ସମୁଦ୍ର କରାଳ ଗ୍ରାସରେ ଆର୍ଯ୍ୟପଲ୍ଲୀ, ଏବେ ସ୍କୁଲ ଅତି ନିକଟରେ ସମୁଦ୍ର

ଛତ୍ରପୁର, (ଓ୍ବାଇଏନଏସ): ଦୈ ନିକ ଜଳପତନ ବୃଦ୍ଧି ହେବା ସହ ଜଳବାୟୁର ପରିବର୍ତନ ଯୋଗୁ ସମୁଦ୍ରର ଉଚ୍ଚ ଜୁଆର ସ୍ଥଳଭାଗକୁ ମାଡିଆସୁଛି । ଗଞ୍ଜାମ ଜିଲାର ଉପକୂଳବର୍ତୀ ଗାଁ ଆର୍ଯ୍ୟପଲ୍ଲୀ ଏବେ ଦୈନିକ କ୍ରମାଗତ ଭାବେ ସମୁଦ୍ର କୂଳ ଲଘିଂବା ଏବଂ ଭୂ କ୍ଷୟ ଏକ ଗମ୍ଭୀର ସଙ୍କଟ ଭାବେ ଛିଡା ହୋଇଛି । ଦିନକୁ ଦିନ କୁଳ ଲଘୁଂଛି ସମୁଦ୍ର । ଆଖି ଆଗରେ ସମୁଦ୍ର ଆଁ ରେ ଗିଳି ଚାଲିଛି ଗାଁର ରାସ୍ତା, ମନ୍ଦିର ଏବଂ ପିଢି ପିଢିର ସ୍ମୃତି । ଏବେ ପୁଣି ବିପଦରେ କେ. ଆର୍ଯ୍ୟପଲ୍ଲୀ ସ୍କୁଲ | ଏହି ସମୁଦ୍ର କୂଳ ଲଘିଂବା ଦ୍ୱାରା ସମୁଦ୍ର ଆଉ ସ୍କୁଲ ଦୂରତା ମାତ୍ର ୧୫ ରୁ ୨୦ ମିଟର | ରାସ୍ତା ଭାଙ୍ଗିଲେ ସ୍କୁଲ କୁ ମାଡ଼ ହେବ ସମୁଦ୍ର |  ଏପରିକି ପିଲାମାନଙ୍କୁ ଛାଡିବା ପାଇଁ ମଧ୍ୟ ନାରାଜ ହେଉଛନ୍ତି ଅଭିଭାବକ | ପିଲାମାନେ ମଧ୍ୟ୍ୟ ଭୟଭିତ ଅବସ୍ଥାରେ ଅଛନ୍ତି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ