ବାଳିକା ଏନସିସି ବାଟାଲିୟାନ ପକ୍ଷରୁ ତ୍ରିରଙ୍ଗା ଶୋଭାଯାତ୍ରା

ପୋଲସରା, (ଅନୀଲ କୁମାର ମହାରଣା):  ପୋଲସରା ବିଜ୍ଞାନ ମହାବିଦ୍ୟାଳୟର ୨(ଓ)ବାଳିକା ଏନସିସି ବାଟାଲିୟାନ, ରାୟଗଡ଼ା ପକ୍ଷରୁ  ହରଘର ତ୍ରିରଙ୍ଗା ଶୋଭାଯାତ୍ରା କାର୍ଯ୍ୟକ୍ରମ ୧୪/୮/୨୬ ତାରିଖ ଦିନ ଅନୁଷ୍ଟିତ ହୋଇଯାଇଛି। ଏହି ରାଲିରେ ପୋଲସରା ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ଭଗବାନ ତ୍ରୀପାଠୀ, ଏନ୍.ସି.ସି ଅଫିସର୍ ଲେଫ୍ଟନାଣ୍ଟ ବିନତା କୁମାରୀ ଦାସ , ଦର୍ଶନ ଶାସ୍ତ୍ର ବିଭାଗ ପ୍ରାଧ୍ୟାପକ ରୁଦ୍ର ପ୍ରସାଦ ଗୌଡ଼ ଓ ସେକ୍ ଫରିଦ୍, ଅର୍ଥନୀତି ବିଭାଗ ଅଧ୍ୟାପକ ଡକ୍ଟର ମନୋଜ କୁମାର ସାହୁ, ଶିକ୍ଷା ବିଭାଗ ଅଧ୍ୟାପକ ଶ୍ରୀକାନ୍ତ ପ୍ରଧାନ, ଖେଳ ଶିକ୍ଷକ ଦିପକ କୁମାର ସ୍ୱାଇଁ, ଗଣିତ ବିଭାଗ ଆଧ୍ୟାପିକା ସୁମିତା ରାଉତ, ଉଦ୍ଭିଦ ବିଜ୍ଞାନ ବିଭାଗ ଡେମୋନଷ୍ଟେଟର ସୁଜାତା ରାଣୀ ବେହେରା ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କ ସହିତ “ହର୍ ଘର୍ ତ୍ରିରଙ୍ଗା”  ରାଲିରେ ଯୋଗଦେଇଥିଲେ। ଏହି ରାଲିରେ ୫୦ ଜଣ ସମର ଶିକ୍ଷାର୍ଥୀ ବାହିନୀର ମହିଳା କ୍ୟାଡେଟ୍ ବୃନ୍ଦ ଯୋଗଦେଇଥିଲେ ।  ଏହି ଶୋଭାଯାତ୍ରା ମହାବିଦ୍ୟାଳୟରୁ ବାହାରି ବ୍ଳକ ଛକ ଦେଇ ପୌରପାଳିକା ଅଫିସ ଠାରେ ସମାପ୍ତ ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ