ବ୍ରାହ୍ମଣ ଯୁବମଞ୍ଚର ପ୍ରଥମ ଜିଲ୍ଲାସ୍ତରୀୟ ବୈଠକ

ବାଲେଶ୍ୱର (ସରୋଜ ପଣ୍ଡା): ବ୍ରାହ୍ମଣ ଯୁବମଞ୍ଚର ପ୍ରଥମ ଜିଲ୍ଲାସ୍ତରୀୟ ବୈଠକ ବାଲେଶ୍ୱର ଷ୍ଟେସନ କ୍ଲବ ରେ ଅନୁଷ୍ଠିତ ହୋଇଯାଇଛି। ବାଲେଶ୍ୱର ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ୧୫୦ରୁ ଊର୍ଦ୍ଧ୍ୱ ବ୍ରାହ୍ମଣ ଯୁବକ ଏହି ବୈଠକରେ ଯୋଗଦେଇ ସମାଜର ବିଭିନ୍ନ ସମସ୍ୟା, ଯୁବପିଢ଼ିର ଭବିଷ୍ୟତ ଏବଂ ସଂଗଠନର ଆଗାମୀ କାର୍ଯ୍ୟପନ୍ଥା ଉପରେ ବିସ୍ତୃତ ଆଲୋଚନା କରିଥିଲେ। ବୈଠକରେ ଆର୍ଥିକ ଓ ସାମାଜିକ ଭାବେ ଅବହେଳିତ ବ୍ରାହ୍ମଣ ପରିବାରଗୁଡ଼ିକୁ ସହାୟତା କରିବା, ଯୁବପିଢ଼ିଙ୍କ ପାଇଁ ଶିକ୍ଷା ଓ ରୋଜଗାରର ସୁଯୋଗ ବୃଦ୍ଧି କରିବା ଏବଂ ସମାଜକୁ ଏକତ୍ରିତ ଓ ସୁଦୃଢ଼ କରିବା ନେଇ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଥିଲା। ସେହିଭଳି ନୂତନ ସଂରକ୍ଷଣ ନୀତି ବିରୋଧରେ ଲଢ଼େଇ ସମ୍ପ୍ରତି ଓଡ଼ିଶା ସରକାରଙ୍କ ପକ୍ଷରୁ ଘୋଷିତ ନୂତନ ସଂରକ୍ଷଣ ବ୍ୟବସ୍ଥାକୁ ନେଇ ବୈଠକରେ ପ୍ରବଳ ବିରୋଧ ହୋଇଥିଲା। ଏହି ନୂତନ ନୀତି ଯୋଗୁଁ ବ୍ରାହ୍ମଣ ତଥା ସାଧାରଣ ବର୍ଗର ଯୁବପିଢ଼ିଙ୍କ ଶିକ୍ଷା ଓ ରୋଜଗାରର ସୁଯୋଗ ପ୍ରଭାବିତ ହେବା ନେଇ ସଂଗଠନ ପକ୍ଷରୁ ଉଦ୍‌ବେଗ ପ୍ରକାଶ କରାଯାଇଥିଲା। ବ୍ରାହ୍ମଣ ଯୁବମଞ୍ଚ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ନୂତନ ସଂରକ୍ଷଣ ନୀତି ବିରୋଧରେ ସଂଗଠନ ଗଣତାନ୍ତ୍ରିକ ଓ ଆଇନସମ୍ମତ ଉପାୟରେ ନିଜର ଲଢ଼େଇକୁ ଆହୁରି ଜୋରଦାର କରିବ। ସମସ୍ତ ବର୍ଗର ଯୁବପିଢ଼ିଙ୍କ ପାଇଁ ସମାନ ସୁଯୋଗ ଓ ନ୍ୟାୟସଙ୍ଗତ ବ୍ୟବସ୍ଥା ଦାବିରେ ଆଗାମୀ ଦିନରେ ଆବଶ୍ୟକ ପଦକ୍ଷେପ ନିଆଯିବ। ବୈଠକରେ ସଂଗଠନର ଆବାହକ ସତ୍ୟପ୍ରକାଶ ପତି ବ୍ରାହ୍ମଣ ସମାଜ ପକ୍ଷରୁ ବିଭିନ୍ନ ଦାବି ଉପସ୍ଥାପନ କରିଥିଲେ। ଶିକ୍ଷା ଓ ଚାକିରି କ୍ଷେତ୍ରରେ ସମାନ ସୁଯୋଗ, ଆର୍ଥିକ ଭାବେ ଦୁର୍ବଳ ପରିବାରଗୁଡ଼ିକୁ ସହାୟତା ଏବଂ ଯୁବପିଢ଼ି ପାଇଁ ଅଧିକ ସୁଯୋଗ ସୃଷ୍ଟି କରିବା ନେଇ ସେ ମତ ରଖିଥିଲେ।ଆର୍ଥିକ ଦୁର୍ବଳ ପରିବାରର ପିଲାଙ୍କୁ  ବ୍ରତ କରାଇବାକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଥିଲା।ଶେଷରେ ବ୍ରାହ୍ମଣ ଯୁବମଞ୍ଚର ଅନ୍ୟତମ ଆବାହକ ରମୀୟ ଦୀକ୍ଷିତ ଧନ୍ୟବାଦ ଜ୍ଞାପନ କରିଥିଲେ। ସଂଗଠନକୁ ଆହୁରି ସୁଦୃଢ଼ କରିବା, ଆର୍ଥିକ ଭାବେ ଅସହାୟ ପରିବାରଗୁଡ଼ିକୁ ସହାୟତା କରିବା, ଯୁବପିଢ଼ିଙ୍କ ଭବିଷ୍ୟତ ପାଇଁ ସୁଯୋଗ ସୃଷ୍ଟି କରିବା ଏବଂ ନୂତନ ସଂରକ୍ଷଣ ନୀତି ବିରୋଧରେ ଗଣତାନ୍ତ୍ରିକ ଭାବେ ଲଢ଼େଇକୁ ଆହୁରି ସୁଦୃଢ଼ କରିବା ପାଇଁ ସମସ୍ତ ସଦସ୍ୟ ଏକତ୍ରିତ ହୋଇ କାର୍ଯ୍ୟ କରିବାକୁ ସେ ଆହ୍ୱାନ ଦେଇଥିଲେ। ଆଗାମୀ ଦିନରେ ବାଲେଶ୍ୱର ସମେତ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ବ୍ରାହ୍ମଣ ଯୁବମଞ୍ଚ ପକ୍ଷରୁ ବିଭିନ୍ନ ସ୍ଥାନରେ ସଭା ଓ କମିଟି ଗଠନ କରି ସଂଗଠନକୁ ତୃଣମୂଳସ୍ତରରୁ ମଜବୁତ କରିବା ନେଇ ନିଷ୍ପତ୍ତି ହୋଇଥିଲା। ଅଧିକ ସଂଖ୍ୟକ ଯୁବକଙ୍କୁ ସଂଗଠନ ସହିତ ଯୋଡ଼ି ସମାଜର ବିଭିନ୍ନ ସମସ୍ୟା ଉପରେ ସମୂହଗତ ଭାବେ କାର୍ଯ୍ୟ କରିବାକୁ ଆହ୍ୱାନ ଦିଆଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ