ବିପନ୍ନ ପରିବାରକୁ ଭେଟି ସହାୟତା ପ୍ରଦାନ କଲେ ବିଧାୟକ
ବରୀ,(ଚୈତନ୍ୟ ଜେନା) : ଯାଜପୁର ଜିଲ୍ଲାର ବରୀ ବ୍ଲକ ବନ୍ୟା ଦ୍ଵାରା ସର୍ବାଧିକ ଭାବେ ପ୍ରଭାବିତ ହୋଇଥିବା ବେଳେ ଏହି ଘଟଣାକୁ ଗୁରୁତ୍ଵ ଦେଇଛନ୍ତି ବରୀ ବିଧାୟକ ବିଶ୍ୱ ରଞ୍ଜନ ମଲିକ। ବନ୍ୟା ଦ୍ଵାରା ପ୍ରଭାବିତ ହୋଇଥିବା ଲୋକ ମାନଙ୍କ ନିକଟରେ ପ୍ରଶାସନ ପହଞ୍ଚି ପାରି ନଥିବା ବେଳେ ନିଜେ ବିଧାୟକ ପ୍ରଭାବିତ ଲୋକା ମାନଙ୍କ ନିକଟରେ ପହଁଚିବା ଏଵଂ ସେମାନଙ୍କ ସମସ୍ୟା ବୁଝିବା ସହିତ ଶୁଖିଲା ଖାଦ୍ୟ ଓ ସ୍ଥଳ ବିଶେଷରେ କିଛି ନିରାଶ୍ରୟ ଲୋକ ମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ସୂଚନା ମୁତାବକ ସରକାରଙ୍କ ନିର୍ଦ୍ଦେଶ ମୁତାବକ ପ୍ରଶାସନିକ ଅଧିକାରୀ ମାନେ କ୍ଷୟ କ୍ଷତିର ଆକଳନ କରିବାକୁ ବନ୍ୟା ପ୍ରଭାବିତ ଅଞ୍ଚଳକୁ ଯାଇ ନଥିବା ଘଟଣା ସ୍ଥାନୀୟ ଲୋକମାନେ ଅଭିଯୋଗ କରୁଥିବା ବେଳେ ପ୍ରଶାସନ ନ ପହଞ୍ଚିଲେ ବି ଆପଣ ମାନଙ୍କ ଆଶ୍ରିବଦରୁ ମୁଁ ବିଧାୟକ ହୋଇ ଥିବାରୁ ଯାହା ବି ସମସ୍ୟା ଅଛି ତାକୁ ସମାଧାନ କରିବା କ୍ଷେତ୍ରରେ ପ୍ରଶାସନ ଅଣ ଦେଖା କଲେ ବି ମୁଁ ବ୍ୟକ୍ତିଗତ ଭାବେ ସବୁ ପ୍ରକାର ସହଯୋଗ କରିବି ବୋଲି ବନ୍ୟା ପ୍ରଭାବିତ ଲୋକ ମାନଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି। ଶନିବାର ଦିନ ଭଅଁରା, ଭୂରୁଙ୍ଗା, ଚଟୁମାରି, ସଙ୍ଗ ଗଦେଇପୁର ପ୍ରଭୃତି ଗ୍ରାମରେ ଘରକୁ ଘର ବୁଲି ଲୋକ ମାନଙ୍କୁ ଭେଟି ସେମାନଙ୍କ ସମସ୍ୟା ପଚାରି ବୁଝିବା ସହିତ ବିଭିନ୍ନ ପ୍ରକାର ସହାୟତା ପ୍ରଦାନ କରିଥିଲେ। ବିଧାୟକଙ୍କ ସହିତ ବ୍ଲକ ବିଜେଡି ସଭାପତି କେଦାର ଚନ୍ଦ୍ର ସାମଲ, ଜିଲ୍ଲା ପରିଷଦ ସଭ୍ୟ ଅଶୋକ କୁମାର ସାମଲ, ସନ୍ତୋଷ କୁମାର ସାମଲ, ଦିଲ୍ଲିପ କୁମାର ମହାନ୍ତି, ସମାଜ ସେବୀ ଅରବିନ୍ଦ ମହାନ୍ତି, ପ୍ରସନ୍ନ କୁମାର ସାମଲ, ହିମାଂଶୁ ଦାଶ ପ୍ରମୁଖ ଉପସ୍ଥିତ ଥିଲେ।


