50 ଲକ୍ଷ ଟଙ୍କାରୁ ଉର୍ଦ୍ଧ ବେଆଇନ ଗଞ୍ଜେଇ ଜବତ
ପାରଳାଖେମୁଣ୍ଡି (ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଏସପି ପ୍ରହଲ୍ଲାଦ ସହାୟ ମୀନାଙ୍କ ନିର୍ଦେଶକ୍ରମେ ଗଞ୍ଜେଇ ଚୋରାଚାଲାଣ ବିରୁଦ୍ଧରେ ସମଗ୍ର ଜିଲ୍ଲାରେ ପୁଲିସର ଅଭିଯାନ ଜୋରଦାର ହୋଇଛି. ମୋହନା ପୁଲିସ ପକ୍ଷରୁ ଚଢ଼ଉ କରାଯାଇ ଏକ ଜଙ୍ଗଲରୁ ୩୦୩ କେଜି ୬୦୦ ଗ୍ରାମ ଗଞ୍ଜେଇ ଜବତ – କରାଯାଇଛି. ଜବତ ଗଞ୍ଜେଇର ଆନୁମାନିକ ବଜାର ମୂଲ୍ୟ 50 ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ବ ବୋଲି ସୂଚନା ମିଳିଛି. ବିଶେଷ ସୂତ୍ରରୁ ସୂଚନା ପାଇ ମୋହନା ପୁଲିସ କର୍ଜବାଡ଼ି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଗୋପଟିମା ଓ କୁଟିଗୁଡ଼ା ଗ୍ରାମ ମଧ୍ୟରେ ଥିବା ଜଙ୍ଗଲରେ ଚଢ଼ଉ କରିଥିଲା ତଲାସୀ ବେଳେ ଜଙ୍ଗଲ ମଧ୍ୟରୁ ବିପୁଳ ପରିମାଣର ଗଞ୍ଜେଇ ମିଳିଥିଲା। ପୁଲିସ ଏହାକୁ ଜବତ କରି ଥାନାକୁ ଆଣିଛି ଗଜପତି ଜିଲ୍ଲାର ବିଭିନ୍ନ ଜଙ୍ଗଲ ଓଁ ଦୁର୍ଗମ ଅଞ୍ଚଳରେ ଗଞ୍ଜେଇ ମହଜୁଦ ଓ ଚୋରାଚାଲାଣ ହେଉଥିବା ଅଭିଯୋଗ ରହିଛି. ଏହାକୁ ରୋକିବା ପାଇଁ ପୁଲିସ ପକ୍ଷରୁ ନିୟମିତ ଭାବେ ଚଢ଼ଉ ଓ ତଲାସୀ ଅଭିଯାନ ଜାରି ରହିଛି।


