ଜଡିବୁଟି ଦିବସ ପାଳନ ଅବସରରେ ଚାରାରୋପଣ

ଆସିକା (ୱାଇଏନ୍‍ଏସ୍‍):  ଆୟୁର୍ବେଦକୁ ବିଶ୍ୱରେ ଲୋକପ୍ରିୟ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଆସୁଥିବା ଯୋଗଗୁରୁ ତଥା ଯୋଗଋଷି ସ୍ୱାମୀ ରାମଦେବଙ୍କ ସହଯୋଗୀ ଆୟୁର୍ବେଦ ଶିରୋମଣୀ ଆଚାର୍ଯ୍ୟ ବାଳକୃଷ୍ଣଙ୍କ ଜୟନ୍ତୀ ଅବସରରେ ଜଗଦଳପୁର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଗୁଣ୍ଠପଡାର ପରିବେଶକୁ ସବୁଜ ବନାନୀରେ ପରିଣତ କରିବା ଲକ୍ଷ୍ୟରେ ଏକ ଚାରାରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉତ୍ତରାଖଣ୍ଡ ସ୍ଥିତ ହରିଦ୍ୱାରର ପତଞ୍ଜଳୀ ଯୋଗପୀଠର ମହାସଚିବ ଆଚାର୍ଯ୍ୟ ବାଳକୃଷ୍ଣଙ୍କ ଜୟନ୍ତୀ ଅବସରରେ ଆସିକା ଜଗଦଳପୁର ହାଇସ୍କୁଲ ଗୁଣ୍ଠପଡାର ଇକୋ କ୍ଳବର ସଂଯୋଜକ ତଥା ଶିକ୍ଷକ ସୁଶିଲ୍‍ ମୋହନ ପାତ୍ରଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଜଡିବୁଟି ଦିବସ ପାଳନ ଅବସରରେ ଅନୁଷ୍ଠିତ ଚାରାରୋପଣ କାର୍ଯ୍ୟକ୍ରମରେ ଶିକ୍ଷାନୁଷ୍ଠାନର ପ୍ରଧାନଶିକ୍ଷକ ନାରାୟଣ ମହାପାତ୍ର, ସହକାରୀ ଶିକ୍ଷୟିତ୍ରୀ ସୁନିତା ପରିଛା, ଇଶ୍ୱରୀ ମହାପାତ୍ର, ସନ୍ଧ୍ୟାରାଣୀ ବେହେରା, ମନ୍ଦାକିନୀ ପ୍ରଧାନ, ଅନ୍ନପୂର୍ଣ୍ଣା ଭୋଇ, ଶିକ୍ଷକ ରୁଦ୍ରପ୍ରସାଦ ସେଠୀ, ସୁନିଲ୍‍ ସେଠୀ, କ୍ରୀଡା ଶିକ୍ଷକ ଜି.ଆନନ୍ଦ ପାତ୍ର ପ୍ରମୁଖ ଯୋଗଦେଇ ଆଚାର୍ଯ୍ୟ ବାଳକୃଷ୍ଣଜୀ ଆୟୁର୍ବେଦକୁ ସମଗ୍ର ବିଶ୍ୱରେ ପ୍ରଚାର ଓ ପ୍ରସାର କରି ଭାରତର ଗର୍ବ, ଗୌରବ ଓ ସଂସ୍କୃତିକୁ ବଜାୟ ରଖିପାରିଛନ୍ତି ବୋଲି ପ୍ରକାଶ କରି ଜଡିବୁଟି ଦିବସ ପାଳନର ଲକ୍ଷ୍ୟ ଓ ଆଭିମୁଖ୍ୟ ଉପରେ ଆଲୋକପାତ କରି ଜଡିବୁଟି ଦିବସ ସମଗ୍ର ମାନବଜାତିର ଜୀବନରକ୍ଷାର ଏକ ଉପକ୍ରମ ବୋଲି ପ୍ରକାଶ କରିଥିଲେ । ଜଡିବୁଟି ଦିବସ ପାଳନ ଅବସରରେ ଜଗଦଳପୁର ହାଇସ୍କୁଲ ଗୁଣ୍ଠପଡା ପରିସରରେ ହରିଡା, ବାହାଡା, ଅଂଳା, ପିଜୁଳି, ଅଶ୍ୱଗନ୍ଧା, ଗଙ୍ଗଶିଉଳି, ଭୁସଙ୍ଗ ସମେତ ବିଭିନ୍ନ କିସମର ଔଷଧୀୟ ଚାରା ରୋପଣ କରାଯିବା ସାଙ୍ଗକୁ ସେଗୁଡିକୁ ରୋପଣ କରି ଯେପରି ବଞ୍ଚିରହିପାରିବ ସେଥିପ୍ରତି ସମସ୍ତେ ଧ୍ୟାନ ଦେବାକୁ ପରାମର୍ଶ ଦିଆଯାଇଥିଲା । ଜଡିବୁଟି ଦିବସ ପାଳନ ଓ ଆଚାର୍ଯ୍ୟ ବାଳକୃଷ୍ଣଙ୍କ ଜୟନ୍ତୀ ପାଳନ ଅବସରରେ ଜଗଦଳପୁର ହାଇସ୍କୁଲ ଗୁଣ୍ଠପଡାର ଇକୋ କ୍ଳବର ସଂଯୋଜକ ତଥା ଶିକ୍ଷକ ସୁଶିଲ୍‍ ମୋହନ ପାତ୍ରଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଥିବା ଏହି ଚାରାରୋପଣ କାର୍ଯ୍ୟକ୍ରମରେ ଶିକ୍ଷାନୁଷ୍ଠାନର କର୍ମଚାରୀ ଆଶାଲତା ପ୍ରଧାନ, ପ୍ରଶାନ୍ତ କୁମାର ମୁନି, ନୀଳମାଧବ ସ୍ୱାଇଁଙ୍କ ସମେତ ବହୁ ବିଦ୍ୟାର୍ଥୀ ଉପସ୍ଥିତ ଥିବା ଲକ୍ଷ୍ୟ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ