠୀ, ଜ୍ୱାଇଁ ହରିହର ଦାସ, ନାରାୟଣ ସେଠୀ, ଭଣଜା ବିକାଶ ସେଠୀ, ପୁତୁରା ରବିନ୍ଦ୍ର ସେଠୀ, ଧବଳେଶ୍ୱର ସେଠୀ, ସନ୍ତୋଷ ସେଠୀ, ମୁକ୍ତିକାନ୍ତ ସେଠୀ, ଗଣେଶ ସେଠୀ, ଲୋକନାଥ ସେଠୀ ଏବଂ ନାତୁଣୀଙ୍କ ସମେତ ଅନ୍ୟ ମାନେ ଉପସ୍ଥିତ ଥିଲେ l ସେ ଜଣେ ସରଳ, ମିଷ୍ଠଭାଷୀ ଓ ପରୋପକାରୀ ବ୍ୟକ୍ତି ଥିଲେ l ସେ ୧୯୯୭ରୁ ୨୦୦୨ ମସିହା ପର୍ଯ୍ୟନ୍ତ ବନ୍ତ ଗ୍ରାମ ପଞ୍ଚାୟତର ସମିତି ସଭ୍ୟ ଥିଲେ l ତାଙ୍କ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ