ବଜ୍ରପାତ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ
ଆସିକା (ୱାଇଏନ୍ଏସ୍): ପ୍ରତିବର୍ଷ ବର୍ଷାଋତୁରେ ବଜ୍ରପାତ ବଢିବାରେ ଲାଗିଥିବା ବେଳେ ବିଭିନ୍ନ ସମୟରେ ବହୁ ଦୁର୍ମୁଲ୍ୟ ଜୀବନ ଅକାଳରେ ଚାଲିଯାଉଛି । ଏହି ଅବସରରେ ଆସିକା ବ୍ଳକ ଅନ୍ତର୍ଗତ ଗୁଣ୍ଠପଡା ସ୍ଥିତ ଜଗଦଳପୁର ହାଇସ୍କୁଲ ପରିସରରେ ବଜ୍ରପାତ ସୁରକ୍ଷା ସଂକ୍ରାନ୍ତୀୟ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜଗଦଳପୁର ଉଚ୍ଚ ବିଦ୍ୟାଳୟ ଗୁଣ୍ଠପଡା ଶକ୍ତି ସଂରକ୍ଷଣ ବ୍ଳକର ସଂଯୋଜିକା ଶିକ୍ଷୟିତ୍ରୀ ସନ୍ଧ୍ୟାରାଣୀ ବେହେରାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଶିକ୍ଷାନୁଷ୍ଠାନର ପ୍ରଧାନଶିକ୍ଷକ ନାରାୟଣ ମହାପାତ୍ର ଯୋଗଦେଇ ବଜ୍ରପାତ ପ୍ରତି ସାବଧାନ ରହିବା ସହ କଣ କରିବା ଉଚିତ୍ ଓ କଣ କରିବା ଅନୁଚିତ୍ ସେ ସଂପର୍କରେ ବହୁ ଶିକ୍ଷଣୀୟ ତଥା ଉପାଦେୟ ମାର୍ଗଦର୍ଶନ କରିଥିଲେ । ଘଡଘଡି ଶବ୍ଦ ଶୁଣିଲେ ଖୋଲାସ୍ଥାନରୁ ଯଥାଶୀଘ୍ର କୌଣସି ପକ୍କାôଘର ଭିତରକୁ ଯାଇ ଆଶ୍ରୟ ନେବା, ଗଛତଳେ କିମ୍ବା ବୁଦା ନିକଟରେ ଆଶ୍ରୟ ନ ନେବା, ଖୋଲାପଡିଆ ବା କ୍ଷେତରେ ବୁଲାବୁଲି ନକରିବା, ବିଦ୍ୟୁତ ପ୍ରବାହିତ ବସ୍ତୁ ଠାରୁ ସଂପୁର୍ଣ୍ଣ ରୂପେ ଦୂରେଇ ରହିବା ସମେତ ବଜ୍ରପାତ ପ୍ରତି ସାବଧାନତା ଅବଲମ୍ବନ କରିବାକୁ ଉପସ୍ଥିତ ଛାତ୍ରଛାତ୍ରୀ, ଅଙ୍ଗନବାଡି କର୍ମୀ, ସ୍ୱୟଂ ସହାୟିକା ଗୋଷ୍ଠୀର କାର୍ଯ୍ୟକର୍ତ୍ତାମାନଙ୍କୁ ପରାମର୍ଶ ପ୍ରଦାନ କରାଯାଇଥିଲା । ଆସିକା ବ୍ଳକ ଅନ୍ତର୍ଗତ ଗୁଣ୍ଠପଡା ସ୍ଥିତ ଜଗଦଳପୁର ହାଇସ୍କୁଲ ପରିସରରେ ଅନୁଷ୍ଠିତ ହୋଇଥିବା ବଜ୍ରପାତ ସୁରକ୍ଷା ସଂପର୍କିତ ସଚେତନତା କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷାନୁଷ୍ଠାନର ସହକାରୀ ଶିକ୍ଷକ ସୁଶିଲ୍ ମୋହନ ପାତ୍ର, ଇଶ୍ୱରୀ ମହାପାତ୍ର, ମନ୍ଦାକିନୀ ପ୍ରଧାନ, ଅନ୍ନପୂର୍ଣ୍ଣା ଭୋଇ, ରୁଦ୍ର ପ୍ରସାଦ ସେଠୀ, ସୁନିଲ୍ ସେଠୀ, ସୁନିତା ପରିଚ୍ଛା, ଜି.ଆନନ୍ଦ ପାତ୍ର, ପ୍ରମୁଖ ଯୋଗଦେଇ ବଜ୍ରପାତ ସମୟରେ କିପରି ନିଜକୁ ରକ୍ଷାକରିପାରିବ ସେ ସଂପର୍କରେ ଆଲୋକପାତ କରିଥିଲେ । ଆସିକା ବ୍ଳକ ଅନ୍ତର୍ଗତ ଜଗଦଳପୁର ହାଇସ୍କୁଲ ଗୁଣ୍ଠପଡା ପରିସରରେ ଅନୁଷ୍ଠିତ ହୋଇଥିବା ବଜ୍ରାଘାତ ସୁରକ୍ଷା ସଂକ୍ରାନ୍ତୀୟ ଏହି ସଚେତନତା କାର୍ଯ୍ୟକ୍ରମକୁ ପରିଚାଳନା କରିବା ଦିଗରେ ଶିକ୍ଷାନୁଷ୍ଠାନର କର୍ମଚାରୀ ଆଶାଲତା ପ୍ରଧାନ, ପ୍ରଶାନ୍ତ କୁମାର ମୁନି, ନୀଳମାଧବ ସ୍ୱାଇଁ ପ୍ରମୁଖ ସହଯୋଗ କରିଥିଲା ବେଳେ ବହୁ ଛାତ୍ରଛାତ୍ରୀ ଉପସ୍ଥିତ ଥିବା ଲକ୍ଷ୍ୟ କରାଯାଇଥିଲା ।


