ଚୋରି ସୁନା ଗହଣା ଉଦ୍ଧାର, ଜଣେ ଗିରଫ
ଧାମନଗର (ଓ୍ବାଇଏନଏସ): ଧାମନଗର ପୁଲିସର ବଡ଼ ସଫଳତା,ଖୁବ କମ ସମୟରେ ଚୋରି ସୁନା ଗହଣା ଉଦ୍ଧାର ସହ ଜଣେ ଗିରଫ। ଧାମନଗର ଥାନା ଅନ୍ତର୍ଗତ କରଞ୍ଜି ଗୁଣୁପୁର ଅଞ୍ଚଳରେ ଗତ ୧୪ ତାରିଖ ରାତିରେ କିଛି ଦୁର୍ବୁତ୍ତ ମାନେ ହିରାମଣୀ ସାହୁଙ୍କ ଘରେ ପଶି ସୁନା ଗହଣା ଚୋରି କରି ସେଠାରୁ ଚମ୍ପପଟ ମାରିଥିବା ନେଇ ଧାମନଗର ଥାନାରେ ଲିଖିତ ଏତଲା ଦିଆଯାଇଥିଲା। ହିରାମଣୀ ସାହୁଙ୍କ ଅଭିଯୋଗ ମୂଳେ ସଙ୍ଗେ ସଙ୍ଗେ ଅଧିକାରୀ ଶୁଭ୍ରଜିତ ଦାଶ ଥାନା କେସ ନଂ ୩୪୩/ତା୧୪/୦୮/୨୬ ରିଖରେ ଏକ ମାମଲା ରୁଜୁ କରି ଏଏସଆଇ ନରେନ୍ଦ୍ର କୁମାର ରାଉତଙ୍କୁ ତଦନ୍ତ ଅଧିକାରୀ ଭାବେ ଦାୟିତ୍ୱ ଦେଇଥିଲେ।ଶନିବାର ଦିନ ଧାମନଗର ଥାନା ଆଇଆଇସି ଶୁଭ୍ରଜିତ ଦାଶଙ୍କ ନେତୃତ୍ୱରେ ଏଏସଆଇ ନରେନ୍ଦ୍ର କୁମାର ରାଉତ ଓ ପୁଲିସ ଟିମ୍ କରଞ୍ଜି ଗୁଣୁପୁର ଅଞ୍ଚଳରେ ଚଢ଼ାଉ କରି ଚୋରି ହୋଇଥିବା ସୁନା ଗହଣା ଉଦ୍ଧାର କରିବା ସହ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ପୋଲିସ ଠାରୁ ସୂଚନା। ପୋଲିସ ଖୁବ କମ ସମୟ ମଧ୍ୟରେ ତଦନ୍ତ କରି ଏହି ସଫଳତା ହାସଲ କରିଥିବାରୁ ସାଧାରଣରେ ପ୍ରଶଂସା କରାଯାଇଛି। ଏହି ଚୋରି ଘଟଣାରେ ଗିରଫ ଅଭିଯୁକ୍ତ ହେଲେ କରଞ୍ଜି ଗୁଣୁପୁର ଅଞ୍ଚଳ ବାସିନ୍ଦା ବାବୁଲି ସାହୁଙ୍କ ପୁଅ ଗୋବିନ୍ଦ ଚନ୍ଦ୍ର ସାହୁ ବୋଲି ସୂଚନା ମିଳିଛି।


