ୱାଇସ୍ମେନ୍ କ୍ଳବର ଅଧିଷ୍ଠାନ ଉତ୍ସବ
ଆସିକା (ୱାଇଏନ୍ଏସ୍) : ସ୍ଥାନୀୟ ଲାୟନ୍ସ କମ୍ୟୁନିଟି ହଲ୍ ପରିସରରେ ଆସିକା ୱାଇସ୍ମେନ୍ କ୍ଳବ୍ର ୧୭ତମ ଅଧିଷ୍ଠାନ ଉତ୍ସବ ସଭାପତି ୱାଇସ୍ମେନ୍ ଟି.ରାଜେଶ୍ୱର ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ୱାଇସ୍ମେନ୍ କ୍ଳବର ପ୍ରାକ୍ତନ ଜିଲ୍ଲା ଗଭର୍ଣ୍ଣର ରବିନାରାୟଣ ଗୁପ୍ତାଙ୍କ ସଂଯୋଜନାରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ସଂଗଠନର ପୂର୍ବତନ ଆଞ୍ଚଳିକ ସଭାପତି ୱାଇସମେନ୍ ରବି ପାଣିଗ୍ରାହୀ ଓ ପୂର୍ବତନ ଆର୍ଡି ୱାଇସ୍ମେନ୍ ଶାନ୍ତି ପାଣିଗ୍ରାହୀ ପ୍ରମୁଖ ଯୋଗଦେଇ ଯୁବପିଢୀଙ୍କୁ ଆଗକୁ ଆସି ସମାଜର ଉନ୍ନତି କରିବା ସହିତ ନିଜର ବ୍ୟକ୍ତିତ୍ୱର ବିକଶିତ କରିବା ପାଇଁ ପ୍ରେରଣା ଦେଇ ଆସିକା ୱାଇସମେନ୍୍ କ୍ଳବ ବର୍ଷ ତମାମ କାର୍ଯ୍ୟକାରୀ କରୁଥିବା ବହୁବିଧ ଜନସଚେତନତା ତଥା ଜନକଲ୍ୟାଣକାରୀ କାର୍ଯ୍ୟକ୍ରମ ଗୁଡିକୁ ଭୂୟସୀ ପ୍ରଶଂସା କରିବା ସହ ବ୍ୟାପକ କରିବା ପାଇଁ ପରାମର୍ଶ ଦେଇ ୱାଇସମେନ୍ କ୍ଳବ୍ କେବଳ ରାଜ୍ୟରେ ନୁହେଁ କି ଦେଶରେ ନୁହେଁ ସାରା ଆନ୍ତର୍ଜାତୀୟ ସ୍ତରରେ ସମାଜରେ ନିହାତି ଆବଶ୍ୟକ ଥିବା କାର୍ଯ୍ୟକ୍ରମମାନ ବିଭିନ୍ନ ସମୟରେ ଆୟୋଜନ କରି ଏକ ଉଦାହରଣ ସୃଷ୍ଟି କରିପାରିଛି ବୋଲି ପ୍ରକାଶ କରିଥିଲେ । ଆସିକା ୱାଇସ୍ମେନ୍ କ୍ଳବର ୧୭ତମ ଅଧିଷ୍ଠାନ ଉତ୍ସବ ଅବସରରେ ଆଗାମୀ ଏକବର୍ଷ ପାଇଁ ସଭାପତି ରୂପେ ୱାଇସ୍ମେନ୍ ପି.ଶ୍ରୀନିବାସ ପାତ୍ର, ସଂପାଦକ ରୂପେ ୱାଇସ୍ମେନ୍ ଇ.ଶ୍ରବଣ କୁମାର ପାତ୍ର, କୋଷାଧ୍ୟକ୍ଷ ରୂପେ ୱାଇସ୍ମେନ୍ ସୁଶାନ୍ତ କୁମାର ପାତ୍ରଙ୍କୁ ଶପଥ ପାଠ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିବା ଦିଗରେ ଆସିକା ୱାଇସ୍ମେନ୍ କ୍ଳବର ସଦସ୍ୟ ପି.ପ୍ରଭାକର ପାତ୍ର, ଟି.ସୁନିଲ୍ କୁମାର ପାତ୍ର, ଇ.ଶ୍ରବଣ କୁମାର ପାତ୍ର, ମନମୋହନ ମୁନି, ଏ.ରବିନାରାୟଣ ଗୁପ୍ତା, ବି.ସୁରେଶ କୁମାର ପାତ୍ର, ଡି.ଶିବଶଙ୍କର ପାତ୍ର, ପି.ରବିକୁମାର ପାତ୍ର, କେ.ବିଭୁତି ଭୂଷଣ ସେନାପତି, ଟି.ରାଜେଶ୍ୱର ପାତ୍ର, ପି.ସୁଶାନ୍ତ କୁମାର ପାତ୍ର, ୟୁ.ସଂଜୟ କୁମାର ପାତ୍ର, ସତ୍ୟ ନାରାୟଣ ପାତ୍ର, ରୂପେଶ୍ କୁମାର ରାଓ, କାମେଶ୍ୱର ଆଚାରୀ, ଡି.ରୋଜା ପାତ୍ର, ପି.ମମତା ପାତ୍ର, ପି.ବବିତା ପାତ୍ର, ସ୍ମିତାରାଣୀ ପାତ୍ର, ପି.ସୁଧାରାଣୀ ପାତ୍ର, ଡି.ସ୍ୱର୍ଣ୍ଣଲତା ପାତ୍ର, ପି.ଯମୁନା ପାତ୍ର, ଏ.ଲଳିତା ଗୁପ୍ତାଙ୍କ ସହ ସମସ୍ତ କର୍ମକର୍ତ୍ତା ସାମୁହିକ ଭାବେ ପରିଚାଳନାରେ ସହଯୋଗ କରିଥିବା ଲକ୍ଷ୍ୟ କରାଯାଇଥିଲା । ଏହି ଅବସରରେ ଆସିକା ୱାଇସ୍ମେନ୍ କ୍ଳବ ପକ୍ଷରୁ ଓଡିଶା ଲୋକସେବା ଆୟୋଗ (ଓପିଏସ୍ସି) ଦ୍ୱାରା ପରିଚାଳିତ ୨୦୨୪ ବର୍ଷର ଓଡିଶା ପ୍ରଶାସନିକ ସେବା (ଓସିଏସ୍) ପରୀକ୍ଷାରେ କୃତିତ୍ୱର ସହ ଉତ୍ତୀର୍ଣ୍ଣ ହୋଇ ଆସିକା ଅଞ୍ଚଳ ପାଇଁ ଗର୍ବ ଓ ଗୌରବ ଆଣିଥିବା ସ୍ନିଗ୍ଧା ସେନାପତି ଏବଂ ଇତିଶ୍ରୀ ଜେନା ଓ ସ୍ମ୍ମୃତିରଂଜନ ବେହେରାଙ୍କ ସମେତ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷାରେ ଆସିକା ବ୍ଳକ ଟପ୍ପର ହୋଇଥିବା ମାନସ ରଂଜନ ଦାଶ ଏବଂ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଦଶମ ଶ୍ରେଣୀ ପରୀକ୍ଷାରେ କୃତିତ୍ୱର ସହ ଉତ୍ତୀର୍ଣ୍ଣ ହୋଇ ଟପ୍ପର ହୋଇଥିବା ବିଦ୍ୟାର୍ଥୀ କୁମାରୀ ସ୍ନେହାଶ୍ରୀ ନାୟକଙ୍କୁ ସମ୍ବର୍ଦ୍ଧିତ କରାଯିବା ସାଙ୍ଗକୁ ମେଧାବୀ ବିଦ୍ୟାର୍ଥୀମାନେ ଜୀବନରେ ସଂକଳ୍ପ, ଶୃଙ୍ଖଳା ଓ ସମର୍ପଣ ଭାବ ଜାରି ରଖିବା ସହ କଠିନ ପରିଶ୍ରମ, ନିଷ୍ଠାପର ପ୍ରୟାସ ମାଧ୍ୟମରେ ନିଜର ଉଜ୍ଜଳ ଭବିଷ୍ୟତ ଗଠନ କରି ସଫଳତାର ଶୀର୍ଷ ସୋପାନରେ ପହଞ୍ଚି ନିଜ ପିତାମାତା ଓ ଗୁରୁଜନଙ୍କ ସ୍ୱପ୍ନକୁ ସାକାର କରି ସଫଳତାର ସ୍ରୋତକୁ ଆହୁରି ଅଗ୍ରସର କରିବାକୁ ପରାମର୍ଶ ଦିଆଯାଇଥିବା ଲକ୍ଷ୍ୟ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଆସିକା ଲାୟନ୍ସ କ୍ଳବର ସଭାପତି ପି.ସୁଧାକର ପାତ୍ର, ସମାଜସେବୀ ପ୍ରିୟବ୍ରତ ମିଶ୍ର, ଏମ୍.ତାରିଣୀ ସେନାପତିଙ୍କ ସମେତ ସହରର ବହୁ ସଚେତନ ନାଗରିକ ଓ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇଥିବା ଲକ୍ଷ୍ୟ ଦେଖିବାକୁ ମିଳିଥିଲା ।


