ଦିବଂଗତ ବିଧାୟକ ମଦନ ମୋହନ ଦତ୍ତଙ୍କ ଜୟନ୍ତୀ

ବାଲେଶ୍ବର(ସରୋଜ ପଣ୍ଡା): ଭାରତୀୟ ଜନତା ପାର୍ଟିର ପୂର୍ବତନ ଜିଲ୍ଲା ସଭାପତି ତଥା ସଦର ନିର୍ବାଚନମଣ୍ଡଳୀର ଦିବଂଗତ ବିଧାୟକ ମଦନ ମୋହନ ଦତ୍ତ (ମଙ୍ଗୁ ଭାଇ)ଙ୍କ ୬୯ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ଅବସରରେ ମଙ୍ଗୁଭାଇ ସ୍ମୃତି କମିଟି ପକ୍ଷରୁ ବାଲେଶ୍ଵର ସହରର ଓଟି ରୋଡ଼ର ଶୋଭାରାମପୁର ଛକରେ ସ୍ଥାପିତ ସ୍ୱର୍ଗତଃ ଦତ୍ତଙ୍କ ପ୍ରତିମୂର୍ତ୍ତିରେ ସାମୁହିକ ମାଲ୍ୟାର୍ପଣ କରାଯାଇଥିଲା। ସଦର ବିଧାୟକ ତଥା ସ୍ୱର୍ଗତଃ ଦତ୍ତଙ୍କ ସୁପୁତ୍ର ମାନସ କୁମାର ଦତ୍ତ ପିତାଙ୍କ ପ୍ରତିମୂର୍ତ୍ତିରେ ପ୍ରଥମେ ମାଲ୍ୟାର୍ପଣ କରି ଭକ୍ତିପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଜ୍ଞାପନ ସହ ତାଙ୍କ ସ୍ମୃତିଚାରଣ କରିଥିଲେ। ସ୍ୱର୍ଗତଃ ଦତ୍ତଙ୍କ ଭଳି ଜଣେ ଅଦ୍ୱିତୀୟ ନେତା ଜନସେବା ପାଇଁ ଯେଉଁ ପ୍ରକାର ମାର୍ଗ ଦର୍ଶନ କରିଯାଇଛନ୍ତି ତାହା ସମସ୍ତଙ୍କ ପାଇଁ ସଦା ସର୍ବଦା ପ୍ରେରଣାଦାୟୀ ହୋଇ ରହିଛି । ସମାଜପ୍ରତି ତାଙ୍କର ବଳିଷ୍ଠ ଅବଦାନକୁ ଚିରକାଳ ଅମର ରଖିବା ପାଇଁ ତାଙ୍କୁ ଭଲ ପାଉଥିବା ବ୍ୟକ୍ତିମାନେ ସର୍ବଦା ସେବା ଓ ସମର୍ପଣ କାର୍ଯ୍ୟକ୍ରମ ଜାରି ରଖିବାକୁ ବିଧାୟକ ମାନସ ଦତ୍ତ ଆହ୍ବାନ ଦେଇଥିଲେ । ମଙ୍ଗୁ ଭାଇ ସ୍ମୃତି କମିଟିର ସଦସ୍ୟ ବୃନ୍ଦ ମଙ୍ଗୁଭାଇଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଜଣେ ରାଷ୍ଟ୍ରହିତୈଷୀ, କର୍ମଠ, ଓ ଦରଦୀ ମଣିଷ ଭାବେ ପରିଚିତ ସ୍ୱର୍ଗତ ମଙ୍ଗୁଭାଇ ଜୀବନ ତମାମ ବିପଦରେ ପଡିଥିବା ଗରିବଙ୍କ ସାହାଯ୍ୟ ପାଇଁ ଆଗେଇ ଆସୁଥିଲେ । ତାଙ୍କର ଆଦର୍ଶରେ ଅନୁପ୍ରାଣିତ ହୋଇ ତୃଣମୂଳସ୍ତରରେ ଥିବା ଗରିବଙ୍କ ସେବାରେ ନିୟୋଜିତ ହେବାକୁ ସେମାନେ ପରାମର୍ଶ ଦେଇଥିଲେ। ପରେ ସ୍ମୃତି କମିଟି ସଦସ୍ୟ ସଦସ୍ୟାମାନେ ଜିଲ୍ଳା ମୁଖ୍ୟ ଚିକିତ୍ସାଳୟରେ ରୋଗୀମାନଙ୍କୁ ଫଳ ବଣ୍ଟନ କରିଥିଲେ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ