ବ୍ରହ୍ମାକୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ନିଶାମୁକ୍ତ ଭାରତ ଅଭିଯାନର ଶୁଭାରମ୍ଭ

ଆସିକା  (ୱାଇଏନ୍‍ଏସ୍‍) : ବିଶ୍ୱର ସର୍ବବୃହତ୍‍ ଆଧ୍ୟାତ୍ମିକ ସଂଗଠନ ପ୍ରଜାପିତା ବ୍ରହ୍ମାକୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟ ମୁଖ୍ୟାଳୟର ପ୍ରାକ୍ତନ ମୁଖ୍ୟ ପ୍ରଶାସିକା ଦାଦି ପ୍ରକାଶମଣିଜୀଙ୍କ ପବିତ୍ର ସ୍ମୃତିରେ ବିକଶିତ ଭାରତ ଆଡକୁ ଏକ ଦୃôଢ ପଦକ୍ଷେପ ସ୍ୱରୂପ ନିଶାମୁକ୍ତ ଭାରତ ଅଭିଯାନ ଏବଂ ମିଶନ୍‍ ସ୍ପନ୍ଦନ ଅନ୍ତର୍ଗତ ୧୦ ଗୋଟି ନିଶାମୁକ୍ତି ପ୍ରତିଜ୍ଞା ମହାଅଭିଯାନ ରବିବାର ଠାରୁ ଆରମ୍ଭ ହୋଇଥିବା ଜଣାପଡିଛି । ପ୍ରଜାପିତା ବ୍ରହ୍ମାକୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟ ରାଜସ୍ଥାନ ଶାନ୍ତିବନ ମାଉଣ୍ଟଆବୁ ମୁଖ୍ୟାଳୟର ଚିକିତ୍ସା ପ୍ରଭାବ, ରାଜଯୋଗ ଶିକ୍ଷା ଏବଂ ଗବେଷଣା ପ୍ରତିଷ୍ଠାନର ପରାମର୍ଶକ୍ରମେ ଏହିି ନିଶାମୁକ୍ତ ଭାରତ ଅଭିଯାନର ଶୁଭାରମ୍ଭ ହୋଇଥିବା ଜଣାପଡିଛି । ପ୍ରଜାପିତା ବ୍ରହ୍ମାକୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟ ସ୍ଥାନୀୟ ସେବାକେନ୍ଦ୍ର ଶାନ୍ତିଶକ୍ତି ଭବନର ସଞ୍ଚାଳିକା ରାଜଯୋଗିନୀ ବ୍ରହ୍ମାକୁମାରୀ ପ୍ରଭାତୀ ଭଉଣୀଙ୍କ ସଂଯୋଜନାରେ ଆସିକାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଆସିକା ବିଧାୟକ ସରୋଜ କୁମାର ପାଢୀ, ଆସିକା ଓକିଲ ସଂଘର ପୂର୍ବତନ ସଭାପତି ସୁରେନ୍ଦ୍ରନାଥ ପଣ୍ଡା, ବରିଷ୍ଠ ବିଜେପି ନେତା ନିରଞ୍ଜନ ମହାନ୍ତି ଓ ବିଜୟ କୁମାର ସ୍ୱାଇଁ ପ୍ରମୁଖ ଯୋଗଦେଇ ନିଶାମୁକ୍ତ ସମାଜ ଗଠନ ପାଇଁ ସମସ୍ତଙ୍କ ସମ୍ମିଳିତ ପ୍ରୟାସର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ । ବ୍ରହ୍ମାକୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟ ସ୍ଥାନୀୟ ସେବାକେନ୍ଦ୍ର ଶାନ୍ତିଶକ୍ତି ଭବନର ସଞ୍ଚାଳିକା ରାଜଯୋଗିନୀ ପ୍ରଭାତୀ ଭଉଣୀ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଯୁବପିଢୀମାନେ ନିଶାଦ୍ରବ୍ୟର ଅପବ୍ୟବହାର ଠାରୁ ଦୂରେଇ ରହି ସକରାତ୍ମକ ସାମାଜିକ ପରିବର୍ତ୍ତନର ସାରଥୀ ହେବାକୁ ଆହ୍ୱାନ କରିଥିବା ଲକ୍ଷ୍ୟ କରାଯାଇଥିଲା । ନିଶାମୁକ୍ତ ଭାରତ ଅଭିଯାନ ଏବଂ ମିଶନ୍‍ ସ୍ପନ୍ଦନ ଅନ୍ତର୍ଗତ ବିକଶିତ ଭାରତ ଆଡକୁ ଏକ ଦୃଢ ପଦକ୍ଷେପ ସ୍ୱରୂପ ୧୦ କୋଟି ଲୋକଙ୍କ ମଧ୍ୟରେ ନିଶାମୁକ୍ତି ସଚେତନତାର ବାର୍ତ୍ତା ପ୍ରଦାନ ସହ ଶପଥପାଠ କାର୍ଯ୍ୟକ୍ରମ କରାଯିବାର ଯୋଜନା ରହିଥିବା ଜଣାପଡିଛି । ପ୍ରଜାପିତା ବ୍ରହ୍ମାକୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟ ସ୍ଥାନୀୟ ସେବାକେନ୍ଦ୍ର ଶାନ୍ତିଶକ୍ତି ଭବନ ପକ୍ଷରୁ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିବା ଦିଗରେ ବ୍ରହ୍ମାକୁମାର ସତ୍ୟପ୍ରିୟ, ବୁଲୁ, ନିରଞ୍ଜନ, ପଞ୍ଚାୟତ୍ରୀ, ରାମପ୍ରସାଦ, କାଳୁ, ଚରଣ, ବଳରାମ, ବସନ୍ତ, ସରୋଜ, ଲଡୁକିଶୋର, ରମେଶ, ବ୍ରହ୍ମାକୁମାରୀ ଭାଗ୍ୟଲତା, ସୁଜ୍ଞାନୀ, ନର୍ମଦା, କସ୍ତୁରୀ, ସ୍ମିତା, ଧରଣୀ, ଝରଣା, ଆଶା, ଜ୍ୟୋତି, ଲୀଳା, ନିଳିମା, ଆସିନା ପ୍ରମୁଖ ସହଯୋଗ କରିଥିଲା ବେଳେ ସଚେତନ ନାଗରିିକ ଲଡୁକିଶୋର ସାହୁ, ଦୁର୍ଗାପ୍ରସାଦ ପଣ୍ଡା, ଲକ୍ଷ୍ମୀନାରାୟଣ ଗୁପ୍ତାଙ୍କ ସମେତ ସହରର ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ସଚେତନ ନାଗରିକ, ବୁଦ୍ଧିଜୀବୀ ଉପସ୍ଥିତ ଥିବା ଲକ୍ଷ୍ୟ କରାଯାଇଥିଲା । ନିଶାମୁକ୍ତ ଭାରତ ଗଠନ ଓ ବିକଶିତ ଭାରତ ନିର୍ମାଣର ଲକ୍ଷ୍ୟ ନେଇ ଭାରତ ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରଣାଳୟ, ସାମାଜିକ ନ୍ୟାୟ ଓ ଅଧିକାରୀତା ମନ୍ତ୍ରଣାଳୟ ଏବଂ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ମିଶନ୍‍ ସ୍ପନ୍ଦନର ସହଯୋଗରେ ବ୍ରହ୍ମାକୁମାରୀସ୍‍ ମୁଖ୍ୟାଳୟ ମାଉଣ୍ଟଆବୁ ପକ୍ଷରୁ ଆଭାସି ମାଧ୍ୟମରେ ସର୍ବଭାରତୀୟ ସ୍ତରରେ ନିଶାମୁକ୍ତ ଭାରତ-ବିକଶିତ ଭାରତ ଅଭିଯାନର ଶୁଭାରମ୍ଭ କରାଯାଇଥିବା ଜଣାପଡିଛିି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ