ଭାଗିରଥି ବିଦ୍ୟାଳୟ ପକ୍ଷରୁ ତ୍ରିରଙ୍ଗା ଯାତ୍ରା

ବାମରା,(ମନୋଜ କୁମାର ରାଜ):ଅଗଷ୍ଟ ୯ ତାରିଖରୁ ସାରା ଦେଶରେ ତ୍ରିରଙ୍ଗା ଯାତ୍ରା ଆରମ୍ଭ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ବାମରା ବ୍ଲକ ଅନ୍ତର୍ଗତ ଗୋବିନ୍ଦପୁର ଗ୍ରାମ ପଞ୍ଚାୟତ ସ୍ଥିତ ବାମରା ବସ ଷ୍ଟାଣ୍ଡ କୁ ଲାଗି ରହି ଥିବା ଭାଗିରଥି ଉଚ୍ଚ ବିଦ୍ୟାଳୟ ପକ୍ଷରୁ ମଧ୍ୟ ଆୟୋଜିତ ହୋଇଯାଉଛି। ପ୍ରଧାନ ଶିକ୍ଷୟିତ୍ରୀ ଜ୍ୟୋସ୍ନା ମୟୀ ମିଶ୍ରଙ୍କ ତତ୍ତ୍ଵବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ଛାତ୍ରୀ ମାନେ ବିଦ୍ୟାଳୟରୁ ବାହାରି ବିଭିନ୍ନ ସ୍ଲୋଗାନ ମାଧ୍ୟମରେ ପୁରୁଣା ବସ ଷ୍ଟାଣ୍ଡ, ଦଲଦଳିଆ ପଡ଼ା, ଆର ଆଇ ଅଫିସ, ତହସିଲ ଅଫିସ, ବ୍ଲକ ଅଫିସ ଦେଇ ସ୍କୁଲକୁ ଫେରିଥିଲେ.। ଶିକ୍ଷକ ମନୋଜ ପ୍ରସାଦଙ୍କ ସମେତ ନିକିତା, ଉମାରାଣୀ ସା, ବିଶାଖା ମଲ୍ଲିକ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ। ଏହି ପରି ବାମରା ତଥା ଆଖ ପାଖ ଅଞ୍ଚଳ ରେ ଥିବା ସମସ୍ତ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନେ ନିଜ ନିଜ ସ୍କୁଲ ପରିସର ରେ ପ୍ୟାରେଡ୍ ପ୍ରାକ୍ଟିସ ଆରମ୍ଭ କରି ଦେଇଛନ୍ତି । ଆସନ୍ତା ଅଗଷ୍ଟ ୧୫ ତାରିଖ ପ୍ୟାରେଡ୍ ରେ ଭାଗ ନେବା ପାଇଁ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ