ଶ୍ରାବଣ ତୃତୀୟ ପାଳି ସୋମବାର ପାଇଁ ଉଠିଲା ପାଣିଭାର

ଆସିକା  (ୱାଇଏନ୍‍ଏସ୍‍) : ଦେବାଧିଦେବ ମହାଦେବଙ୍କ ଅତି ପ୍ରିୟ ଶ୍ରାବଣର ସୋମବାରରେ ଜଳାଭିଷେକ କରିବା ଲାଗି ପବିତ୍ର ଋଷିକୁଲ୍ୟା ଓ ବଡନଦୀର ସଂଗମସ୍ଥଳରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଶହ ଶହ କାଉଡିଆଙ୍କ ସମାଗମ ହୋଇଥିଲା ବେଳେ ବିଧିବିଧାନ ଓ ନୀତିକାନ୍ତି ଅନୁଯାୟୀ ପୂଜାର୍ଚ୍ଚନା ସାରି ଶୈବପୀଠ ଅଭିମୁଖେ ଯାତ୍ରା ଆରମ୍ଭ କରିଥିବା ଦେଖିବାକୁ ମିଳିଥିଲା । ବୋଲ୍‌ବମ୍ ହରହରବମ୍‌, ଭୋଲାବାବା ପାର୍ କରେଗା, ଜଟିଆ ବାବା ପାର୍ କରେଗା ଆଦି ଧ୍ୱନୀରେ ପ୍ରକମ୍ପିତ ହୋଇଥିଲା ଗଗନ ପବନ । ଆସନ୍ତାକାଲି ଶ୍ରାବଣ ମାସର ତୃତୀୟ ସୋମବାରରେ ବିଭିନ୍ନ ଶୈବପୀଠ ଗୁଡ଼ିକରେ ଦେବଦେବ ମହାଦେବଙ୍କୁ ଜଳାଭିଷେକ କରିବା ନିମନ୍ତେ ରବିବାର ଆସିକା ତଥା ଏହାର ଆଖପାଖ ବିଭିନ୍ନ ଅଞ୍ଚଳରୁ ବୋଲ୍‌ବମ୍ ଭକ୍ତମାନଙ୍କ ଋଷିକୂଲ୍ୟା ଓ ବଡନଦୀର ସଂଗମସ୍ଥଳରେ ସମାଗମ ହୋଇଥିବା ଦେଖିବାକୁ ମିଳିଥିଲା । ଆସିକା ଋଷିକୂଲ୍ୟା ଓ ବଡନଦୀର ସଂଗମସ୍ଥଳରେ ବିଭିନ୍ନ ଅଞ୍ଚଳର ମାନସିକଧାରୀ ବୋଲ୍‌ବମ୍ ଭକ୍ତ ମାନେ ପାରମ୍ପରିକ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା ସାରି ଜଳଧରି ବୋଲ୍‌ବମ୍ ଯାତ୍ରାରେ ବାହାରି ଥିଲେ । ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳର ଶୈବଭକ୍ତମାନେ ଗେରୁଆ ବସ୍ତ୍ର ପରିଧାନ କରି କାନ୍ଧରେ ବାହୁଙ୍ଗି ଧରି, ତୁଣ୍ଡରେ ଶିବ ନାମ ଉଚ୍ଚାରଣ କରି ଦୀର୍ଘପଥ ଚାଲିଚାଲି ଆସନ୍ତାକାଲି ଭୋର ସମୟରେ ମାନସିକ ପୂରଣ ଲାଗି ଶୈବପୀଠ ଗୁଡ଼ିକରେ ପହଞ୍ôଚ ଜଳ ଲାଗି କରିବାର କାର୍ଯ୍ୟକ୍ରମ ରହିଥିବା ଜଣାପଡିଛି । ଶ୍ରାବଣମାସର ସୋମବାରରେ ଦେବଦେବ ମହାଦେବଙ୍କ ନିକଟରେ ଜଳଲାଗି କଲେ ନିଜର ତଥା ପରିବାରର ମଙ୍ଗଳ ସାଧନ ହୋଇଥାଏ ବୋଲି ବିଶ୍ୱାସ ରହିଥିବାରୁ ଆସିକା ତଥା ଏହାର ଆଖପାଖ ଅଞ୍ଚଳର ଶୈବଭକ୍ତ ମାନେ ବୋଲ୍‌ବମ୍ ଯାତ୍ରାରେ ବାହାରିଥିବା ଦେଖିବାକୁ ମିଳିଛି । ଶ୍ରଦ୍ଧାଳୁ ଭକ୍ତମାନେ ଯେପରି ଶାନ୍ତି ଶୃଙ୍ଖଳାର ସହ ଜଳାଭିଷେକ କରିପାରିବେ ତାହାକୁ ଦୃଷ୍ଟିରେ ରଖି ବିଭିନ୍ନ ମନ୍ଦିର ପରିଚାଳନା କମିଟି ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ ଗ୍ରହଣ କରିଥିବା ଜଣାପଡିଛି । ଦେବ ଦେବ ମହାଦେବଙ୍କ ପ୍ରିୟ ମାସ ଶ୍ରାବଣ। ପୁରାଣ- ଶାସ୍ତ୍ରରେ ଶ୍ରାବଣ ଶିବଙ୍କ ମାସ ଭାବେ ବର୍ଣ୍ଣିତ। ଶ୍ରାବଣ ସୋମବାର ଗୁଡିକରେ ସ୍ନାନ, ବ୍ରତ, ମହାଦେବଙ୍କ ଦର୍ଶନ ଓ ଶିବଙ୍କ ମସ୍ତକରେ ଜଳାଭିଷେକ କଲେ ଭକ୍ତ ଶ୍ରଦ୍ଧାଳୁଙ୍କ ପୁଣ୍ୟ ହୋଇଥାଏ ବୋଲି ଲୋକପ୍ରଥା ପ୍ରଚଳିତ ରହିଛି। ଏହି ଶ୍ରାବଣ ମାସରେ ବେଲପତ୍ର ସହ ଶିବଙ୍କ ଉପାସନା ବେଶ ଫଳଦାୟୀ। ଦକ୍ଷିଣ ଓଡିଶା ତଥା ଆସିକା ଅଞ୍ଚଳର ଅନ୍ୟତମ ପ୍ରସିଦ୍ଧ ଶୈବପୀଠ ରୂପେ ପରିଚିତ ଥିବା ପୁଡୁଗେଶ୍ୱର ଓ ସୁବର୍ଣ୍ଣେଶ୍ୱର ଶୈବପୀଠ ନିକଟରୁ ପବିତ୍ର ଋଷିକୁଲ୍ୟା ନଦୀରେ ବିଭିନ୍ନ ଅଞ୍ଚଳର ମାନସିକଧାରୀ ବୋଲବମ୍ ଭକ୍ତମାନେ ପୂଜାର୍ଚ୍ଚନା ସାରି ସଂକଳ୍ପ ହୋଇ ରବିବାର ଠାରୁ ଜଳାଭିଷେକ ଯାତ୍ରାରେ ବାହାରିଥିବା ଦେଖିବାକୁ ମିଳିଛି। ଆସନ୍ତାକାଲି ଅର୍ଥାତ୍‍ ୧୭ ତାରିଖରେ ଶ୍ରାବଣମାସର ତୃତୀୟ ପାଳି ସୋମବାରରେ ଶ୍ରଦ୍ଧାଳୁମାନେ ଜଳଲାଗି କରିବା ପାଇଁ ରବିବାର ଆସିକା ସହରର ପବିତ୍ର ଋଷିକୁଲ୍ୟା ଓ ବଡନଦୀର ସଙ୍ଗମସ୍ଥଳ ସମେତ ସୁବର୍ଣ୍ଣେଶ୍ୱର ମନ୍ଦିର ନିକଟରେ ପ୍ରହାବିତ ଋଷିକୁଲ୍ୟା ନଦୀରେ ଶହ ଶହ କାଉଡିଆଙ୍କ ପ୍ରବଳ ସମାଗମ ହୋଇଥିଲା । ଗଞ୍ଜାମ ଜିଲ୍ଲାର ବିଭିନ୍ନ ଶୈବପୀଠକୁ କାଉଡିଆମାନେ ରବିବାର ପୂଜାର୍ଚ୍ଚନା ସାରି ବିଦ୍ୱାନ ପଣ୍ଡିତମାନେ ସଂକଳ୍ପ କରାଇବା ପରେ ପାଣିଭାର ଧରି ଯାତ୍ରା ଆରମ୍ଭ କରିଥିଲେ । ଦେବଦେବ ମହାଦେବଙ୍କ ନିକଟରେ ଜଳାଭିଷେକ କରିବାକୁ ମାନସିକଧାରୀ ଭକ୍ତିଟିଏ ବର୍ଷତମାମ୍‍ ଅପେକ୍ଷା କରିଥାଏ । ବିଶେଷକରି ପବିତ୍ର ଶ୍ରାବଣ ସୋମବାର ଶିବଭକ୍ତଙ୍କ ସ୍ୱତନ୍ତ୍ର ପସନ୍ଦ । ଏହି ଦିନରେ ଜଳାଭିଷେକ କଲେ ଦେବାଶ୍ରୀବାଦ ପ୍ରାପ୍ତିର ବିଶ୍ୱାସ ମଧ୍ୟ ରହିଛି । ତେଣୁ ରବିବାର ଦିନତମାମ୍‍ ଆସିକାର ଋଷିକୁଲ୍ୟା ନଦୀରେ କାଉଡିଆଙ୍କ ଭିଡ ଜମିଥିବା ଦେଖିବାକୁ ମିଳିଥିଲା । ମାନସିକଧାରୀ ବୋଲ୍‍ବମ୍‍ ଭକ୍ତମାନେ ବାହୁଙ୍ଗୀକୁ ଫୁଲ ଓ ବେଲପତ୍ରରେ ସଜ୍ଜିତ କରି ଧୂପ ଏବଂ ଦୀପରେ ପୂଜାର୍ଚ୍ଚନା ପୂର୍ବକ କାନ୍ଧରେ ପାଣିଭାର ଧରି ତୁଣ୍ଡରେ ଶିବନାମ ଉଚ୍ଚାରଣ କରି ବିଭିନ୍ନ ଶୈବପୀଠ ଅଭିମୁଖେ ଯାତ୍ରା ଆରମ୍ଭ କରିଥିବା ଦେଖିବାକୁ ମିଳିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ