ଭୂତଳ କେବୁଲ ଯୋଗେ ଜିଲାପାଳ ଓ ଏସପିଙ୍କ କାର୍ଯ୍ୟାଳୟକୁ ବିଦ୍ୟୁତ ସଂଯୋଗ କଲା ଟିପିଏସ୍ଓଡିଏଲ୍

ଛତ୍ରପୁର,(ଓ୍ବାଇଏନଏସ)  : ବହୁ ଦିନର ଅପେକ୍ଷା ପରେ ଶନିବାର ଦିନ ଆଧୁନିକ ଯାନ୍ତ୍ରିକ ଜ୍ଞାନକୌଶଳ ଦ୍ଵାରା ଟିପିଏସ୍ଓଡିଏଲ୍ ପକ୍ଷରୁ ୧୧ କେଭି ବିଶିଷ୍ଟ ଭୂତଳ କେବୁଲ ଯୋଗେ ଜିଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟକୁ ବିଦ୍ୟୁତ ସଂଯୋଗୀକରଣ କରାଯାଇଛି। ଏହା ସହିତ ଛତ୍ରପୁର ସହର ରେ ଥିବା ପ୍ରମୁଖ କାର୍ଯ୍ୟାଳୟ ଏବଂ ଉପଖଣ୍ଡ ଚିକିତ୍ସାଳୟକୁ ମଧ୍ୟ ଭୂତଳ କେବୁଲ ବ୍ୟବସ୍ଥା କରାଯାଇଥିବା ଟିପିଏସ୍ଓଡିଏଲ୍ କନିଷ୍ଠ ଯନ୍ତ୍ରୀ ସୁରେଶ କୁମାର ଶତପଥୀ ସୂଚନା ଦେଇଛନ୍ତି। ଏହା ଛଡ଼ା ସହରର ଚଣ୍ଡି ଛକ ଠାରୁ ଦାସରି ଜଗନ୍ନାଥ ମନ୍ଦିର ପର୍ଯ୍ୟନ୍ତ ଏବଂ ଚଣ୍ଡି ଛକ ଠାରୁ କାରିଣୀ ସାହି ପର୍ଯ୍ୟନ୍ତ ଏହି ୧୧ କେଭି କେବୁଲ ଦ୍ଵାରା ବିଦ୍ୟୁତ ବ୍ୟବସ୍ଥା କରାଯାଇଥିବା କନିଷ୍ଠ ଯନ୍ତ୍ରୀ ସୂଚନା ଦେଇଛନ୍ତି। ଉକ୍ତ କେବୁଲ ବ୍ୟବସ୍ଥା ଏସଡିଏମ୍ଏଫ୍ ୧ ଓ ୨ କୁ ସଂଯୋଗ କରି ବର୍ତ୍ତମାନ ସୁଦ୍ଧା ୩.୪ କି.ମି. ଲମ୍ବା ତାର ବିଚ୍ଛା ଯାଇଛି। ଏହି ମଧ୍ୟରେ ୬ଟି ଆର୍. ଏମ୍. ୟୁ. ରହିଛି ଯାହା ଦ୍ୱାରା ବିଦ୍ୟୁତ ସେବା ସଞ୍ଚାଳନ କରାଯିବା କନିଷ୍ଠ ଯନ୍ତ୍ରୀ କହିଛନ୍ତି। ଆଗାମୀ ଦିନରେ ଏହି ବ୍ୟବସ୍ଥା ଛତ୍ରପୁର ସହରର ସମସ୍ତ ଅଞ୍ଚଳରେ ଚୂଡାନ୍ତ କରାଯିବା ନେଇ ଟିପିଏସ୍ଓଡିଏଲ୍ ପକ୍ଷରୁ କୁହାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ