ବିଶ୍ୱ ମୈତ୍ରୀ ଦିବସ ଅବସରରେ ରକ୍ତଦାନ ଶିବିର

ଆସିକା(ୱାଇଏନ୍‍ଏସ୍‍): ପୂର୍ବବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବିଶ୍ୱ ମୈତ୍ରୀ ଦିବସ ଅବସରରେ ଆସିକା ସୁଗର୍ ଟାଉନ ଜେସିସ୍ ପକ୍ଷରୁ ସ୍ଥାନୀୟ ଲକ୍ଷ୍ମୀ ବଜାର ସ୍ଥିତ ଶ୍ରୀ ଶ୍ରୀ ମା’ କନ୍ୟକା ପରମେଶ୍ୱରୀ କଲ୍ୟାଣ ମଣ୍ଡପ ପରିସରରେ ରବିବାର ଏକ ସ୍ୱେଚ୍ଛାକୃତ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଆସିକା ସୁଗର ଟାଉନ୍ ଜେସିସ୍‌ର ସକ୍ରିୟ ସଦସ୍ୟ ଜେସି ପ୍ରତୀକ୍‍ ଆଚାରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ମେଗା ସ୍ୱେଚ୍ଛାକୃତ ରକ୍ତଦାନ ଶିବିର କାର୍ଯ୍ୟକ୍ରମକୁ ଆସିକା ବିଜ୍ଞାନ ମହାବିଦ୍ୟାଳୟର ବରିଷ୍ଠ ଅଧ୍ୟାପକ ପ୍ରଫେସର ବିଭୁତି ଭୂଷଣ ବେବର୍ତ୍ତା ଏବଂ ବ୍ରହ୍ମପୁର ଏମ୍‍କେସିଜି ମେଡିକାଲ କଲେଜ ଓ ହସ୍‍ପିଟାଲ ରକ୍ତଭଣ୍ଡାରର ଡାକ୍ତର ପୁନମ୍‍ ବେହେରା ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରି ବର୍ଷ ତମାମ ବିଭିନ୍ନ ସମୟରେ ଆସିକା ସୁଗର୍ ଟାଉନ ଜେସିସ୍ ଯେଉଁଭଳି ଭାବେ ସେବା ମନୋବୃତ୍ତି ନେଇ ବିଭିନ୍ନ କାର୍ଯ୍ୟ କରି ଆସୁଛି ତାହାକୁ ଭୂୟଶୀ ପ୍ରଶଂସା କରିବା ସହ ଶରୀରକୁ ସୁସ୍ଥ ଏବଂ ନିରୋଗ ରଖିବା ପାଇଁ ରକ୍ତଦାନ କରି ଅନ୍ୟକୁ ମୃତ୍ୟୁ ମୁଖରୁ ବଞ୍ଚାଇବା ପାଇଁ ଏଭଳି ରକ୍ତଦାନ ଶିବିର ଆୟୋଜନର ଜରୁରୀ ଆବଶ୍ୟକତା ରହିଛି ବୋଲି ପ୍ରକାଶ କରି ସ୍ୱେଚ୍ଛାକୃତ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିବା ସାଙ୍ଗକୁ ରକ୍ତଦାନ ଶିବିର ଆୟୋଜନର ଲକ୍ଷ୍ୟ ଓ ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ । ଆସିକା ସୁଗର ଟାଉନ୍‍ ଜେସିସ୍‍ ପକ୍ଷରୁ ବିଶ୍ୱ ମୈତ୍ରୀ ଦିବସ ଅବସରରେ ଅନୁଷ୍ଠିତ ସ୍ୱେଚ୍ଛାକୃତ ରକ୍ତଦାନ ଶିବିରରେ ୩୧ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା ବେଳେ ଏହି କାର୍ଯ୍ୟକ୍ରମରେ ଆସିକା ସୁଗର୍ ଟାଉନ ଜେସିସ୍‌ର ସଂପାଦକ ଜେସି ସିଏଚ୍‍. କାର୍ତ୍ତିକ ପାତ୍ର, ମେଗା ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜକ କମିଟିର ପ୍ରକଳ୍ପ ନିର୍ଦ୍ଦେଶକ ଜେସି ନିଗମାନନ୍ଦ ରାଉତ, ସକ୍ରିୟ ସଦସ୍ୟ ଏସ୍‍.ଅନିଲ୍‍ କୁମାର ପୃଷ୍ଟି, ଡି.ବଦ୍ରିନାଥ ପାତ୍ର, ଏ.ସନ୍ତୋଷ କୁମାର ନାୟକ, ଏସ୍‍.ସତ୍ୟନାରାୟଣ ପାତ୍ର, କିରଣ କୁମାର ପାଢୀ, କେ.ଶିବଶଙ୍କର ପାତ୍ର, ସୁନିଲ୍‍ କୁମାର ମହାନ୍ତି, ୟୁ.ସଂଜୟ କୁମାର ପାତ୍ର, ବି.ପ୍ରଦୀପ କୁମାର ପାତ୍ର, ଜିତେନ୍ଦ୍ର ମହାରଣା, ପ୍ରକାଶ ସାହୁ, ବି.ଶିବଶଙ୍କର ପାତ୍ର, ପି.ଶୁଭନ୍‍ କୁମାର ପାତ୍ର, ସୁରେଶ୍‍ କୁମାର ପାତ୍ର, ଟି.ରୋଶନ୍‍ ପାତ୍ର, ଜିତେନ୍ଦ୍ର କୁମାର ପାତ୍ର, ଆର୍‍.ଓମ୍‍ ଆଚାରୀ, ସିଏଚ୍‍.ସନ୍ତୋଷ କୁମାର ପାତ୍ର, କେ.ସତ୍ୟନାରାୟଣ ପାତ୍ର, ପି.ଗୌରବ କୁମାର ପାତ୍ରଙ୍କ ସମେତ ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିବା ଲକ୍ଷ୍ୟ କରାଯାଇଥିଲା । ଗତ ୨୦୦୫ ମସିହାରୁ ଦୀର୍ଘ ୨୧ବର୍ଷ ଧରି ପ୍ରତ୍ୟେକ ବର୍ଷ ଅଗଷ୍ଟ ମାସର ପ୍ରଥମ ରବିବାରରେ ବିଶ୍ୱ ବନ୍ଧୁତ୍ୱ ଦିବସ ଅବସରରେ ଆସିକା ସୁଗର୍ ଟାଉନ ଜେସିସ୍ ନିରବିଚ୍ଛିନ୍ନ ଭାବେ ମେଗା ରକ୍ତଦାନ ଶିବିର ଆୟୋଜନ କରି ଆସୁଥିବା ଦେଖିବାକୁ ମିଳୁଛି । ସ୍ଥାନୀୟ ଲକ୍ଷ୍ମୀବଜାର ସ୍ଥିତ ମା’ କନ୍ୟକା ପରମେଶ୍ୱରୀ ମନ୍ଦିର ପରିସରରେ ଆଜି ଅନୁଷ୍ଠିତ ହୋଇଥିବା ମେଗା ରକ୍ତଦାନ ଶିବିର ଆୟୋଜନ ଅବସରରେ ଆସିକା ସୁଗର ଟାଉନ୍‍ ଜେସିସି ପକ୍ଷରୁ ଅତିଥି ରୂପେ ଯୋଗଦେଇଥିବା ଆସିକା ବିଜ୍ଞାନ ମହାବିଦ୍ୟାଳୟର ବରିଷ୍ଠ ଅଧ୍ୟାପକ ବିଭୁତି ଭୂଷଣ ବେବର୍ତ୍ତାଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧିନା ଜ୍ଞାପନ କରାଯାଇଥିଲା । ବ୍ରହ୍ମପୁର ଏମ୍‍କେସିଜି ରକ୍ତ ଭଣ୍ଡାର ଡାକ୍ତର ପୁନମ୍‍ ବେହେରା, ରକ୍ତଭଣ୍ଡାରର କର୍ମଚାରୀ ପ୍ରଦୀପ କୁମାର ସୁବୁଦ୍ଧି, ରିଙ୍କୁ ସାହୁ, ଦେବାଶିଷ୍‍ ପଣ୍ଡା, ରାମହରି ପଣ୍ଡା, ଡମ୍ବରୁ ବାହାଦୁର୍‍ କାର୍କି ପ୍ରମୁଖ ରକ୍ତ ସଂଗ୍ରହରେ ସହଯୋଗ କରିଥିବା ଲକ୍ଷ୍ୟ କରାଯାଇଥିଲା । ବିଶ୍ୱ ମୈତ୍ରୀ ଦିବସ ଅବସରରେ ଆସିକା ସୁଗର୍ ଟାଉନ ଜେସିସ୍ ପକ୍ଷରୁ ସ୍ଥାନୀୟ ଲକ୍ଷ୍ମୀ ବଜାର ସ୍ଥିତ ଶ୍ରୀ ଶ୍ରୀ ମା’ କନ୍ୟକା ପରମେଶ୍ୱରୀ କଲ୍ୟାଣ ମଣ୍ଡପ ପରିସରରେ ଅନୁଷ୍ଠିତ ହୋଇଥିବା ସ୍ୱେଚ୍ଛାକୃତ ମେଗା ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ସହରବାସୀ , ସ୍ୱେଚ୍ଛାକୃତ ରକ୍ତଦାତା ଉପସ୍ଥିତ ଥିବା ଲକ୍ଷ୍ୟ କରାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ