ଗଜପତି ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ
ମୋହନା,(ଯୁଗାବ୍ଦ ନ୍ୟୁଜ୍): ଗଜପତି ଜିଲ୍ଲା ମୋହନା ବ୍ଲକ ବିରିକୋଟରେ ସୋମବାର ଜିଲ୍ଲାପାଳ ଅନୁପମ ଶାହାଙ୍କ ନେତ୍ୱତ୍ୱରେ ଯୁଗ୍ମ ଅଭିଯୋଗ ଶୁଣାଣି ସ୍ଥାନୀୟ ପଂଚାୟତ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ଅଭିଯୋଗ ଶୁଣାଣୀରେ ସମୁଦାୟ ୮୭ ଗୋଟି ଅଭିଯୋଗ ହୋଇଥିବା ବେଳେ ସେଥିମଧ୍ୟରୁ ୬୦ ଟି ସାମୁହିକ ଅଭିଯୋଗ ରହିଥିବା ବେଳେ ୨୭ ଗୋଟି ବ ୍ୟକ୍ତି ଗତ ଅଭିଯୋଗ ହୋଇଥିଲା । ଗ୍ରାମର ୬ ଜଣଙ୍କୁ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ୮୦ ହଜାର ଟଙ୍କା ଦିଆଯାଇଥିବା ବେଳେ ରେଡ୍କ୍ରସ୍ ପାଣ୍ଠିରୁ ୩ ଜଣଙ୍କୁ ୩୦ ହଜାର ଟଙ୍କା ପ୍ରଦାନ କରାଯାଇଥିଲା ।ସେହିପରି ଅଭିଯୋଗ ଶୁଣାଣୀରେ ୧୨ ଟି ଅଭିଯୋଗର ସଂଗେ ସଂଗେ ଶୁଣାଣି କରିଥିଲେ ।ଏହି ଅଭିଯୋଗ ଶୁଣାଣୀରେ ଅତିରିକ୍ତ ଏସପି ସୀତାରାମ ଶତପଥି , ଏସଡିପିଓ ଅଶୋକ କୁମାର ମହାନ୍ତି , ବିଡିଓ ବଂଶୀଧର ଖୋସାଲା , ସଂରପଞ୍ଚ ମୋଷା ମାଝୀ , ବ୍ଲକ ଉପାଧକ୍ଷା ବାଲମିନା ଅଧିକାରୀ ପ୍ରମୁଖ ଯୋଗ ଦେଇଥିବା ବେଳେ ଜିପିଇଓ ନରସିଂହ ମାଣ୍ଡଙ୍ଗି ପରିଚାଳନା କରିଥିଲେ ।