ସାହିତ୍ୟ ସଭା ଓ ଗଙ୍ଗାଧର ମେହେର ଜୟନ୍ତୀ ନିମନ୍ତେ ପ୍ରସ୍ତୁତି ବୈଠକ

ଗୁଣପୁର,(ୱାଇଏନଏସ): ଆସନ୍ତା ୨୭ ତାରିଖରେ ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଦିନ ଓଡ଼ିଶାର ସୁନାମ ଧନ୍ୟ କବି ଗଙ୍ଗାଧର ମେହେର ଜୟନ୍ତୀ ବଂଶଧାରା ସାହିତ୍ୟ ସମାଜ ଆନୁକୂଲ୍ୟରେ ହଳଦିଆ ନାଳ ନିକଟସ୍ଥ ନିଜସ୍ୱ କୋଠାରେ ମେହେର ଜୟନ୍ତୀ ପାଳିବାକୁ ନିଷ୍ପତି ନିଆଯାଇଛି, ସେଭଳି ଓଡ଼ିଶାର ଲବ୍ଧ ପ୍ରତିଷ୍ଠିତ ସଂସ୍ଥା ‘ଅପରାହ୍ନ’ ର ଜିଲ୍ଲା ସ୍ତରିୟ ସାହିତ୍ୟ ସଭା ଓ କବିତା ପାଠ ଉତ୍ସବ ଆସନ୍ତା ସେପ୍ଟେମ୍ବର ୬ ତାରିଖ ରବିବାର ଦିନ ସ୍ଥାନୀୟ ଶିଶୁ ମନ୍ଦିର ଠାରେ ଏହି ସଭା କରିବାକୁ ନିଷ୍ପତ୍ତି ନିଆଯାଇଛି, ଜିଲ୍ଲା ସଂଯୋଜକ ଅଶ୍ୱିନୀ ତ୍ରିପାଠୀ ଏହି ସାହିତ୍ୟ ସଭାର ଖସଡ଼ା ପ୍ରସ୍ତୁତ କରିଥିଲେ, ସେଭଳି ମେହେର ଜୟନ୍ତୀ ପାଳ ନିମନ୍ତେ ସଭାପତି ପ୍ରଭାତ ଶତପଥୀ ଓ ସମ୍ପାଦ ରମେଶ ମିଶ୍ର ଯୋଜନା ପ୍ରସ୍ତୁତ କରିଥିଲେ, ଏହି ପ୍ରସ୍ତୁତି ବୈଠକ ରେ ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ କବି ପ୍ରତାପ ରାୟ, ପ୍ରାଣ କୃଷ ପାଣିଗ୍ରାହୀ ,କୈଳାସ ଦାଶ, ଉମା ଶଙ୍କର ଦାଶ ପ୍ରମୁଖ ଯୋଗ ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ