ବିଧାୟକଙ୍କ ଉଦାର ମାନବିକତା: ଗୁରୁତର ରୋଗରେ ପୀଡ଼ିତ ଥିବା ଶିଶୁକୁ ବଢାଇଲେ ସାହାଯ୍ୟର ହାତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା ): ପାରଳାଖେମୁଣ୍ଡି ବିଧାୟକ ରୂପେଶ କୁମାର ପାଣିଗ୍ରାହୀଙ୍କ ଉଦାର ମାନବିକତାର ଏକ ସ୍ୱତନ୍ତ୍ର ପରିଚୟ ସାମ୍ନାକୁ ଆସିଛି. ଗଜପତି ଜିଲ୍ଲାର ଗୁମ୍ମା ବ୍ଲକ ଅନ୍ତର୍ଗତ ଦୁର୍ଗମ ପାହାଡ଼ ଶିଖରରେ ଅବସ୍ଥିତ ବେବେ ଗ୍ରାମରେ ବିଧାୟକଙ୍କ ଜନ ଅଭିଯୋଗ ଶୁଣାଣୀ ସମୟରେ ଗ୍ରାମର ଜଣେ ୩ ବର୍ଷର ଏକ ଶିଶୁ ଅଜଣା ରୋଗରେ ଆକ୍ରାନ୍ତ ହୋଇ ଗୁରୁତର ଥିବା ବିଧାୟକଙ୍କ ଦୃଷ୍ଟିକୁ ଆସିଥିଲା. ଗରିବ ପରିବାରକୁ ଚିକିତ୍ସା ପାଇଁ ଉଚ୍ଚମାନର ଚିକିତ୍ସା କରାଇବାରେ ସମସ୍ୟାର ସମ୍ମୁଖୀନ ହେଉଥିବା ବିଷୟ ବିଧାୟକ ଜାଣିବା ପରେ ବିଧାୟକ ଭାବବିହ୍ୱଳ ହୋଇ ପରିବାରକୁ ଆଶ୍ୱାସନା ଦେଇଥିଲେ। ଅର୍ଥ ଅଭାବ ଯୋଗୁଁ ଶିଶୁର ଚିକିତ୍ସା ଅଟକିବ ନାହିଁ ବୋଲି କହିବା ସହ ଉଚ୍ଚଚିକିତ୍ସା ପାଇଁ ସମସ୍ତ ପ୍ରକାର ସହଯୋଗ କରିବାକୁ ସେ ପ୍ରତିଶ୍ରୁତି ଦେଇଥିଲେ। ଆବଶ୍ୟକ ହେଲେ ନିଜ ଦାୟିତ୍ୱରେ ଶିଶୁଟିକୁ ଭୁବନେଶ୍ୱରର ଏକ ବଡ଼ ଡାକ୍ତରଖାନାରେ ଚିକିତ୍ସା କରାଇବା ପାଇଁ ପଦକ୍ଷେପ ନେବେ ବୋଲି ପରିବାରକୁ ଜଣାଇଥିଲେ। ବିଧାୟକଙ୍କ ଏହି ମାନବିକ ପଦକ୍ଷେପକୁ ଶିଶୁର ପରିବାର ସମେତ ଗ୍ରାମବାସୀ ସ୍ୱାଗତ କରିଥିଲେ। ଦୁର୍ଗମ ପାହାଡ଼ିଆ ଅଞ୍ଚଳରେ ପହଞ୍ଚି ଲୋକଙ୍କ ସମସ୍ୟା ଶୁଣିବା ସହ ଅସହାୟ ପରିବାରର ଶିଶୁର ଚିକିତ୍ସା ପାଇଁ ଆଗକୁ ଆସିବା ଘଟଣା ଗ୍ରାମବାସୀ ଓ ସମ୍ପୃକ୍ତ ପରିବାରଙ୍କ ଠାରେ ନୂତନ ଆଶାର ସଂଚାର ହୋଇଛି।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ