ଗଂଜାମ ରେ ବିଜେପି ଜିଲ୍ଲା ସଭାପତି ଙ୍କୁ ଭାବ୍ୟସମ୍ବର୍ଦ୍ଧନା
ଗଞ୍ଜାମ,(ଯୁଗାବ୍ଦ ନ୍ୟୁଜ୍): ସହରସ୍ଥିତ ଠାକୁରାଣୀ ମନ୍ଦିର ପରିସରରେ ଗଞ୍ଜାମ ଜିଲ୍ଲା ର ନୂତନ ବିଜେପି ସଭାପତି ବିଭୁତି ଜେନା ଙ୍କୁ ଭାବ୍ୟ ସମ୍ବର୍ଦ୍ଧନା ଦିଆଯିବା ସହ କର୍ମି ମାବେଶଅନୁଷ୍ଠିତ ହୋଇଥିଲା । ବ୍ଲକ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ନାୟକ ଙ୍କ ସଭାପତିତ୍ୱ ରେ ଏହି ସମ୍ବର୍ଦ୍ଧନା ସଭାରେ ରାଜ୍ୟସାଧାରଣ ସମ୍ପାଦକ ଭୃଗୁବକ୍ସଇ ପାତ୍ର ଯୋଗଦେଇ ନୂତନ ଜିଲ୍ଲା ସଭାପତି ବିଭୁତି ଜେନା ଙ୍କୁ ସ୍ୱାଗତ କରିବା ସହ ଆଗାମୀ ଦିନରେ ଦଳକୁ ମଜବୁତ କରିବା ପାଇଁ ନୁତନ ସଭାପତି ଙ୍କ ହାତରେ ହାତ ମିଶାଇ କାମ କରିବାକୁ କହିଥିଲେ । ନୂତନ ସଭାପତି ଜେନା ବେକ୍ତଗତ ମତାନ୍ତର ରୁ ଦୁରେଇ ରହି ଦଳୀୟ ସଙ୍ଘଠନ କୁ ଦୃଢ଼ କରିବା ସହ ଆଗାମୀ ପୌରନିର୍ବାଚନ ରେ ଦଳକୁ ବିଜୟୀ କରିବା ପାଇଁ ଆଜିଠାରୁ ଲାଗିପଡନ୍ତୁ ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପୁର୍ବତନ ଜିଲ୍ଲା ସଭାପତି କାଁହୁଚରଣ ପତି, ଜିଲ୍ଲା ସମ୍ପାଦକ ରାଜେଶ କୁମାର ସାହୁ, ରାଜ୍ୟ ଯୁବ ମୋର୍ଚ୍ଚା ସମ୍ପାଦକ ଏନ.ରାଜେନ୍ଦ୍ର, ବିଧାୟକ ପାର୍ଥି ପ୍ରଶାନ୍ତ କୁମାର କର, ଗଞ୍ଜାମ ଏନ.ଏ.ସି ସଭାପତି ସୁଦାମ ଜେନା, ପୁର୍ବତନ ସଭାପତି କାନ୍ତରୀ ଦଳେଇ , ଜିଲ୍ଲା ପରିଷଦ ସଭ୍ୟ ରଶ୍ମିରାଣୀ ମହାପାତ୍ର, ଜିଲ୍ଲା ଉପସଭାପତି କାନକେୟା ରେଡି,ପ୍ରମୁଖ ନିଜର ବକ୍ତବ୍ୟ ରେ ଦଳକୁ ମଜବୁତ କରିବାକୁ କହିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ପୁର୍ବତନ କାଉନସିଲର ଡିକେରାଓ, ରଞ୍ଜନ କୁମାର ବେହେରା, ଯୁବନେତା ପ୍ରଦୀପ କୁମାର ପାଢୀ, ଚୈତନ୍ୟ ପ୍ରଧାନ, ପଦ୍ମଚରଣ ସାହୁ, ଭଗବାନ ନାହାକ, ସୀମାଞ୍ଚଳ ବାରଟତିୟା, ପୁର୍ବତନ ଜିଲ୍ଲା ପରିଷଦ ସଭ୍ୟ କୀର୍ତ୍ତନ ଦାସ, ଯୁବନେତା ପରମହାଙ୍ଗୁଡି, ମନୋଜ କୁମାର ପଣ୍ଡା, ମନରଞ୍ଜନ ସାହୁ, ଯୁଧିଷ୍ଠିର ମହାପାତ୍ର, ଭଗବାନ ପ୍ରଧାନ, ରାକେଶ ସାବତ,ଅଜୟ ରାଉଳ, ପୁର୍ବତନ ଉପନଗରପାଳ ବସନ୍ତ ବେହେରା, ସମସ୍ତ ମଣ୍ଡଳ ସଭାପତି, ଙ୍କ ସମେତ ଶତାଧିକ କର୍ମୀ ଯୋଗ ଦେଇଥିଲେ । ଏହି ଅବସରରେ ପୁର୍ବତନ କାଉନସିଲର ନିରଞ୍ଜନ ରାଉଳ, ଯୁବନେତା କାଳୁ ବେହେରା, ବିଜେଡି ଛାଡି ବିଜେପି ରେ ଯୋଗ ଦେଇଥିଲେ । ସଭାପୂର୍ବରୁନୂତନ ଜିଲ୍ଲାସଭାପତି ବିଭୁତି ଜେନା, ଓ ରାଜ୍ୟସାଧାରଣ ସମ୍ପାଦକଭୃଗୁବକ୍ସଈ ପାତ୍ର ଙ୍କୁ ଏକ ବିରାଟ ଶୋଭା ଯାତ୍ରା ରେ ଗଂଜାମ ଏନଏସି ପରିକ୍ରମା କରାଯାଇଥିଲା