ବାଟରେ ଓଲଟିଲା କାଉଡ଼ିଆ ଗାଡ଼ି : ଡ୍ରାଇଭରଙ୍କ ସମେତ ୧୩ କାଉଡ଼ିଆ ଆହତ

ଛତ୍ରପୁର (ଓ୍ବାଇଏନଏସ): ଗଞ୍ଜାମ ଜିଲ୍ଲା ଚମାଖଣ୍ଡି ଥାନା ଅନ୍ତର୍ଗତ ୧୬ନମ୍ବର ଜାତୀୟ ରାଜପଥ ମାୟାପାଟଣା ଛକରେ ଏକ  ସଡ଼କ ଦୁର୍ଘଟଣା ଘଟିଯାଇଛି। ନିୟନ୍ତ୍ରଣ ହରାଇ ଏକ ଟାଟା ଏସ୍‌ ଗାଡ଼ି ଓଲଟି ପଡ଼ିବାରୁ ଡ୍ରାଇଭରଙ୍କ ସମେତ ୧୩ ଜଣ କାଉଡ଼ିଆ  ଆହାତ ହୋଇଛନ୍ତି। ପୋଲିସର ସୂଚନା ଅନୁଯାୟୀ, ପବିତ୍ର ଶ୍ରାବଣ ମାସ ଚାଲିଥିବାରୁ ନିମଖଣ୍ଡି ଥାନା ଅନ୍ତର୍ଗତ ଜଗଦଳପୁର ଅଞ୍ଚଳରୁ କିଛି କାଉଡ଼ିଆ ଏବଂ ସେମାନଙ୍କ ସହଯୋଗୀ ଏକ ଟାଟା ଏସ୍‌ ଗାଡ଼ି ଯୋଗେ ଗଞ୍ଜାମର ଋଷିକୂଲ୍ୟା ନଦୀ ଅଭିମୁଖେ ଯାଉଥିଲେ। ଆଜି ନଦୀରୁ ପବିତ୍ର ଜଳ ଉଠାଇ ଅଲେଶ୍ୱର ଶୈବପୀଠରେ ଜଳାଭିଷେକ କରିବାର କାର୍ଯ୍ୟକ୍ରମ ଥିଲା। ମାତ୍ର ମାୟାପାଟଣା ଛକ ନିକଟରେ ଗାଡ଼ିଟି ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ ଏହି ଅଭାବନୀୟ ଘଟଣା ଘଟିଥିଲା।   ସେହିପରି ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ନିର୍ବାଚନ ମଣ୍ଡଳୀର ବିଭିନ୍ନ ପଞ୍ଚାୟତ ଗସ୍ତ କରି ଫେରୁଥିବା ସମୟରେ କାଉଡ଼ିଆ ମାନଙ୍କୁ ନେଇ ଯାଉଥିବା ଏକ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଥିବା ଦେଖି ସେଠାରେ ଅଟକି ସମସ୍ତଙ୍କ ସ୍ବାସ୍ଥ୍ୟାବସ୍ଥା ବୁଝିବା ସହ ଆହତମାନଙ୍କୁ  ଗାଡ଼ିରେ ଛତ୍ରପୁର  ମେଡିକାଲକୁ ପଠାଇବା ବ୍ୟବସ୍ଥା କରାଇଥିଲେ ।ତେବେ ଡ୍ରାଇଭରଙ୍କ ସହ ଅନ୍ୟ ୩ ଜଣ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ଼ ମେଡିକାଲ କୁ ସ୍ଥାନାନ୍ତରିତ କରାଯାଇଛି। ଏହି ଦୁର୍ଘଟଣା ଯୋଗୁଁ ଶ୍ରଦ୍ଧାଳୁଙ୍କ ଜଳାଭିଷେକ ଆଶା ଅଧାରେ ରହିଯାଇଛି। ଡ୍ରାଇଭରଙ୍କ କହିବା କଥା ଟାଟା ଏସି ରେ  ବୋଲବମ ଗୀତ ଲଗାଇ  ଡ୍ୟାନ୍ସ କରୁଥିଲେ ସେଥିପାଇଁ ଗାଡି ଭାରସାମ୍ୟ ହରାଇ ଗାଡ଼ି ରାସ୍ତା ଉପରେ ଓଲଟି ଓଲଟି ଗଲା l
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ